ଆଜି ବାହୁଡିବେ ତିନି ଠାକୁର, ଆରମ୍ଭ ହେଲା ପହଣ୍ଡି ବିଜେ

Published: Jul 9, 2022, 9:06 am IST

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା, ଜନ୍ମବେଦିରୁ ଶ୍ରୀମନ୍ଦିରକୁ ଫେରିବେ ମହାବାହୁ। ସେଥିପାଇଁ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି ।

ଆଜି ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।ବର୍ତ୍ତମାନ ବଡ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଏନେଇ  ଶ୍ରୀକ୍ଷେତ୍ର  ଚଳଚଞ୍ଚଳ ହୋଇଉଠିଛି।ରଥଯାତ୍ରା ପରି ବହୁଡା ଯାତ୍ରାରେ ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଛି।

ଲୋକଙ୍କ ଗଳହିକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ୧୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ତିନିଠାକାୁରଙ୍କୁ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Related posts