Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଯୋଜନା
ଆଜିର ଖବର

ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଯୋଜନା

August 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ନିମନ୍ତେ ଭାରତ ଯୋଜନା କରିଛି।

ଏହି ପ୍ରୟାସ ନିମ୍ନଲିଖିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଗୁଡିକୁ ହାସଲ କରିବ:

ଲକ୍ଷ୍ୟ

ଭାରତରେ କାର୍ଯ୍ୟକ୍ଷମ ଚିତା ଭୂସ୍ଥାନିକ ସଂଖ୍ୟା ଗଣନା (ମେଟାପପୁଲେସନ୍‌) ପ୍ରତିଷ୍ଠା କରିବ ଯାହା ଚିତାକୁ ଏକ ଶୀର୍ଷ ସ୍ତରର ଶିକାରୀ ଜନ୍ତୁ ଭାବରେ ଏହାର କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପ୍ରଦାନ କରିଥାଏ ଏବଂ ଚିତାକୁ ଏହାର ଐତିହାସିକ ସୀମା ଭିତରେ ବିସ୍ତାର ପାଇଁ ସ୍ଥାନ ପ୍ରଦାନ କରିଥାଏ, ଯଦ୍ଦ୍ୱାରା ଏହାର ବିଶ୍ୱ ସ୍ତରୀୟ ସଂରକ୍ଷଣ ପ୍ରୟାସରେ ଅବଦାନ ରଖିଥାଏ ।

ପ୍ରକଳ୍ପର ଉଦ୍ଦେଶ୍ୟ ଗୁଡିକ ହେଉଛି-

୧. ଏହାର ଐତିହାସିକ ସୀମା ଭିତରେ ନିରାପଦ ବାସସ୍ଥାନରେ ପ୍ରଜନନ କରାଇ ଚିତାର ଜନସଂଖ୍ୟାକୁ ପ୍ରତିଷ୍ଠା କରାଇବା ଏବଂ ସେମାନଙ୍କୁ ଏକ ଭୂସ୍ଥାନିକ ସାଂଖ୍ୟିକ ଗଣନୀୟ (ମେଟାପପୁଲେସନ୍‌) ଜୀବ ଭାବରେ ପରିଚାଳନା କରିବା।

୨. ଖୋଲା ଜଙ୍ଗଲ ଏବଂ ସାଭାନା ପ୍ରଣାଳୀର ପୁନରୁଦ୍ଧାର ପାଇଁ ସମ୍ବଳ ସଂଗ୍ରହ କରିବା ନିମନ୍ତେ ଚିତାକୁ ଏକ ପ୍ରମୁଖ ଏବଂ ଛତା / ଛାମୁଆ (ଅମ୍ବ୍ରେଲା) ପ୍ରଜାତି ଭାବରେ ବ୍ୟବହାର କରିବା ଯାହା ଏହି ଜୈବ ବବିଧତା ଏବଂ ପାରିବେଶିକ ବ୍ୟବସ୍ଥା ପାଇଁ ଲାଭଦାୟକ ହେବ।

୩. ଚିତା ସଂରକ୍ଷଣ ଅଂଚଳ ଗୁଡ଼ିକରେ ପାରିବେଶିକ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟକଳାପ ଗୁଡ଼ିକ ଜରିଆରେ ଅଙ୍ଗାରକକୁ ପୃଥକ୍ କରିବା ନିମନ୍ତେ ଭାରତର ସାମର୍ଥ୍ୟ ବୃଦ୍ଧି କରିବା ଏବଂ ତଦ୍ଦ୍ୱାରା ବୈଶ୍ୱିକ ଜଳବାୟୁ ପରିବର୍ତନର ବିଲୋପ ସାଧନ ଜନିତ ଲକ୍ଷ୍ୟଗୁଡ଼ିକ ପ୍ରତି ଅବଦାନ ରଖିବା।

୪.  ସ୍ଥାନୀୟ ସମ୍ପ୍ରଦାୟ ମାନଙ୍କର ଜୀବିକାର୍ଜନକୁ ବୃଦ୍ଧି କରିବା ନିମନ୍ତେ ପାରିବେଶିକ-ବିକାଶ ଏବଂ ପାରିବେଶିକ- ପର୍ଯ୍ୟଟନ ପାଇଁ ଆସନ୍ନ ସୁଯୋଗର ବ୍ୟବହାର କରିବା।

