
ଚେନ୍ନାଇ: ଧୂଆଁ ସମ୍ବଦ୍ଧୀୟ ଚେତାବନୀ ହେତୁ ମାଲେ ଯାଉଥିବା ଘରୋଇ ବିମାନକୁ ଆଜି କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ବାଙ୍ଗାଲୋରରୁ ମାଲେ ଅଭିମୁଖେ ଯାଉଥିବା ଏହି ବିମାନରେ ୯୨ ଜଣ ଯାତ୍ରୀ ଥିଲେ। ବିମାନଟିକୁ ନିରାପଦରେ ବିମାନବନ୍ଦରରେ ଅବତରଣ କରାଯାଇଛି ଏବଂ ‘ଆପ୍ରୋନ୍’ ରେ ପାର୍କିଂ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ଅନୁଯାୟୀ ବିମାନର କାର୍ଯ୍ୟ ସ୍ୱାଭାବିକ ଅଛି।