ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳତା ପାଇଁ ଜାଆଁଳା ଭାଇଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Published: Sep 12, 2022, 9:41 pm IST

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ମଲ୍ଲୁ ଜାଆଁଳା ଭାଇଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ଦିବ୍ୟାଶୁଂ ମଲ୍ଲୁ ଏବଂ ତାଙ୍କ ଭାଇ ଦୀପ୍ତାଶୁଂ ମଲ୍ଲୁ। ଉଭୟ ଭାଇ ଏଥର ଜେଇଇ ପରୀକ୍ଷା ସଫଳତା ହାସଲ କରିଛନ୍ତି।

ଦିବ୍ୟାଶୁଂ ସର୍ବଭାରତୀୟ ସ୍ତରରେ ଏଗାର ତମ ରାଙ୍କ ହାସଲ କରିଛନ୍ତି। ସେହିପରି ଓଡିଶା ସ୍ତରରେ ସେ ପ୍ରଥମ ହୋଇଛନ୍ତି। ସେ ପୂର୍ବରୁ ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି। ଏଥିରେ ଭାରତରୁ କେବଳ ଜଣେ ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପାଇବାକୁ ମନୋନିତ ହୋଇଥିଲେ। ସେହିପରି ତାଙ୍କ ଯାଆଁଳା ଭାଇ ଦୀପ୍ତାଶୁଂ ମଧ୍ୟ ଜେଇଇ ଆଡଭାନସରେ ସର୍ବଭାରତୀୟ ସ୍ତରରେ 228 ରାଙ୍କ ସ୍ଥାନ ହାସଲ କରିଛନ୍ତି।

ଏହି ସମ୍ବର୍ଦ୍ଧନା ସମୟରେ ତାଙ୍କ ପିତା ଚନ୍ଦନ ମଲ୍ଲୁ ଏବଂ ମାତା ଶ୍ରୀମତୀ ସ୍ବାତୀ ମଲ୍ଲୁ ଏବଂ ପ୍ରିନ୍ସପାଲ୍ ଡ. ସଞ୍ଜୟ ସୁଆର ମଧ୍ୟ ଉପସ୍ଥିତ ଥିଲେ। ସେମାନେ କିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟ ଭୁବନେଶ୍ୱରର ଛାତ୍ର। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଅଧିକ ସଫଳତା କାମନା ମଧ୍ୟ କରିଛନ୍ତି।

Related posts