Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ବିଭିନ୍ନ ଦାବି ନେଇ ଧାରଣା
ଆଜିର ଖବର

ବାଲୁଗାଁ: ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ବିଭିନ୍ନ ଦାବି ନେଇ ଧାରଣା

September 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ତରଫରୁ ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶାଖା କାର୍ଯ୍ୟାଳୟ ପରିସରରେ ଶତାଧିକ ଏଜେଣ୍ଟ, ବୀମାଧାରୀ ଧାରଣା ଦେଇଛନ୍ତି। ବୀମାଧାରକ ଓ ବୀମା ଅଭିକର୍ତ୍ତାଙ୍କ ଅନେକ ସମସ୍ୟା ନେଇ ସେପ୍ଟେମ୍ବର ୧ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣାକୁ ଓହ୍ଲାଇ ଥିବା ବୀମା ଏଜେଣ୍ଟମାନେ ଆଜି ବାଲୁଗାଁ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଯାହାକି ଏହି ଧାରଣା ଦେଶର ସମସ୍ତ ୨୦୪୮ ଶାଖା ସହିତ ସମସ୍ତ ସାଟେଲାଇଟ ଶାଖା ମାନଙ୍କରେ ମଧ୍ୟ କରାଯାଉଛି।

ବୀମାଧାରକଙ୍କୁ ଦିଆଯାଉଥିବା ପଲିସି ଲୋନ ଉପରେ ସୁଧ ହ୍ରାସ,ପ୍ରତ୍ୟେକ ଶାଖା ସମ୍ମୁଖରେ ସିଟିଜେନ ଚାର୍ଟ ଲଗାଇବା,ପ୍ରତ୍ୟେକ ବୀମା ପଲିସିରେ ବୋନସ ବୃଦ୍ଧି କରିବା,ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ବନ୍ଦ ପଲିସିକୁ ରିଭାଇବାଲ କ୍ଷେତ୍ରରେ ସୁବିଧା,ବୀମା ଧାରକଙ୍କୁ ଉତ୍ତମ ସେବା ପ୍ରଦାନ,ଅଭିକର୍ତ୍ତାଙ୍କ ଗ୍ରାଚ୍ୟୁଇଟି,ଜିଏସଟି ଉଚ୍ଛେଦ,ଏଜେଣ୍ଟ କମିଶନ ବୃଦ୍ଧି,ବୀମା ଓ ସ୍ୱାସ୍ଥ୍ୟ ବୀମା ବୃଦ୍ଧି କରିବାସହ ଅଭିକର୍ତ୍ତାଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଓ ଲୋନର ସୁବିଧା ଯୋଗାଇବା,ଗ୍ରୁପ ଇନ୍ସୁରାନ୍ସ ପରିମାଣ ବଢାଇବା ପରି ଅନେକ ଦାବି ନେଇ ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ।ଚଳିତ ବୀମା ସପ୍ତାହରେ ଏହିପରି ଧାରଣା ସହ ସ୍ଲୋଗାନ ଜାରି ରହିବ ବୋଲି ଧାରଣାରତ ବ୍ୟକ୍ତିମାନେ କହିଛନ୍ତି।ଏଥିସହିତ ଆଗାମୀ ଦିନରେ ସରକାର ଅନ ଲାଇନରେ ବୀମା ବିକ୍ରି କରିବା ଯୋଜନା ବିରୋଧରେ ଦେଶର ସମସ୍ତ ବୀମା ଏଜେଣ୍ଟ ସର୍ବ ଭାରତୀୟ ସ୍ତରରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିବା ନେଇ ସୂଚିତ କରିଛନ୍ତି।ଏଥିସହିତ ଉକ୍ତ ଧାରଣା ନେଇ ଶାଖାର ପଲିସି ସେବା ପାଇଁ ବୀମା ଧାରକଙ୍କର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ସ୍ପଷ୍ଟକ୍ତି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଅଭିକର୍ତ୍ତା ସଙ୍ଘ ଉପଦେଷ୍ଟା ଗୋପାଳ କୃଷ୍ଣ ରାଉତରାୟ, ବାଙ୍କନିଦ୍ଧି ନାୟକ, ସଭାପତି ଅଶୋକ ଦାସ, ଉପସଭାପତି ବିନୋଦ ଚନ୍ଦ୍ର ରାଉତରାୟ, ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଅଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଶୋକ ପାତ୍ର ଓ ରଞ୍ଜନ ସେନାପତିଙ୍କ ସମେତ ଅଭିମନ୍ୟୁ ନାୟକ, ରତିକାନ୍ତ ସାହୁ, ଦିଲ୍ଲୀପ କୁମାର ନାୟକ ଏବଂ ବୀମାଧାରୀ ମାନେ ଉପସ୍ଥିତ ଥିଲେ।

ଧାରଣା ବାଲୁଗାଁ ଶାଖା ଭାରତୀୟ ଜୀବନ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

September 2, 2026

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026

ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

September 2, 2026

ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ

September 2, 2026
Latest News

ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

September 2, 2026

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026

ଆଜି ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 2, 2026

ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

September 2, 2026

ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.