Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ
ଆଜିର ଖବର

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ

August 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ

ଭୁବନେଶ୍ୱର: ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ୱାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ୱାନ ସୃଷ୍ଟି ହୋଇଛି। ମହାମନିଷୀ ମାନଙ୍କର ଅବଦାନକୁ ନ୍ୟୁନ କରିବାପାଇଁ ଏବେ ଅପଚେଷ୍ଟା ଚାଲିଛି। ହେଲେ ଏ ଜାତି ସେ ମହାପୁରଷ ମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପିସିସି ପକ୍ଷରୁ ୭୬ତମ ବର୍ଷ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ଯଥା ପ୍ରବନ୍ଧ, ବିର୍ତକ ଓ ସ୍ପଷ୍ଟ ପେଂଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୪୬ ଜଣ କୃତି ପ୍ରତିଯୋଗୀଙ୍କୁ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପିସିସି ତାଲିମ ବିଭାଗ ମୁଖ୍ୟ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ କଷ୍ଟଲବ୍ଧ ସ୍ୱାଧୀନତା ସୁରକ୍ଷା ଦାୟୀତ୍ୱ ଭବିଷ୍ୟତ ବଂଶଧରଙ୍କ ହାତରେ ବୋଲି କହିବା ସହ ଏହାର ମର୍ଯ୍ୟାଦା ରକ୍ଷାପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ସାହୁ ଓ ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମିହିର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଟ ସ୍ୱେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଓ ନିରଞ୍ଜନ ଲେଙ୍କା ଦେଶାତ୍ମକବୋଧକ ସଂଗୀତ ଗାନ କରିଥିଲେ।

୭୫ତମ ସ୍ୱାଧୀନତା ଦିବସ କଂଗ୍ରେସ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.