ରାଜ୍ୟରେ ତଳ ମୁହାଁ ସଂକ୍ରମଣ: ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

Published: Sep 18, 2022, 11:17 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୦୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୬

କଟକ ଜିଲ୍ଲାରୁ- ୧୫

ଦେବଗଡ ଜିଲ୍ଲାରୁ- ୪

ଗଜପତି ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ- ୧

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୮

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୬

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୫୭

ମୟୂରଭଞ୍ଜ ଜିଲ୍ଲାରୁ- ୫

ନବରଙ୍ଗପୁର ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୫

ନୂଆପଡା ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୭

ସୋନପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୨୪

ଷ୍ଟେଟ ପୁଲରୁ- ୧୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୧ ହଜାର ୭୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୯୪୫ ଏବଂ ବର୍ତ୍ତମାନ ୧୬୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts