ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା: ୪ ତାରିଖରୁ ଏହି ସବୁ ଜିଲ୍ଲାରେ ହେବ ବର୍ଷା

Published: Sep 2, 2022, 12:35 pm IST

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ରହିଛି। କିନ୍ତୁ ଆସନ୍ତା ୫ ତାରିଖ ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ସନ୍ତା ୫ ତାରିଖ ପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ପାଣିପାଗ ବିଭାଗ ପକ୍ଷରୁ ୩ ତାରିଖ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ତାରିଖରେ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ପାଇଁ ଯେଉଁ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେହି ଜିଲ୍ଲାଗୁଡିକ ହେଲା- ଅନୁଗଳ, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ,  କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା।

ସେହିଭଳି ୪ ତାରିଖ ପାଇଁ ଯେଉଁ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁର ଜିଲ୍ଲା।

Related posts