Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯିବ ସ୍ୱଚ୍ଛତା ପକ୍ଷ୍ୟ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯିବ ସ୍ୱଚ୍ଛତା ପକ୍ଷ୍ୟ

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳବାଇ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପକ୍ଷକୁ ବ୍ୟାପକ ଭାବେ ପ୍ରାରମ୍ଭ କରାଯାଇଅଛି।

ଏହି ପ୍ରାରମ୍ଭିକ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶପଥ ପାଠ କରାଇବା ସହିତ ସେମାନଙ୍କ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଵଛ ରଖିବାକୁ କହିଛନ୍ତି।

ସର୍ବନିମ୍ନ ସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ରେଳ କର୍ମଚାରୀମାନେ ସ୍ୱଚ୍ଛତା ପକ୍ଷ୍ୟରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ଅବଧି ତଥା ୧୫ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରଭାତ ଫେରି, ସେମିନାର ଏବଂ ପଥପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି।

ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପକ୍ଷ୍ୟ ସମୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି। ପରିଷ୍କାର ପରିଚ୍ଛନ୍ନତା, ଚଳପ୍ରଚଳ ଅଞ୍ଚଳରେ ଆବର୍ଜନା ନକରିବାକୁ ସଚେତନତା, ଅନ୍-ବୋର୍ଡ ପରିଷ୍କାର ପରିଚ୍ଛନ୍ନତା, ଟ୍ରେନ ରକ୍ଷଣାବେକ୍ଷଣ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକ୍ ଉପରେ ପେଣ୍ଟିଂ କାର୍ଯ୍ୟକଳାପ ସହିତ ଚିତ୍ରାଙ୍କନ ପ୍ରତିଯୋଗିତା; କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୌଚାଳୟ ମାନଙ୍କରେ ସ୍ୱଚ୍ଛତା ଆଣିବା ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ସମୟରେ କରାଯିବ।

ଆଜି ପୂର୍ବାହ୍ନରେ ରେଳ ସଦନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରେଳପଥର କର୍ମଚାରୀ ଓ ଅଧିକାରୀମାନେ ଅପରିଷ୍କାର ନକରିବା କିମ୍ବା ଅନ୍ୟମାନଙ୍କୁ ଅପରିଷ୍କାର କରାଇନଦେବା ପାଇଁ ଶପଥ ନେଇଥିଲେ। ସେମାନେ ନିଜ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିଜ ପରିବାର, ସ୍ଥାନୀୟ ଅଞ୍ଚଳ, ଗ୍ରାମ ଏବଂ ସେମାନଙ୍କର କାର୍ଯ୍ୟ ସ୍ଥାନ ମାନଙ୍କରେ ସ୍ୱଚ୍ଛତା ପ୍ରତି କାର୍ଯ୍ୟକରିବାକୁ ମଧ୍ୟ ଶପଥ ନେଇଛନ୍ତି।  କର୍ମଚାରୀମାନେ ମଧ୍ୟ ପ୍ରତିଶୃତି ଦେଇ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱରେ ପରିସ୍କାର ପରିଚ୍ଛନ୍ନତା ଦେଖା ଯାଉଥିବା ଦେଶ ଗୁଡିକ ସେମାନଙ୍କର ନାଗରିକ ମାନଙ୍କର ସ୍ୱଚ୍ଛତା ପ୍ରତି କର୍ତ୍ତବ୍ୟନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି। ଶପଥ ଗ୍ରହଣ ସମାରୋହକୁ ରେଳପଥର ମୁଖ୍ୟ ଚିଫ୍ ମେକାନିକାଲ୍ ଇଞ୍ଜିନିୟର ମାନସ କୁମାର ପୋଦ୍ଦାର ପରିଚାଳନା କରିଥିଲେ।

ଏହି ଅବସରରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥ ସ୍ୱଚ୍ଛତା ପକ୍ଷ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.