ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର, ଆସନ୍ତାକାଲି ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା

Published: Jul 15, 2022, 11:05 am IST

ଭୁବନେଶ୍ବର: ଓଡିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ପୂର୍ବରୁ ଏହି ସ୍ପଷ୍ଟ ଲଘୁଚାପ ଭାବେ ସୃଷ୍ଟି ହେଉଥିଲା। ତେବେ ତାହା ଦୁର୍ବଳ ହୋଇ ଏବେ କେବଳ ଲଘୁଚାପ କ୍ଷେତ୍ରରେ ରହିଛି। ବିଶେଷ ଭାବେ ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏହା ଅଧିକ ସକ୍ରିୟ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି।

ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମେଘୁଆ ପାଗ ସହ ବର୍ଷା ଲାଗି ରହିଛି। ସେଥିପାଇଁ ସାତୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେଗୁଡିକ ହେଲା ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୁରଭଂଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର।

ସେହିପରି ରବିବାର ଦିନ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ସେହି ଜିଲ୍ଲାରେ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେଗୁଡିକ ହେଲା ବରଗଡ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୈଦ୍ଧ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁର।

Related posts