Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

“ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

September 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର:  ଆମେ ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ଲେଖକ ଶଶାଙ୍କ୍ ମଣିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା”ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁସ୍ତକର ଲେଖକ ଗତ ୨୫ ବର୍ଷ ଧରି ରେଳ ଯୋଗେ ନିଜର ଯାତ୍ରା ମାଧ୍ୟମରେ ଯୁବବର୍ଗଙ୍କ ଭାରତ ଜାଗ୍ରତ ଯାତ୍ରାର ଜୀବନ୍ତ ଅନୁଭୂତିକୁ ପୁସ୍ତକର ରୂପ ଦେଇଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥରେ ଲେଖକଙ୍କ ଏହି ଅନନ୍ୟ ଯାତ୍ରା ପ୍ରଶଂସନୀୟ। ଯାତ୍ରାରୁ ଜ୍ଞାନ ବଢ଼େ। ଲେଖକ ଜଣେ ନାଗରିକ ଭାବେ ଯୁବବର୍ଗଙ୍କୁ ଦେଶର ଆତ୍ମା ସହ ଅବଗତ କରାଇବା, ସମ୍ବାଦ ଏବଂ ସୃଜନଶୀଳତା ମାଧ୍ୟରେ ଦେଶକୁ ଆଗକୁ ନେବା ପାଇଁ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରିଛନ୍ତି। ସମାଜର ଅଧିକାର ସେବେ ସୁରକ୍ଷିତ ରହିବ ଯେବେ ଆମେ ନିଜର ଦାୟିତ୍ୱ ପାଳନ କରିବା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଗ୍ରାମାଞ୍ଚଳରେ ଥିବା ଜ୍ଞାନକୁ ଆଧୁନିକ ଢ଼ଙ୍ଗରେ ଦେଶ ସାମ୍ନାରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି। ଦେଶର ବିବିଧ ସଂସ୍କୃତି, ଭାଷା ବିବିଧତା ଏବଂ ଆତ୍ମାକୁ ବୁଝିବା ପାଇଁ “ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା” ଭଳି ପୁସ୍ତକ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ପ୍ରକାଶିତ ହେବା ଜରୁରୀ ଅଟେ। ଯେବେ ଦେଶର ସମସ୍ତ ନାଗରିକମାନେ ଆର୍ଥିକ ସମ୍ପନ୍ନତାର ସହ ଆଗକୁ ବଢ଼ିବେ ସେବେ ଦେଶ ବିକଶିତ ହେବ। ଦେଶର ନାଗରିକଙ୍କ ମଧ୍ୟରେ ଆମ ପାଖରେ ଥିବା ସମ୍ବଳର ଉପଯୋଗ କରି ନିଜକୁ ସମୃଦ୍ଧ କରିବାର ଇଚ୍ଛାକୁ ବିକଶିତ କରିବାକୁ ହେବ। ବସୁଧୈବ କୁଟୁମ୍ବକମ୍ ଭାରତର ସଂସ୍କୃତି। ଏଥିପାଇଁ ଯେତେବେଳେ ଭାରତ ବିକଶିତ ହେବ ତେବେ ସମ୍ପୂର୍ଣ୍ଣ ବିଶ୍ୱର ବିକାଶକୁ ଗତି ମିଳିବ।

ଭାରତକୁ ପୁନର୍ବାର ବୈଭବଶାଳୀ, ଜ୍ଞାନ, ଉଦ୍ୟମିତା, ଆତ୍ମବିଶ୍ୱାସକୁ ଉଜ୍ଜୀବିତ କରିବା ଦିଶାରେ ଜାତୀୟ ଶିକ୍ଷାନୀତି ଏକ ସଫଳ ଉଦ୍ୟମ। ଏହା ଏକ ନୀତି ଦସ୍ତାବିଜ ନୁହେଁ ବରଂ ଭାରତକୁ ବିକଶିତ ଦେଶ କରିବା ଓ ଆମର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା, ଦାୟିତ୍ୱବୋଧତା, ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବାର ରୋଡମ୍ୟାପ୍। ଆଜି ଉନ୍ମୋଚିତ ପୁସ୍ତକ ସମାଜର ଯୁବ ଲେଖକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକ ଉନ୍ମୋଚନ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026
Latest News

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.