୫. ଚିତା ସଂରକ୍ଷଣ ଅଂଚଳ ମଧ୍ୟରେ ଚିତା କିମ୍ବା ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହିତ ଯେ କୌଣସି ପ୍ରକାରର ଦ୍ୱନ୍ଦ୍ୱକୁ ପରିଚାଳନା କରିବା ପାଇଁ ତତ୍କାଳ ଭିତିରେ କ୍ଷତିପୂରଣ ପ୍ରଦାନ କରିବା, ସଚେତନତା ସୃଷ୍ଟି କରିବା ଏବଂ ସମ୍ପ୍ରଦାୟର ସହଯୋଗକୁ ହାସଲ କରିବା ପାଇଁ ପରିଚାଳନା କାର୍ଯ୍ୟ ମାଧ୍ୟମରେ ଏସବୁ କାର୍ଯ୍ୟ କରିବା।

ଚିତାର ପରିଚୟ କେବଳ ଏକ ପ୍ରଜାତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ହଜି ଯାଇଥିବା ମୌଳିକ ଉପାଦାନ ସହିତ ପାରିବେଶିକ ବ୍ୟବସ୍ଥାକୁ ପୁନରୁଦ୍ଧାର ପାଇଁ ଏକ ପ୍ରୟାସ ଯାହା ସେମାନଙ୍କର ବିବର୍ତନ ଇତିହାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ପାରିବେଶିକ ବ୍ୟବସ୍ଥାକୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ସେବା ଯୋଗାଇବା ନିମନ୍ତେ ସୁଯୋଗ ପ୍ରଦାନ କରିଛି ଏବଂ ଚିତାକୁ ଏକ ଛାମୁଆ/ଛତା ପ୍ରଜାତି ଭାବରେ ତୃଣଭୂମି, ସାଭନା, ଖୋଲା ଜଙ୍ଗଲ ପ୍ରଣାଳୀର ଜୈବ ବିବିଧତା ସଂରକ୍ଷଣ ପାଇଁ ବ୍ୟବହାର କରିଥାଏ।

ଚିତା ଶବ୍ଦଟି ସଂସ୍କୃତ ଶବ୍ଦରୁ ଆସିଅଛି ଏବଂ ଚିତା ଶବ୍ଦ ସମ୍ପର୍କରେ ପ୍ରାଚୀନ ଗ୍ରନ୍ଥ ବେଦ ଏବଂ ପୁରାଣରେ ଉଲ୍ଲେଖ ରହିଛି। ଏହା ପ୍ରକୃତରେ ବିଡମ୍ବନାର ବିଷୟ ଯେ, ଏହି ପ୍ରଜାତି ଗୁଡିକ ବର୍ତମାନ ଭାରତରେ ବିଲୁପ୍ତ ହେବାରେ ଲାଗିଛନ୍ତି। ଚିତା ବିଲୁପ୍ତ ହେବାର ମୂଳ କାରଣକୁ ବନ୍ଦ କରି ଦିଆଯାଇଛି ଏବଂ ନୈତିକ, ପରିବେଶ ଏବଂ ଅର୍ଥନୈତିକ ବିଚାର ପାଇଁ ହଜି ଯାଇଥିବା ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଭାରତର ବର୍ତମାନ ବୈଷୟିକ ଏବଂ ଆର୍ଥିକ କ୍ଷମତା ରହିଛି।

ସଫଳ ସଂରକ୍ଷଣ ପରିଚୟ ହେଉଛି ସର୍ବୋତମ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ସମାଜ ବିଜ୍ଞାନ ଦିଗ ଏବଂ ଆର୍ଥିକ ସମ୍ବଳର ପ୍ରତିବଦ୍ଧତାର ମିଶ୍ରଣ। ପୁନଃପ୍ରଚଳନ ଏବଂ ଅନ୍ୟାନ୍ୟ ସଂରକ୍ଷଣାତ୍ମକ ସ୍ଥାନାନ୍ତରଣ ପାଇଁ ଅତ୍ୟାଧୁନିକ ଆନ୍ତର୍ଜାତିକ ୟୁନିଅନ୍ ଫର୍ କଞ୍ଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍‌) ନିର୍ଦ୍ଦେଶାବଳୀ ଦ୍ୱାରା ସୁପାରିସ କରା ଯାଇଥିବା ଆଧୁନିକ ବୈଜ୍ଞାନିକ ଆଭିମୁଖ୍ୟ ଉପରେ ଆଧାର କରି ଏହି ଦିଗ ଗୁଡିକ ଏକତ୍ରିତ ହୋଇଛି, ଯାହା ଚମତ୍କାରୀ ଚିତାକୁ ଭାରତକୁ ଫେରେଇ ଆଣିବା ପାଇଁ ସଂରଚନା ପ୍ରଦାନ କରିବ।

ଚିତା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.