
ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ଖବର। ତାହା ହେଲା ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏହା ଆସନ୍ତା ସାତ ତାରିଖରେ ଉତ୍ତରପଶ୍ଚିମ ଦିଗ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ଜଣାପଡିଛି।
ଏପରି ମୌସମୀ ବାୟୁର ଗତି ଏବଂ ଲଘୁଚାପ କ୍ଷେତ୍ର ସମ୍ଭାବନକୁ ଦେଖି ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ଛଅ ତାରିଖରୁ ଦଶ ତାରିଖ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ସେଥିପାଇଁ ସାତ ତାରିଖରେ ପାଞ୍ଚୋଟି ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଂଗପୁର, ରାୟଗଡା ଏବଂ ଗଜପତି।
Tags: ପାଣିପାଗ ବିଭାଗ, ଲଘୁଚାପ କ୍ଷେତ୍ର