Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହେଲା ଆଦିବାସୀ ସଂଗ୍ରାମୀଙ୍କ ଜୀବନୀ ପୁସ୍ତକ
ଆଜିର ଖବର

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହେଲା ଆଦିବାସୀ ସଂଗ୍ରାମୀଙ୍କ ଜୀବନୀ ପୁସ୍ତକ

August 5, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ‘ତିରଙ୍ଗା’ ଉତ୍ସବ ପାଳନ ଅବସରରେ ୨ଠ ଜଣ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ଏକ କମିକ୍ ପୁସ୍ତକ ସଂସ୍କୃତି ମନ୍ତ୍ରଣାଳୟ ଅଗଷ୍ଟ ୨ ତାରିଖ ଦିନ ପ୍ରକାଶ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତଶାହ, ସଂସ୍କୃତିମନ୍ତ୍ରୀ ଜି. କିଶନ ରେଡ୍ଡି, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିବା ଏହି ପୁସ୍ତକ ପୂର୍ବରୁ ଆଉ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇସାରିଛି।

ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇରେ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ପୁରୁଷ ଏବଂ ମହିଳାଙ୍କ କାହାଣୀକୁ ଏହି ପୁସ୍ତକରେ ସଂଗ୍ରହ କରି ସନ୍ନିବେଶିତ କରାଯାଇଛି।

ସ୍ୱାଧୀନତା ସଂଗ୍ରାମରେ ଦେଶ ପ୍ରେମ ଏବଂ ଅସୀମ ତ୍ୟାଗର ଉଦାହରଣ ପାଲଟିଥିବା ୭୫ ଜଣ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ପୁସ୍ତକ ସଂସ୍କୃତି ମନ୍ତ୍ରଣାଳୟ ‘ଅମର ଚିତ୍ରକଥା’ ସହଯୋଗରେ ପ୍ରକାଶ କରୁଛି  ଏହି ସିରିଜର ପ୍ରଥମ ପୁସ୍ତକରେ ବିସ୍ମୃତି ଗର୍ଭକୁ ଚାଲିଯାଇଥିବା ୨ଠ ଜଣ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ରହିଛି। ଦ୍ୱିତୀୟ ପୁସ୍ତକରେ ନବଗଠିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୫ ଜଣ ମହିଳାଙ୍କ ଜୀବନୀ ବର୍ଣ୍ଣନା କରାଯାଇଛି

ସ୍ୱାଧୀନତା ସଂଗ୍ରାମର ଇତିହାସରୁ ବିସ୍ମୃତ ହୋଇଯାଇଥିବା ଆଦିବାସୀ ସଂଗ୍ରାମୀମାନଙ୍କ ବୀରତ୍ୱର କାହାଣୀକୁ ବର୍ତ୍ତମାନ ଇତିହାସରେ ଯୋଡ଼ାଯାଉଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ତିଲକା ମାଝୀ, ଥାଲାକ୍କାଲ ଚାଣ୍ଟୁ, ବୁଧୁ ଭଗତ, ତିରୋଟ ସିଂହ, ରାଘୋଜୀ ଭାଙ୍ଗ୍ରୀ, ସିଦ୍ଦୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁ, ରେଣ୍ଡୋ ମାଝୀ ଏବଂ ଚକରା ବିଶୋୟୀ, ନିଳାମ୍ବର ଏବଂ ପିତାଙ୍କର, ରାମଜୀ ଗଣ୍ଡ, ତେଲେଙ୍ଗା ଖଡ଼ିଆ, ତାନ୍ତ୍ୟା ଭୀଲ, ମେଜର ପାଓନା ବ୍ରଜବାସୀ, ବିର୍ସା ମୁଣ୍ଡା, ମତମୁର ଜାମୋହ, ତାନା ଭଗତ, ମାଲତୀ ମେମ୍, ଲକ୍ଷ୍ମଣ ନାଏକ, ହେଲେନ ଲେପଚା ଏବଂ ପୁଲିମାୟା ଦେବୀପୋଦାର ।

ତିଲକା ମାଝୀ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ । ସେ ନିଜ ଜାତି ‘ପାହାଡ଼ିଆ’ମାନଙ୍କୁ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ବିଦ୍ରୋହ ପାଇଁ ପ୍ରବର୍ତ୍ତାଇ

କମ୍ପାନୀର ଟ୍ରେଜେରୀକୁ ଲୁଟି ନେଇଥିଲେ । ଏହି ଘଟଣାରେ ବ୍ରିଟିଶ ସରକାର ତାଙ୍କୁ ଫାଶୀ ଦଣ୍ଡ ଦେଇଥିଲେ ।

