ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୧
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୭
ବୌଦ୍ଧ ଜିଲ୍ଲାରୁ- ୬
କଟକ ଜିଲ୍ଲାରୁ- ୪୦
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୫
ଗଞ୍ଜାମ ଜିଲ୍ଲାରୁ- ୫
ଜଗତସିଂହପୁର ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୭
ଖୋର୍ଦ୍ଧା ଜିଲ୍ଲାରୁ- ୧୯
କୋରାପୁଟ ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୭
ନବରଙ୍ଗପୁର ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୨
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୧୪
ସମ୍ବଲପୁର ଜିଲ୍ଲାରୁ- ୯
ସୋନପୁର ଜିଲ୍ଲାରୁ- ୩
ସୁନ୍ଦରଗଡ ଜିଲ୍ଲାରୁ- ୧୬
ଷ୍ଟେଟ ପୁଲରୁ- ୪
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୩ ହଜାର ୪୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୮୩୧ ଏବଂ ବର୍ତ୍ତମାନ ୧୪୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।