Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀ ଭେଙ୍କଟେଶ୍ୱର କଲେଜର ଡାଇମଣ୍ଡ୍ ଜୁବଲି ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଶ୍ରୀ ଭେଙ୍କଟେଶ୍ୱର କଲେଜର ଡାଇମଣ୍ଡ୍ ଜୁବଲି ସମାରୋହରେ କେନ୍ଦ୍ରମନ୍ତ୍ରୀ

August 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଖୁବ ଶୀଘ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜ ଗୁଡ଼ିକରେ ପିଏଚଡି ଆରମ୍ଭ କରାଯିବା ସହ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଶ୍ରୀ ଭେଙ୍କଟେଶ୍ୱର କଲେଜର ଡାଇମଣ୍ଡ ଜୁବଲି ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁଜିସି ଅଧ୍ୟକ୍ଷ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି ଯେ ଭାରତୀୟ ଜୀବନ ପଦ୍ଧତି ଭିତ୍ତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ହେବ। ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ । ନୂଆ ଶିକ୍ଷା ନୀତି ଦ୍ୱାରା ଭାରତୀୟତା ତଥା ଭାରତର ପ୍ରାଚୀନ ସଂସ୍କୃତି, ପରମ୍ପରା, ବିଚାର ଓ ବୈଶିଷ୍ଟ୍ୟକୁ ଉଜାଗର କରାଯିବ। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର। ଭାରତ ଶିଳ୍ପ ବିପ୍ଳବ ୪.୦ରେ ପ୍ରବେଶ କରୁଅଛି। ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଏହି ସମୟରେ ଆମର ପୁରାତନ ଭାରତୀୟ ସଭ୍ୟତାକୁ ନୂଆ ଦିଗ ଦେଖାଇବାର ନିର୍ଣ୍ଣୟ ନେଉଅଛେ। ତେଣୁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମ ପ୍ରାଚୀନ ସଭ୍ୟତାର ନୂଆ ମାର୍ଗ ପ୍ରସ୍ତୁତ କରିବା ପାଇଁ ଯୋଜନାର ରୂପରେଖ କଣ ରହିବ, ତା’ ଉପରେ ବିଚାମବିମର୍ଷ କରିବା ଆବଶ୍ୟକ। ଶିକ୍ଷାନୁଷ୍ଠାନ ଗୁଡ଼ିକ ଏକବିଂଶ ଶତାବ୍ଦୀକୁ ଦିଶା ଦେବାର ଶିକ୍ଷା ପ୍ରଦାନ କରିବା ଦରକାର।

ପ୍ରଧାନମନ୍ତ୍ରୀ ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ବିକଶିତ ଭାରତ ପାଇଁ ନାଗରିକଙ୍କୁ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ବିକଶିତ ଭାରତର ଅର୍ଥ ହେଉଛି ଜନସଂଖ୍ୟାର ସମ୍ପୂର୍ଣ୍ଣ ଲୋକଙ୍କ ବିକାଶ କରିବା। ଏହି ସମୟରେ ଆମର ଦାୟିତ୍ୱ ଆମେ ବଡ଼ ଭାବିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଭାରତ ଲମ୍ବା ଲମ୍ଫ ମାରିବା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ। ଦେଶର ଯୁବପିଢି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଭାରତର ମହାନ ଗଣତନ୍ତ୍ରକୁ ନେଇ ଏପରି କାର୍ଯ୍ୟକ୍ରମ କରନ୍ତୁ, ଯାହା ଦ୍ୱାରା ଭାରତର ଅସ୍ମିତା ବ୍ୟାପକ ହେବ।

ଏହାବ୍ୟତିତ ଚଳିତବର୍ଷ ଜି-୨୦ ଭାରତରେ ଆୟୋଜନ କରାଯାଉଛି, ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଗୌରବର ବିଷୟ। ସେହିପରି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହ ପାଳନ କରୁଛି। ଏଭଳି ସମୟରେ ଶ୍ରୀ ଭେଙ୍କଟେଶ୍ୱର କଲେଜ ହୀରକ ଜୟନ୍ତୀ ପାଳନ କରିବା ଖୁସିର ମୁହୂର୍ତ୍ତ। ଭେଙ୍କଟେଶ୍ୱର କଲେଜ ଏକବିଂଶ ଶତାବ୍ଦୀର ଜ୍ଞାନର ପେଣ୍ଠସ୍ଥଳୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026
Latest News

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.