ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୪
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୧
ବୌଦ୍ଧ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୨୦
ଦେବଗଡ ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୨
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୫୫
କୋରାପୁଟ ଜିଲ୍ଲାରୁ- ୧
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୮
ନବରଙ୍ଗପୁର ଜିଲ୍ଲାରୁ- ୫
ନୟାଗଡ ଜିଲ୍ଲାରୁ- ୭
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୯
ରାୟଗଡା ଜିଲ୍ଲାରୁ- ୪
ସମ୍ବଲପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୧୦
ଷ୍ଟେଟ ପୁଲରୁ- ୧୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୨୪୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୭ ହଜାର ୨୭୮ ଏବଂ ବର୍ତ୍ତମାନ ୧୭୩୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।