ବାଙ୍ଗିରିପୋଷି ଘାଟିରେ କାହିଁକି ବାରମ୍ଵାର ଦୁର୍ଘଟଣା ହେଉଛି ? ନିଆଗଲା ପଦକ୍ଷେପ

Published: Jul 19, 2022, 9:39 pm IST

ଭୁବନେଶ୍ଵର: ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମା ମାର୍ଣ୍ଡି, ବିଶ୍ଵବ୍ୟାଙ୍କର ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ, ଅଧିକ୍ଷଣ ଯନ୍ତ୍ରୀ, ବାରିପଦାଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଥିଲା।

ଏଥିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣାର ନିରାକରଣ ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥି ସହିତ ବାଙ୍ଗିରିପୋଷି-ଭୂଆଷୁଣୀ, ଭୂଆଷୁଣୀ-ଲମୁଣ୍ଡାକଟା, ବାଲିଡିହ-ଭୂଆଷୁଣୀ ଏବଂ ଶଙ୍ଖଭଙ୍ଗା-ବିଷୋଇ ରାସ୍ତାର ଉନ୍ନତିକରଣ ତଥା ଗମନାଗମନ ପାଇଁ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଗମନାଗମନର ସୁବିଧା ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ବାଲିଡିହ-ଭୂଆଷୁଣୀ ରାସ୍ତା ଉପରେ ଏକ ହାଇଲେଭଲ ବ୍ରିଜ ନିର୍ମାଣ ନିମନ୍ତେ ଏକ ବୈଷୟିକ କମିଟି ଗଠନ କରାଯାଇ ଏଥିରେ ତଥ୍ୟଗତ ସହାୟତା ପାଇଁ ଏନ୍‌ଏଚ୍ ର ଅଧିକାରୀ ତଥା ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଇଛି।

Related posts