Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବଧାନ!: ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା, ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା
ଆଜିର ଖବର

ସାବଧାନ!: ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା, ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା

August 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଡିଜିଟାଲ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରା ମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ସଜାଗ ରହୁଛନ୍ତି ଉକ୍ତ ଲୁଟେରା ଏବଂ ଅନଭିଜ୍ଞ ଗ୍ରାହକଙ୍କୁ ଦେଖି ଲୁଟୁଛନ୍ତି ଟଙ୍କା। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି।

ତେବେ ଗତକାଲି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର ଥାନା ବାଁଳେଇ ଗ୍ରାମର ପୁଷ୍ପାଞ୍ଜଳି ଭୋଳ ଗତକାଲି ମଧ୍ୟାହ୍ନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇଁ ନିଜ ଛୋଟ ଶିଶୁକୁ ଧରି ଯାଇଥିଲେ। ତେବେ ପୁର୍ବରୁ ସେଠାରେ ଲୁଟେରା ମାନେ ସକ୍ରିୟ ଥିଲେ। କେହି ଜଣେ ଦୁର୍ବୁତ୍ତ ପୁଷ୍ପାଞ୍ଜଳିଙ୍କୁ ଭଉଣୀ ସମ୍ବୋଧନ କରି ଏଟିଏମରୁ ପଇସା ଉଠାଇଦେବେ ବୋଲି କହିଥିଲେ।

ତେବେ ପୁଷ୍ପାଞ୍ଜଳିଙ୍କ ଠାରୁ ଏଟିଏମ କାର୍ଡ ନେଇ ଦୁର୍ବୁତ୍ତ ଜଣକ ମେସିନ ମଧ୍ୟରେ ଭର୍ତ୍ତି କରିଥିଲେ ଏବଂ ପୁଷ୍ପାଞ୍ଜଳି ପିନ ନମ୍ବର ଟାଇପ କରିଥିଲେ। ସେହି ସମୟରେ ଦୁର୍ବୁତ୍ତ ଜଣକ ପିନ ଜାଣିଦେଇଥିଲେ ଏବଂ ପୁଷ୍ପାଞ୍ଜଳି ସାମାନ୍ୟ ଅନ୍ୟମନସ୍କ ହେବା ସମୟରେ ଦୁର୍ବୁତ୍ତ ଜଣକ ସଙ୍ଗେସଙ୍ଗେ ତାଙ୍କ ଏଟିଏମ କାର୍ଡକୁ ବଦଳି କରି ମଞ୍ଜୁ ପ୍ରଧାନ ନାମକ ଜଣେ ମହିଳାଙ୍କ ଏଟିଏମ କାର୍ଡ ଧରାଇଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଷ୍ପାଞ୍ଜଳିଙ୍କ ଏଟିଏମ କାର୍ଡରେ ଥିବା ସମସ୍ତ ୯ ହଜାର ୮୦୦ ଟଙ୍କା କାଢିନେଇଥିଲେ।

ଏହା ଜାଣିଲା ପରେ ପୁଷ୍ପାଞ୍ଜଳି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ବାଲୁଗାଁ ଏସଡିପିଓ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଏଟିଏମ ସେଣ୍ଟର ଗୁଡ଼ିକ ପାଖରେ ବୁଲୁଥିବା ଅଭ୍ୟାସଗତ ଅପରାଧି ତଥା ଡିଜିଟାଲ ଲୁଟେରାଙ୍କୁ ଠାବ କରି ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଏଟିଏମ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.