Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ : ସୂର୍ଯ୍ୟ ପାତ୍ର
ଆଜିର ଖବର

ନବୀନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ : ସୂର୍ଯ୍ୟ ପାତ୍ର

May 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଖୁବ୍‌ ନିକଟତର । ଆସନ୍ତା ମେ ୨୩ ତାରିଖରେ ଆସିବ ଫଳାଫଳ । ଏବେଠୁ ସରକାର ଗଢିବା ନେଇ କଳ୍ପନା ଜଳ୍ପନା ଲାଗି ଗଲାଣି । କେନ୍ଦ୍ରରେ ଝୁଲା ସରକାର ଆସୁଥିବାର ଅନୁମାନ କରାଯାଉଛି । ତେବେ ବିଜେପି ପୁଣି ଥରେ ବହୁ ସଂଖ୍ୟାରେ ବାଜିମାତ କରିବ ବୋଲି ପ୍ରଚାର କରୁଥିବାବେଳେ ବିଜେପି ବିରୋଧୀ ମେଣ୍ଟଗୁଡ଼ିକ ଏବେ ବେଶ୍‌ ଶକ୍ତ ହେବାରେ ଲାଗିଛନ୍ତି । ମେ ୨୩ ତାରିଖରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନ୍‌ଡିଏ ବିରୋଧୀ ତଥା ୟୁପିଏ ସମର୍ଥିତ ଦଳଗୁଡ଼ିକ ସହ ବୈଠକ କରିବେ ବୋଲି ଆମନ୍ତ୍ରଣ ଜଣାଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ବେଶ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି ଜଣାପଡିଛି । ତେବେ କେନ୍ଦ୍ରରେ ସରକାର ଗଠନ ନେଇ ସପା-ବିଏସ୍‌ପି, ବିଜେପି ଓ କଂଗ୍ରେସ ଉଭୟ ଆଶାବାଦୀ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଚାଲିଛି । ମମତା ବାନାର୍ଜୀ, ଚନ୍ଦ୍ର ବାବୁ  ନାଇଡୁ, ମାୟାବତୀ, ରାହୁଲ୍‌ ଗାନ୍ଧି ପ୍ରମୁଖ ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବାବେଳେ ଏବେ ବିଜେଡ଼ି ପ୍ରମୁଖ ନବୀନ ମଧ୍ୟ ଏହି ରେସ୍‌ରେ ରହିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି ।  ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ମତ ଦେଇଛନ୍ତି । ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ରହିଥିବା ଶ୍ରୀ ପାତ୍ର କହିଛନ୍ତି, ଚଳିତ ବର୍ଷ ବିଜେଡି ସମଦୂରତ୍ବ ପନ୍ଥା ଅବଲମ୍ବନ କରିବ ନାହିଁ । ଯେଉଁ ଦଳ ଓଡିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବ ଦଳ ତାକୁ ସମର୍ଥନ ଜଣାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ପୂର୍ବରୁ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଦେଶ ତଥା ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଆଶା କରୁଛନ୍ତି । ଏହା ସହିତ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀତ୍ବର ସମ୍ଭାବନାକୁ ଖଣ୍ଡନ କରିଛନ୍ତି ସୂର୍ଯ୍ୟ ପାତ୍ର । ବହୁ ସମୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦବୀରେ ବସାଇ ପଛରୁ ଗୋଡ ଟାଣିଥାଏ ତେଣୁ ନବୀନ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଶାୟୀ ତାଲିକାରେ ନ ରହିବା ଉଚିତ୍‌ । ଏହି ମନ୍ତବ୍ୟ ସହିତ ପ୍ରକାଶ୍ୟରେ ତୃତୀୟ ସାମ୍ମୁଖ୍ୟ ପ୍ରତି ନିଜର ସମର୍ଥନ ବିଷୟ ଘୋଷଣା କରିଛି ବିଜେଡି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Latest News

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.