ଥାଲାକ୍କାଲ ଚାଣ୍ଟୁ ‘କୁରିଚିୟାର’ ଜାତିର ଥିଲେ । ପାଜହାସୀ ରାଜାଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଯୁଦ୍ଧରେ ସେ ଏକ ଦୁର୍ଗମ ଅଞ୍ଚଳରେ ରାଜାଙ୍କ ପକ୍ଷରୁ ଯୁଦ୍ଧରେ ଯୋଗ ଦେଇଥିଲେ । ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।

ଓରାଓଁ ଜାତିର ବୁଧୁ ଭଗତ ବ୍ରିଟିଶ ସେନା ସହ ଅନେକବାର ମୁହାଁମୁହିଁ ହୋଇ ଲଢ଼ିଥିଲେ । ଗୋଟିଏ ସମ୍ମୁଖ ଯୁଦ୍ଧରେ ତାଙ୍କ ଭାଇ, ସାତ ପୁଅ ଏବଂ ସେମାନଙ୍କ ଜାତିର ୧୫ଠ ଜଣ ବୀର ପୁରୁଷ ଓ ମହିଳାଙ୍କ ସହିତ ସେ ଗୁଳିମାଡ଼ରେ ଶହୀଦ ହୋଇଥିଲେ ।

ତିରୋଟ ସିଂହ ‘ଖାସି’ ସମ୍ପ୍ରଦାୟର ମୁଖ୍ୟ ଥିଲେ । ବ୍ରିଟିଶ ସରକାରର ଦୋମୁହାଁ ନୀତିକୁ ହୃଦୟଙ୍ଗମ କରିବା ପରେ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ବ୍ରିଟିଶ ସୈନ୍ୟମାନେ ଘେରାଉ କରି ତାଙ୍କୁ ଧରିନେଇ ନିର୍ଯାତନା ଦେଇ କାରାଗାରରେ ବନ୍ଦୀ କରି ରଖିଲେ । ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା ।

ରାଘୋଜୀ ଭାଙ୍ଗ୍ରୀ ‘ମହାଦେଓ କୋଲି’ ଉପଜାତିର ଥିଲେ । ସେ ବ୍ରିଟିଶ ସରକାର ବିରୁଦ୍ଧରେ ବିଦ୍ରୋହର ଆହ୍ୱାନ ଦେଇଥିଲେ । ତାଙ୍କ ମାଆଙ୍କୁ ବ୍ରିଟିଶ ସୈନ୍ୟ କାରାଗାରରେ ବନ୍ଦୀ କରି ରଖିଥିଲେ ମଧ୍ୟ ସେ ବିଦ୍ରୋହ ଚଳାଇ ରଖିଥିଲେ । ତାଙ୍କୁ ଘେରାଉ କରି ଧରିନେଇ ବ୍ରିଟିଶ ଶାସକ ଫାଶୀ ଦଣ୍ଡ ଦେଇଥିଲେ ।

ସିଦ୍ଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ‘ସାନ୍ତାଳ ଆଦିବାସୀ’ ସମ୍ପ୍ରଦାୟର ଥିଲେ । ସେ ବ୍ରିଟିଶ ସରକାର ଏବଂ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସାନ୍ତାଳମାନଙ୍କୁ ବିଦ୍ରୋହ ପାଇଁ ଆହ୍ୱାନ ଓ ପ୍ରେରଣା ଦେଇଥିଲେ । ଉଭୟେ ନିଜ ଅନୁଗତମାନଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇ ବ୍ରିଟିଶ ସୈନ୍ୟଙ୍କ ହାତରେ ଧରାପଡ଼ି ଫାଶୀ ଦଣ୍ଡ ପାଇଥିଲେ ।

କନ୍ଧ ଜାତିର ରେଣ୍ଡୋ ମାଝି ଏବଂ ଚକରା ବିଶୋୟୀ ସେମାନଙ୍କ ପରମ୍ପରା ଉପରେ ବ୍ରିଟିଶ ଶାସନର ହସ୍ତକ୍ଷେପକୁ ବିରୋଧ କରିଥିଲେ । ରେଣ୍ଡୋ ମାଝୀ ଧରାପଡ଼ି ଇଂରେଜମାନଙ୍କ ଦ୍ୱାରା ଫାଶୀ ଦଣ୍ଡ ପାଇଲେ । ଚକରା ବିଶୋୟୀ ଗୋପନରେ ପଳାଇ ଲୁଚି ରହିଥିବା ସମୟରେ ବ୍ରିଟିଶ ସୈନ୍ୟଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ।

