ମଙ୍କିପକ୍ସ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗଠନ କଲେ ଟାସ୍କ ଫୋର୍ସ

Published: Aug 1, 2022, 4:10 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମଙ୍କିପକ୍ସ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଏକ ଟାସ୍କଫୋର୍ସ। ଏହି ଟିମ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ଏହି ରୋଗର ଚିହ୍ନଟ ପକ୍ରିୟାକୁ ତ୍ବାରିନତ କରିବା ପାଇଁ କାର୍ଯ୍ୟ କରିବ। ଏଥିସହିତ ଏହାର ଟୀକା କାର୍ଯ୍ୟକୁ ମଧ୍ୟ ତ୍ବରାନିତ କରିବା ପାଇଁ କାର୍ଯ୍ୟ କରିବ।

କେନ୍ଦ୍ର କ୍ୟାବିନେଟ ସଚିବ, ସ୍ବାସ୍ଥ୍ୟ ସଚିବ , ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ପ୍ରମୁଖ ବସିଥିବା ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମାତ୍ର ଚାରୋଟି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେରଳର ତିନି ଜଣ ହୋଇଥିବା ବେଳେ ନୂଆଦିଲ୍ଲୀର ଜଣେ ରହିଛି।

Related posts