Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଦ୍ୱାରା ‘ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’ ଆୟୋଜିତ
ଆଜିର ଖବର

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଦ୍ୱାରା ‘ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’ ଆୟୋଜିତ

July 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତା: ୮.୭.୨୦୨୨ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବାପାଇଁ ସଚେତନ କରାଯାଇଥିଲା।  ସଂସ୍ଥାନର ନିର୍ଦେଶକ ଡ଼ଃ. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ସେ ତାଙ୍କ ସ୍ୱାଗତ ଭାଷଣରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ବିଭିନ୍ନ ମହିଳା ଅଭିମୁଖୀ ବୈଷୟିକ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଥିଲେ। କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ। ପୋଷଣ ସମ୍ବେଦନ କୃଷିଦ୍ୱାରା ମହିଳା ଓ ଶିଶୁ ମାନଙ୍କର କୁପୋଷଣ ଦୂରୀଭୂତ କରିବାର ଉପାୟମାନ ମଧ୍ୟ ସେ ଉପସ୍ଥାପନ କରିଥିଲେ। ମହିଳା ମାନଙ୍କର ଶ୍ରମ ଲାଘବ ପାଇଁ ଅଧିକ ମାତ୍ରାରେ ମହିଳା ଉପଯୋଗୀ ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ କହିଥିଲେ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଡ଼ଃ. ମିନତୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ଅଭିଭାଷଣରେ ସଚେତନତା ଏବଂ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମହିଳାମାଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ଜୀବନ ଜୀବିକାର ଉନ୍ନତି କରିବା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି, ହିମାଚଳ ପ୍ରଦେଶ ମହିଳା ଆୟୋଗର ଅଧକ୍ଷା, ଡ଼ଃ. ଡେ଼ଜ଼ୀ ଠାକୁର ତାଙ୍କ ବକ୍ତବ୍ୟରେ ଆଇ.ସି.ଏ.ର.- ଶିବା  ପୁଷ୍ଟି ସମ୍ବେଦନ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ ଓ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଏବଂ ପୋଷଣର ଯତ୍ନ ନେବା ସଂଗେସଂଗେ ଅସୁବିଧା ସମୟରେ କମିଶନର ସାହାଯ୍ୟ ନେବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଷ୍ଟ୍ରୀୟ ମହିଳା ଆୟୋଗ, ନୂଆଦିଲ୍ଲୀର ଅଧକ୍ଷା, ଶ୍ରୀମତୀ ରେଖା ଶର୍ମା ଯୋଗଦାନ ଦେଇଥିଲେ। ସେ କୃଷିରତ ମହିଳା ସଂସ୍ଥାନ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଂସ୍ଥାନ ଏବଂ ଉପସ୍ଥିତ ଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ। କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମହିଳା ଅଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମରେ ବହୁଳଭାବରେ ଭାଗନେବା ପାଇଁ ସେ ଆହ୍ଵାନ ଦେଇଥିଲେ। କୃଷି ମହିଳାମାନଙ୍କୁ ଜମି ଅଧିକାର ବିଷୟରେ ସଚେତନ କରିଥିଲେ ଏବଂ ସେମାନଙ୍କର ଉଦ୍ୟୋଗ ବିକାଶ ପାଇଁ ଆଇ.ସି.ଏ.ର.- ଶିବା କୁ ବିକ୍ରିବଟା ରେ ସାହାଯ୍ୟ କରିବାକୁ ଉପଦେଶ ଦେଇଥିଲେ।

ଏହି ପରିପେକ୍ଷୀରେ ଏକ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।  ଏହି ଆଲୋଚନା ଚକ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସଂସ୍ଥାନର ୧୩ ଟି ପୋଷ୍ୟଗ୍ରାମରୁ ୩୦୦ କୃଷିମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏକ ପୋଷଣ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଡ଼ଃ. ତନୁଜା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ଟିଏମସିର ନିର୍ବାଚନୀ ଚିହ୍ନ ଫ୍ରିଜ୍

September 17, 2026

ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 17, 2026
Latest News

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ଟିଏମସିର ନିର୍ବାଚନୀ ଚିହ୍ନ ଫ୍ରିଜ୍

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.