Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ, ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ
ଆଜିର ଖବର

ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ, ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

July 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ୧୦ ନମ୍ବର ୱାର୍ଡ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପୂର୍ବତନ ବିଧାୟକଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହୋଇ ଉକ୍ତ ଜଳ ୧୦ ନମ୍ବର ୱାର୍ଡ ମଧ୍ୟରେ ପ୍ରବେଶ କରୁଛି।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରାମପୁର ଗ୍ରାମ ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା କଥା ସେମାନେ ପୂର୍ବତନ ବିଧାୟକଙ୍କୁ ଏ ଦୁଇଗୋଟି ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କହିଥିଲେ ସୁଦ୍ଧା ଶ୍ରୀ ସାହୁ ତାହାକୁ ବେଖାତିର କରି ବେଆଇନ ନିର୍ମାଣ ଜାରି ରଖିଛନ୍ତି।

ଉକ୍ତ ବେଆଇନ କାର୍ଯ୍ୟ ବିରୁଦ୍ଧରେ ତଦନ୍ତ କରି ତୁରନ୍ତ ପ୍ରଶାସନ ଯଦି କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ରାମପୁର ଗ୍ରାମବାସୀ ମାନେ ବାଣପୁର-ବାଲୁଗାଁ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ସେ ସରକାରୀ ନାଳର ଡିମାର୍କେସନ ପାଇଁ ତହସିଲ ପ୍ରଶାସନକୁ ଚିଠି ଲେଖିବା ସହ ଏନଏସି ଜେଇ ଓ ଅମିନଙ୍କୁ ଉକ୍ତ ଅଞ୍ଚଳ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଯଦି ସେଠାରେ ବେଆଇନ ନିର୍ମାଣ ହେବା ନେଇ ରିପୋର୍ଟ ମିଳେ ତେବେ ପୂର୍ବତନ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଶ୍ରୀ ସେଠ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ପଚାରିବାରୁ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ ସରକାରୀ ଜାଗା ଜବରଦଖଲ ହୋଇନଥିବାର କହିଛନ୍ତି।  ଏପରିକି ପୁର୍ବରୁ ଉକ୍ତ ସ୍ଥାନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜେଇ ପରିଦର୍ଶନ କରି କିଛି ଆପତ୍ତି ନଥିବା କହିଥିଲେ ଏବଂ ଯଦି ଚାହୁଁଛନ୍ତି ତେବେ ପୁନର୍ବାର ମଧ୍ୟ ଉକ୍ତ ସ୍ଥାନ ପ୍ରଶାସନ ଯାଞ୍ଚ କରିପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଆନ୍ଦୋଳନ ଚେତାବନୀ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026
Latest News

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.