Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ଆଜିର ଖବର

ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

August 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି।

ନ୍ୟାୟମୂର୍ତ୍ତି ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍‍କ୍ୟୁ ସେଣ୍ଟର। ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ।” ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍‍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି। ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍‍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି।

ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଭାରତ ଏବଂ ବିଦେଶରୁ ଜୀବଜନ୍ତୁଙ୍କୁ ଆଣିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲେ। ଏଥିସହିତ ଏହି ଅଣ ଲାଭଜନକ ସଂଗଠନ ପରିଚାଳନା ଏବଂ ପ୍ରଶାସନ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‍ଆଇଟି ଗଠନ ନିମନ୍ତେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ତେବେ ଏହାକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ।

ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖି ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ପକ୍ଷରୁ ‘ତେନ୍ଦୁଆ ସଂରକ୍ଷଣ କେନ୍ଦ୍ର’ ଏବଂ ‘କୁମ୍ଭୀର ସଂରକ୍ଷଣ କେନ୍ଦ୍ର’ ସହିତ ନିଜ କାର୍ଯ୍ୟକଳାପର ବିଭିନ୍ନ ସଫଳତା ସମ୍ପର୍କରେ ବ୍ୟାପକ ବିବରଣୀ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ସେଣ୍ଟରରେ ଜୀବଜନ୍ତୁଙ୍କ ସହାୟତା ନିମନ୍ତେ ଉପଲବ୍ଧ ଚିକିତ୍ସକ, କ୍ୟୁରେଟର, ଜୀବବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ତାହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଜାଣିବାକୁ ପାଇଥିଲେ ଯେ ଜୀବଜନ୍ତୁ ପରିଚାଳନା ଏବଂ ସ୍ଥାନାନ୍ତରଣ ନିମନ୍ତେ ଦିଆଯାଇଥିବା ଅନୁମତି ଏବଂ ସେ ସମ୍ପର୍କିତ ସମସ୍ତ ବିଧିବ୍ୟବସ୍ଥା ଆଇନସମ୍ମତ ଏବଂ ଅଧିକୃତ ଅଟେ।

ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମ୍ପର୍କରେ ଅଦାଲତଙ୍କୁ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଜିଜେଡଆର୍‍ଆର୍‍ସିର କାର୍ଯ୍ୟକଳାପ ସମ୍ପର୍କରେ ବିବାଦର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ କହିଥିଲେ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହାୟତାରେ ପରିଚାଳିତ ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଜିଜେଡଆର୍‍ଆର୍‍ସି)ରେ ଉପଲବ୍ଧ ସୁବିଧା ସୁଯୋଗରେ ଉଚ୍ଚ ନ୍ୟାୟାଳୟ ସନ୍ତୁଷ୍ଟ ଅଛନ୍ତି।

ଏ ସମ୍ପର୍କରେ ପ୍ରକାଶ କରି ଜିଜେଡଆର୍‍ଆର୍‍ସିର ମୁଖ୍ୟ ଧନରାଜ ନାଥୱାନି କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ। ଜିଜେଡଆର୍‍ଆର୍‍ସି ଜୀବଜନ୍ତୁଙ୍କର କଲ୍ୟାଣ, ଉଦ୍ଧାର, ଥଇଥାନ ଏବଂ ସଂରକ୍ଷଣ ସହିତ ଜଟିଳ ପରିସ୍ଥିତିରୁ ଉଦ୍ଧାର ହେବା ଆବଶ୍ୟକ କରୁଥିବା ଜୀବଜନ୍ତୁଙ୍କୁ ବିଶ୍ୱ ମାନର ଥଇଥାନ ଯତ୍ନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛି।”

ରିଲାଏନ୍ସ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.