Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ

September 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି। ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍‌-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା।

ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ “ଦୁର୍ଦ୍ଦଶା’ ସମସ୍ତଙ୍କୁ ମନମୁଗ୍ଦ କରିଥିବାବେଳେ ଏହାପରେ କୃତି କଳାକାରମାନଙ୍କୁ ମାନପତ୍ର ଏବଂ ପୁରସ୍କୃତ ମଧ୍ୟ କରାଯାଇଥିଲା।

ଶେଷ ଦିବସରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ମନୋରଂଜନ କାର୍ଯ୍ୟ ପରିବେଷଣ କରିବା ସହିତ ମ୍ୟୁଜିକ୍ ବ୍ୟାଣ୍ଡ ତଥା “ସାଜ” ଦ୍ୱାରା ଡିଜେ ନାଇଟ୍ ପରିବେଷଣ କରାଯାଇଥିଲା।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଡାକ୍ତରୀ ଶିକ୍ଷା ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

କେକେଆର ବିବାଦ: ବିଜେପି ନେତା ସଙ୍ଗୀତ ସୋମଙ୍କୁ ବଙ୍ଗଳା ବାର୍ତ୍ତାରେ ମିଳିଲା ବୋମା ଧମକ

January 5, 2026

ଭାରତର ଏହି ପଦକ୍ଷେପ ଯୋଗୁଁ ବିଚଳିତ ପାକିସ୍ତାନ, ଚାରି ଦିନ ମଧ୍ୟରେ ଦେଲା ତୃତୀୟ ଧମକ

January 5, 2026

ଭାରତ ବାହାରେ ହେବ ବାଂଲାଦେଶର ସମସ୍ତ ଟି-୨୦ ବିଶ୍ୱକପ୍ ମ୍ୟାଚ୍?: ଆଇସିସି ନେଇପାରେ ବଡ଼ ନିଷ୍ପତ୍ତି 

January 5, 2026

ପୁଣି ଥରେ ଭାରତ ଉପରେ ଶୁଳ୍କ ଚେତାବନୀ ଦେଲେ ଟ୍ରମ୍ପ, ମୋଦୀଙ୍କ ବିଷୟରେ ଦେଲେ ବଡ ବୟାନ

January 5, 2026
Latest News

କେକେଆର ବିବାଦ: ବିଜେପି ନେତା ସଙ୍ଗୀତ ସୋମଙ୍କୁ ବଙ୍ଗଳା ବାର୍ତ୍ତାରେ ମିଳିଲା ବୋମା ଧମକ

January 5, 2026

ଭାରତର ଏହି ପଦକ୍ଷେପ ଯୋଗୁଁ ବିଚଳିତ ପାକିସ୍ତାନ, ଚାରି ଦିନ ମଧ୍ୟରେ ଦେଲା ତୃତୀୟ ଧମକ

January 5, 2026

ଭାରତ ବାହାରେ ହେବ ବାଂଲାଦେଶର ସମସ୍ତ ଟି-୨୦ ବିଶ୍ୱକପ୍ ମ୍ୟାଚ୍?: ଆଇସିସି ନେଇପାରେ ବଡ଼ ନିଷ୍ପତ୍ତି 

January 5, 2026

ପୁଣି ଥରେ ଭାରତ ଉପରେ ଶୁଳ୍କ ଚେତାବନୀ ଦେଲେ ଟ୍ରମ୍ପ, ମୋଦୀଙ୍କ ବିଷୟରେ ଦେଲେ ବଡ ବୟାନ

January 5, 2026

ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହେଲା ଭାରତ: କୃଷି ମନ୍ତ୍ରୀ

January 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.