ସରକାରୀ ମହାବିଦ୍ୟାଳୟରେ ୩୩୪ ଜଣଙ୍କୁ ଦିଆଯିବ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ

Published: Aug 20, 2022, 6:26 pm IST

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ। ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍‌) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର କିପର) ଅଛନ୍ତି ।

ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୫ ତାରିଖ ଅପରାହ୍ନ ୫.୩୦ ସମୟରେ ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନିଯୁକ୍ତି ଆଦେଶ ପ୍ରଦାନ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Related posts