ଲୁକଆଉଟ୍ ନୋଟିସ୍ ପ୍ରସଙ୍ଗରେ ମୋଦୀଙ୍କୁ ଆକ୍ରମଣ କଲେ ମନୀଷ ସିସୋଦିଆ

Published: Aug 21, 2022, 11:30 am IST

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆକ୍ରମଣ କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ନୋଟିସ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହା କି ପ୍ରକାର ନାଟକ ବୋଲି ସେ ପ୍ରଶ୍ନ କରିଛନ୍ତି। ବାସ୍ତବରେ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ଆପଣଙ୍କର ସମସ୍ତ ଚଢାଉ ବିଫଳ ହୋଇଛି, କିଛି ମିଳିଲା ନାହିଁ। ଏବେ ମନୀଷ ସିସୋଦିଆ ଉପଲବ୍ଧ ନାହିଁ କହି ଆପଣ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛନ୍ତି। ମୁଁ ଦିଲ୍ଲୀରେ ମୁକ୍ତ ଭାବରେ ବୁଲୁଛି, ମୋତେ କୁହନ୍ତୁ ମୁଁ କେଉଁଠିକୁ ଆସିବି?

ପ୍ରକାଶ ଯେ, ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ସମେତ ମୋଟ ୧୩ ଜଣଙ୍କ ବିରୋଧରେ ଏକ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଛି। ଯାହା ଦ୍ଵାରା କେହି ଦେଶ ଛାଡି ପାରିବେ ନାହିଁ। ଏହାପୂର୍ବରୁ ଅଗଷ୍ଟ ୨୦ ତାରିଖ ଦିନ ସକାଳେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଏହି ଚଢାଉ ୧୪ ଘଣ୍ଟା ଧରି ଚାଲିଥିଲା।

Related posts