ଦ୍ୱିତୀୟ ଥର କରୋନା ପଜିଟିଭ୍ ହେଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ

Published: Aug 10, 2022, 10:24 am IST

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଦ୍ୱିତୀୟ ଥର ପାଇଁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ନିଜେ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେବେଠାରୁ ସେ ପୃଥକବାସରେ ରହି ସମସ୍ତ କରୋନା ପ୍ରୋଟୋକଲ ଅନୁସରଣ କରୁଛନ୍ତି। ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ, ସାମାନ୍ୟ ଲକ୍ଷଣ ପରେ ସେ କରୋନା ପରୀକ୍ଷା କରିଛନ୍ତି। ଯାହାର ରିପୋର୍ଟ ପଜିଟିଭ ଆସିଛି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ପ୍ରିୟଙ୍କା ଗାନ୍ଧୀ ଘରେ ନିଜକୁ ଅଲଗା କରିଦେଇଛନ୍ତି। ଏହା ସହିତ, ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ସେ ନିଜେ ଯତ୍ନ ନେବାକୁ କହିଥିଲେ।

ପ୍ରକାଶ ଥାଉ କି ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଜୁନ୍ ୩ ତାରିଖରେ କରୋନା ପଜିଟିଭ୍ ହୋଇଥିଲେ। ଏଥିସହିତ ପ୍ରିୟଙ୍କାଙ୍କ ମାତା ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

Related posts