
ପାଣାଜୀ: ଗୋଆରେ ହୃଦଘାତରେ ଟିକଟକ୍ ତାରକା ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। ବିଜେପି ତାଙ୍କୁ ୨୦୧୯ ନିର୍ବାଚନରେ ହିସାର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଠାରେ ସେ କଂଗ୍ରେସ ନେତା ଥିବା କୁଲଦୀପ ବିଷ୍ନୋଇଙ୍କ ଠାରୁ ପରାସ୍ତ ହୋଇଥିଲେ। ସୋନାଲି ଅନେକ ଛୋଟ ପରଦା ସିରିଏଲରେ କାମ କରିଛନ୍ତି। ସୋନାଲି ଫୋଗାଟ ସୋମବାର ରାତିରେ ମଧ୍ୟ ନିଜେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଟିକଟକ୍ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସିଦ୍ଧ ରିଅଲିଟି ସୋ ବିଗ୍ ବସ୍ ର ୧୪ ତମ ସଂସ୍କରଣରେ ସୋନାଲି ଭାଗ ନେଇଥିଲେ।