ରୁଚିକା ଆତ୍ମହତ୍ୟା ଘଟଣାରେ ଆସନ୍ତା ୧୯ ତାରିଖରେ ଓଡିଶା ବନ୍ଦ ଡାକରା

Published: Jul 14, 2022, 6:31 am IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା ନେଇ ସାରା ଓଡିଶା ବନ୍ଦ ହେବ। ଆସନ୍ତା ୧୯ ତାରିଖରେ ଏହି ବନ୍ଦ ଡାକରା ଦେଇଛି ଓଡିଶା ନବନିର୍ମାଣ କୃଷକ ସଂଗଠନ। ଭୁବନେଶ୍ବରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ଏହି ଘଟଣାରେ ପୋଲିସ ଯେପରି ପଦକ୍ଷେପ ଗ୍ରହଣ କରିବା କଥା ତାହା କରୁ ନାହିଁ। ଦୋଷୀଙ୍କୁ ଘଣ୍ଟ ଘୋଡାଇବା କାମ ପୋଲିସ କରୁଛି ବୋଲି ଅକ୍ଷୟ କୁମାର କହିଛନ୍ତି। ଏଥି ସହିତ ଆସନ୍ତା ୧୭ ତାରିଖରେ ପ୍ରତିକାତ୍ମକ ଭାବେ କଟକ ଡିଜି ଅଫିସରେ ସଂଗଠନ ତରଫରୁ ଅନଶନ କରାଯିବ ବୋଲି କୁହାଯାଇଛି। ଏହି ବନ୍ଦ ଡାକରାରେ ଉଭୟ ଛାତ୍ର ଓ ଯୁବ କଂଗ୍ରେସ ମଧ୍ୟ ସାମିଲ ହେବ।

Related posts