ସମଗ୍ର ଦେଶରେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଯିବା ପରେ ମିରଟରେ ଏହା ଉଗ୍ରରୂପ ନେଲା। ‘ଖରୱାର’ ଜାତିର ଉପଜାତି ‘ଭୋଗତ’ର ବୀର ନୀଳାମ୍ବର ଏବଂ ପିତାମ୍ବର ଇଂରେଜଙ୍କ ବିରୁଦ୍ଧରେ ଉତ୍ସାହିତ ହୋଇ ବିଦ୍ରୋହରେ ଯୋଗ ଦେଲେ । ସେମାନଙ୍କ ଉପଜାତିର ଲୋକଙ୍କୁ ଏକତ୍ର କରାଇ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଦେଲେ । ପରେ ଇଂରେଜ ସୈନ୍ୟ ହାତରେ ଧରାପଡ଼ି ଫାଶୀ ଦଣ୍ଡ ପାଇଥିଲେ।

‘ଗଣ୍ଡ’ ଉପଜାତିର ନେତା ରାମଜୀ ଗଣ୍ଡ ଜମିଦାର ଏବଂ ସାମନ୍ତ ରାଜାମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଏମାନେ ଇଂରେଜ ସରକାରଙ୍କୁ ସାହାଯ୍ୟ କରି ଲୋକଙ୍କୁ ଉତ୍ପୀଡ଼ନ କରୁଥିଲେ । ରାମଜୀ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଶେଷରେ ରାମଜୀ ଇଂରେଜମାନଙ୍କ ହାତରେ ଧରାପଡ଼ି ଫାଶୀ ଦଣ୍ଡ ପାଇଥିଲେ ।

‘ଖଡ଼ିଆ’ ଉପଜାତିର ବୀର ତେଲେଙ୍ଗା ଖଡ଼ିଆ ଇଂରେଜ ଶାସନର କର ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିଥିଲେ । ସେ ଖଡ଼ିଆମାନଙ୍କର ପାରମ୍ପରିକ ନିଜର ଶାସନ ବ୍ୟବସ୍ଥାକୁ ଚଳାଇ ରଖିବାକୁ ଉଦ୍ୟମ କରିଲେ । ଇଂରେଜମାନଙ୍କ ଖଜଣାଖାନା ଲୁଟି ନେଇଥିଲେ । ପରେ ନିଜର ଲୋକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେଲେ । ଇଂରେଜମାନଙ୍କ ହାତରେ ଧରାପଡ଼ି ଗୁଳିରେ ପ୍ରାଣ ହରାଇଥିଲେ ।

ତାନ୍ତ୍ୟା ଭୀଲଙ୍କୁ କେନ୍ଦ୍ରୀୟ ପ୍ରଦେଶରେ ରବିନହୁଡ କୁହାଯାଉଥିଲା । ରେଳ ଯୋଗେ ଇଂରେଜମାନଙ୍କର ଧନସମ୍ପତ୍ତି ପରିବହନ ସମୟରେ ସେସବୁକୁ ଲୁଟିନେଇ ଗରିବମାନଙ୍କୁ ବାଣ୍ଟି ଦେଉଥିଲେ । ତାଙ୍କୁ କୌଶଳ କ୍ରମେ ଧରି ଇଂରେଜମାନେ ଫାଶୀ ଦଣ୍ଡ ଦେଇଥିଲେ ।
ମଣିପୁର ମେଜର ପାଓନା ବ୍ରଜବାସୀ ମଣିପୁର ରାଜ୍ୟ ପାଇଁ ଲଢ଼େଇ କରି ମଣିପୁରକୁ ସୁରକ୍ଷିତ ରଖିଥିଲେ । ଆଙ୍ଗଲୋ ମଣିପୁର ଯୁଦ୍ଧରେ ସେ ମହାନ ବୀର ଭାବରେ ପରିଚିତ ଥିଲେ । ସେ ସିଂହ ଭଳି ଲଢ଼େଇ କରୁଥିଲେ । ଇଂରେଜମାନେ ତାଙ୍କୁ ଧରିନେଇ ମୁଣ୍ଡ କାଟି ପକାଇ ଥିଲେ ।

