Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଆଜିର ଖବର

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

September 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ। ଆଜି କଟକଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି।

କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି କହିଥିଲେ, ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବା ବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ। ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ, ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ ବୋଲି ସେ କହିଥିଲେ।

ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଦୈନିକ ଖବରକାଗଜ ସମାଜର ସମ୍ପାଦକ କାନନ ବିହାରୀ ଦାଶ କହିଥିଲେ ଯେ ଗଣମାଧ୍ୟମ ସ୍ୱାଧୀନ ହେବା ସହ ଲୋକଙ୍କୁ ଦାୟିତ୍ୱସମ୍ପନ୍ନ ଭାବେ ସଠିକ ତଥ୍ୟ ପରିବେଷଣ କରିବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଚାପରେ ରହିବା ସତ୍ତ୍ୱେ ତଥ୍ୟ ତା ବାଟରେ ଯିବା ଆବଶ୍ୟକ ଓ ତୃଣମୂଳ ସ୍ତରର ସଫଳତା ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର ହେବା ଦରକାର ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଜିଲ୍ଲା ପରିଷଦର ସିଡ଼ିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମ୍ବର କୁମାର କର କହିଥିଲେ, କିଛିଟା ବାଧ୍ୟବାଧକତା ଦୃଷ୍ଟିରୁ କେତେକ ସମସ୍ୟା ଲୋକ ଲୋଚନକୁ ଆସିପାରୁ ନଥିବାବେଳେ, ତାହାକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ।

ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ କିପରି ସୁଦୃଢ଼ ହେବ ତାହା ବାର୍ତ୍ତାଳାପର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ। ଡ. ଦାଶ ବର୍ତ୍ତାଳାପ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।
ସୁନାମଧନ୍ୟ କ୍ରୀଡାବିତ ତଥା ଅଲିମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ ଇଣ୍ଡିଆ ଯୋଜନା ଦ୍ୱାରା ତୃଣମୂଳସ୍ତରରୁ ଦେଶରେ ଉତ୍ତମ କ୍ରୀଡାବିତ ସୃଷ୍ଟି ହେବାର ସୁଯୋଗ ପାଇଛନ୍ତି ଓ ଗଣମାଧ୍ୟମର ପ୍ରୋତ୍ସାହନ କ୍ରୀଡାବିତଙ୍କୁ ସଫଳତା ହାସଲ କରିବାରେ ପ୍ରେରଣାଦାୟୀ ହୋଇଛି ବୋଲି କହିଥିଲେ।

ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା ନେଇ ଗଣମାଧ୍ୟମର ଦାୟୀତ୍ୱ ସମ୍ପର୍କରେ ଆଲୋଚନା କରିଥିବାବେଳେ, କଟକ ଅଗ୍ରଣୀବ୍ୟାଙ୍କ ପ୍ରବନ୍ଧକ ରାଜେଶ ବେହେରା ମୁଦ୍ରା, ସୁକନ୍ୟା ସମୃଦ୍ଧି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଉପାଦେୟତା ନେଇ ସୂଚନା ଦେଇଥିଲେ।

କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ସ୍ୱଚ୍ଛ ଭାରତ, ଉଜ୍ୱଳା ଓ ପିଏମ ଜନଧନ ଯୋଜନାର ହିତାଧିକାରୀମାନେ ସେମାନେ କିପରି ଏହି କଲ୍ୟାଣକାରୀ ଯୋଜନାର ସୁଫଳ ଯାଇଛନ୍ତି ତାହା ବର୍ଣ୍ଣନା କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୦୦ ରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ମତ ବିନିମୟ କରିଥିଲେ।

ଗଣତାନ୍ତ୍ରିକ ରାଷ୍ଟ୍ର ଗଣମାଧ୍ୟମର ଭୂମିକା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.