କନ୍ଦର୍ପ ବେହେରା
ରେଢାଖୋଲ: ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୃତୀତ୍ୱ ହାସଲ କରି ରେଢାଖୋଲ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ନାକଟିଦେଉଳ ବ୍ଲକ୍ର ମହୁକୁଦ ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ସର୍ବଜିତ୍ ବିଶ୍ୱାଳ ୬୪୦ ନଂ ରଖି ଜାତୀୟ ସ୍ତରରେ ୬୭୮୬ ର୍ୟାଙ୍କ ହାସଲ କରିଛନ୍ତି। ଠିକ୍ ସେଇ ଗ୍ରାମର ପ୍ରହଲ୍ଲାଦ ରାଉଳଙ୍କ ଝିଅ ଶୃତି ରାଉଳ ୫୯୬ ନମ୍ବର ରଖି ଜାତୀୟ ସ୍ତରରେ ୨୨୭୦୨ ର୍ୟାଙ୍କ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ଏପରିକି ଗ୍ରାମାଂଚଳର ଗୋଟିଏ ଗ୍ରାମର ଛାତ୍ର ଛାତ୍ରୀ ଏହି ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ମିଳିଥିବାରୁ ଗ୍ରାମାଂଚଳର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗଇବ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ନୃସିଂହ ଚରଣ ବିଶ୍ୱାଳ ଙ୍କ ଜ୍ୟେଷ୍ଠ ପୁତ୍ର ସିଏଟି ପରୀକ୍ଷାରେ କୃତୀତ୍ୱ ହାସଲ କରିବା ସହ ସେ ଏବେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଂଟ୍, ରାଂଚି ଠାରେ ଅଧ୍ୟୟନ କରୁଛନ୍ତି।