‘ମୁଣ୍ଡା’ ଉପଜାତିର ଯୁବକ ବିର୍ସା ମୁଣ୍ଡା ଇଂରେଜ ଶାସନକୁ ବିରୋଧ କରି ଏକ କିମ୍ବଦନ୍ତୀ ପୁରୁଷ ପାଲଟି ଯାଇଛନ୍ତି । ସେ ମୁଣ୍ଡାମାନଙ୍କୁ ଏକଜୁଟ କରି ଇଂରେଜମାନଙ୍କ ବିରୁଦ୍ଧରେ ଅନେକ ଥର ଲଢ଼େଇ କରି ସେମାନଙ୍କୁ ପରାସ୍ତ କରିଥିଲେ । ଇଂରେଜମାନେ ତାଙ୍କୁ କୌଶଳ କ୍ରମେ ଧରିନେଇ ଜେଲରେ ବନ୍ଦୀ କରି ରଖିଲେ । ୨୫ ବର୍ଷ ବୟସରେ ଜେଲରେ ତାଙ୍କୁ ହଇଜା ହୋଇଥିଲା ଏବଂ ସେଥିରେ ପ୍ରାଣତ୍ୟାଗ କରିଥିଲେ ବୋଲି ଇଂରେଜମାନେ ପ୍ରକାଶ କରିଥିଲେ ।

ଅରୁଣାଚଳ ପ୍ରଦେଶର ‘ଆଦି’ ଉପଜାତିର ମତମୁର ଜାମୋହ ବ୍ରିଟିଶ ଶାସନର ସ୍ୱେଚ୍ଛାଚାରିତା ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କ ଗ୍ରାମଟିକୁ ସମ୍ପୂର୍ଣ୍ଣ ଭାବରେ ନିଆଁ ଲଗାଇ ଇଂରେଜମାନେ ଭସ୍ମୀଭୂତ କରିଦେବା ପରେ ଇଂରେଜମାନଙ୍କ ନିକଟରେ ସେ ଏବଂ ତାଙ୍କ ସାଥୀମାନେ ଆତ୍ମସମର୍ପଣ କରିଥିଲେ । ସମସ୍ତଙ୍କୁ ସେଲୁଲାର ଜେଲକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

‘ଲେପଚା’ ଜାତିର ମହିଳା ହେଲେନ ଲେପଚା ମହାତ୍ମା ଗାନ୍ଧୀଙ୍କର ଜଣେ ସଚ୍ଚା ଅନୁଗାମୀ ହୋଇ ପଡ଼ିଥିଲେ । ସାଧାରଣ ଲୋକଙ୍କ ଉପରେ ସେ ଏଭଳି ପ୍ରଭାବ ବିସ୍ତାର କରିପାରୁଥିଲେ ଯେ ବ୍ରିଟିଶ ଶାସକମାନେ ଅଣନିଃଶ୍ୱାସୀ ହୋଇ ପଡ଼ିଲେ । ୧୯୪୧ରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସହାୟତା କରିଥିଲେ । ଏହା ଫଳରେ ନେତାଜୀ ଗୃହବନ୍ଦୀ ଥିବା ଅବସ୍ଥାରୁ ଜର୍ମାନକୁ ପଳାଇଯାଇ ପାରିଥିଲେ । ଏଥିରେ ଇଂରେଜମାନେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଜେଲରେ ବନ୍ଦୀ କରି ଗୁଳିକରି ହତ୍ୟା କରିଥିଲେ । ଏହାସତ୍ତ୍ୱେ ସେ ଉତ୍ସାହ ହରାଇ ନ ଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ତାମ୍ରପତ୍ର ପ୍ରଦାନ କରାଯାଇଛି ।

ବିଦ୍ୟାଳୟରେ ପଢୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଶୁଣି ପୁଲିମାୟା ଦେବୀପୋଦାର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ପରିବାରର ପ୍ରତିରୋଧ ସତ୍ତ୍ୱେ ପଢ଼ା ପରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଲେ ଏବଂ ଅନ୍ୟ ମହିଳାମାନଙ୍କୁ ସଂଗ୍ରାମରେ ଯୋଗ ଦେବାକୁ ପ୍ରବର୍ତ୍ତାଇଲେ । ଏଥିପାଇଁ ଇଂରେଜ ଶାସକମାନେ ତାଙ୍କୁ ଜେଲ ଦଣ୍ଡ ଦେଇଥିଲେ । ସ୍ୱାଧୀନତା ହାସଲ ପରେ ଜେଲରୁ ମୁକ୍ତ ହୋଇ ଲୋକଙ୍କ ସେବାରେ ଜୀବନକୁ ନିୟୋଜିତ କରିଥିଲେ । ତାଙ୍କୁ ‘ସ୍ୱତନ୍ତ୍ର ସେନାନୀ’ ପଦକ ପ୍ରଦାନ କରାଯାଇଛି ।

ସଂସ୍କୃତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026
Latest News

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.