Categories
ଆଜିର ଖବର ଜାତୀୟ ଖବର

ବାଙ୍ଗାଲୋରରୁ ମାଲେ ଯାଉଥିବା ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି, କୋଏମ୍ବାଟୁରରେ ଜରୁରୀ ଅବତରଣ

ଚେନ୍ନାଇ: ଧୂଆଁ ସମ୍ବଦ୍ଧୀୟ ଚେତାବନୀ ହେତୁ ମାଲେ ଯାଉଥିବା ଘରୋଇ ବିମାନକୁ ଆଜି କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ବାଙ୍ଗାଲୋରରୁ ମାଲେ ଅଭିମୁଖେ ଯାଉଥିବା ଏହି ବିମାନରେ ୯୨ ଜଣ ଯାତ୍ରୀ ଥିଲେ। ବିମାନଟିକୁ ନିରାପଦରେ ବିମାନବନ୍ଦରରେ ଅବତରଣ କରାଯାଇଛି ଏବଂ ‘ଆପ୍ରୋନ୍’ ରେ ପାର୍କିଂ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ଅନୁଯାୟୀ ବିମାନର କାର୍ଯ୍ୟ ସ୍ୱାଭାବିକ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଅବତରଣ କଲା ଇଣ୍ଡିଗୋ ବିମାନ, ୨ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ପରେ ଇଣ୍ଡିଗୋର ଶାରଜା-ହାଇଦ୍ରାବାଦ ବିମାନକୁ ପାକିସ୍ତାନର କରାଚିରେ ଅବତରଣ କରିବାକୁ ପଡିଛି। ଯେତେବେଳେ ବିମାନର ପାଇଲଟ୍ ବଯାନ୍ତ୍ରିକ ତ୍ରୁଟି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ସତର୍କତାମୂଳକ ଭାବରେ ବିମାନକୁ ପାକିସ୍ତାନର କରାଚି ଆଡକୁ ପଥ ପରିବର୍ତ୍ତନ କରିଥିଲେ। ଏହା ପରେ ତାଙ୍କୁ କରାଚି ବିମାନବନ୍ଦରରେ ଅବତରଣ କରାଯିବା ପରେ ସେଠାରେ ବିମାନର ଅନୁସନ୍ଧାନ କରାଯାଉଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ବିମାନରେ ଆଣିବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ କରାଚିରେ ଆଉ ଏକ ବିମାନ ପଠାଇବାକୁ ଯୋଜନା କରିଛି।

ବିମାନ ସେବା ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଇଣ୍ଡିଆଗୋ ବିମାନ 6E-1406 ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିଲା। ପାଇଲଟ ଏକ ଯାନ୍ତ୍ରିକ ତ୍ରୁଟି ଦେଖିଲେ। ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯାଇଥିଲା ଏବଂ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନଟି କରାଚି ଆଡକୁ ନିଆଯାଇଥିଲା। ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚିରେ ଏକ ଅତିରିକ୍ତ ବିମାନ ପଠାଯାଉଛି।

ସୂଚନା ଥାଉକି ଏଭଳି ଘଟଣା ୨ ସପ୍ତାହରେ ଦୁଇଥର ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇ ଭାରତୀୟ ବିମାନକୁ କରାଚି ଠାରେ ଜରୁରୀକାଳିନ ଅବତରଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନକୁ ଜରୁରୀକାଳୀନ ଅବତରଣ: ୧୩୯ ଜଣ ଯାତ୍ରୀ ସୁରକ୍ଷିତ

ନାଗପୁର: ବୈଷୟିକ ସମସ୍ୟା ହେତୁ ବାଙ୍ଗାଲୋରରୁ ପାଟନାକୁ ଏକ ଗୋ ଏୟାର ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ନାଗପୁରରେ ସକାଳ ୧୧.୨୦ ଟା ସମୟରେ ବିମାନଟିକୁ ପାଇଲଟ୍ ସୁରକ୍ଷିତ ଅବତରଣ କରିଛନ୍ତି। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୩୯ ଜଣ ଯାତ୍ରୀ ଥିଲେ। ଜାହାଜର ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଜାଣିବା ପରେ ପାଇଲଟ ତୁରନ୍ତ ଏଟିସି ନାଗପୁର ବିମାନ ବନ୍ଦରକୁ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଫସିଲେ ୩୨ ଯାତ୍ରୀ: ଅନ୍ୟ ଏକ ଲଞ୍ଚ ଦ୍ଵାରା କରାଗଲା ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ୩୨ ଯାତ୍ରୀଙ୍କୁ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଫସିଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚଟି ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସିରହିଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହେଲେ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଅଣାଯାଇଥିଲା।

ସୂଚନା ମୁତାବକ ଆଜି ସକାଳ ୮.୪୫ ମିନିଟରେ ଗୋଟିଏ ଲଞ୍ଚ କୃଷ୍ଣପ୍ରସାଦ ଗଡ଼ରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ବାଲୁଗାଁ ଅଭିମୁଖେ ବାହାରିଥିଲା। ତେବେ ଗସ୍ତ ଆରମ୍ଭର ମାତ୍ର କିଛି ସମୟ ପରେ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ପାଣି ମଝିରେ ଫସିଯାଇଥିଲା ଲଞ୍ଚ।  ଏହାଦେଖି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା।

ତେବେ ସହାୟତା ନିମନ୍ତେ ବାଲୁଗାଁ ସରକାରୀ ଲଞ୍ଚ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବାରୁ ବାଲୁଗାଁରୁ ଅନ୍ୟ ଏକ ଲଞ୍ଚ ଘଟଣାସ୍ଥଳକୁ ଯାଇ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଆଣିଥିଲା। କିନ୍ତୁ ଲଞ୍ଚରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିନଥିବାର ଦେଖାଯାଇଛି। ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ୩୨ ଜଣ ଯାତ୍ରୀ ବର୍ତ୍ତିଯାଇଥିବା କୁହାଯାଉଛି।