Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଆଜିର ଖବର

ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ସକାଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଆଜି ସଂଧ୍ୟାରେ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସସ୍ଥାନୀୟ ଭଂଜ କଳା ମଣ୍ଡପ ଠାରେ ଅନୁଷ୍ଠିତ  ହୋଇଯାଇଛି।

କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା ଅନ୍ୟ ସମସ୍ତ କ୍ଷେତ୍ର ସମେତ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଗତ ଦୁଇବର୍ଷ ପୂର୍ବେ ପଯ୍ୟଟନ ଶିଳ୍ପରେ ବ୍ୟାପକ ଉନ୍ନତି ଘଟିଥିଲା। ଏବେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟନର ସୁଦୂର ପ୍ରସାରୀ ହେଉଛି। ପର୍ଯ୍ୟଟନରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି। ଆମ ରାଜ୍ୟରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭରି ରହିଛି l ପର୍ଯ୍ୟଟନ ସହିତ ଜଡିତ ପ୍ରତ୍ୟେକଙ୍କୁ ନିଷ୍ଠାର ସହ କାର୍ଯ୍ୟ କଲେ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସିବେ ବୋଲି ମନ୍ତ୍ରୀ  ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଏହି ଦିବସ ପାଳନ ଅବସରରେ ବିଭାଗ ତରଫରୁ ପ୍ରକାଶିତ ବାର୍ଷିକ ପତ୍ରିକା ‘ପରିବ୍ରାଜକ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ   ସ୍ୱାଗତ ଭାଷଣ ପ୍ରଦାନ କରି  କହିଲେ ଯେ , ଏବେ  ପର୍ଯ୍ୟଟନ ବିଭାଗର କାର୍ଯ୍ୟ ସଫଳତାରେ ବହୁ ଅଗ୍ରଗତି ଘଟିଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ଓଡିଶା ପର୍ଯ୍ୟଟନ ନିଗମ ସମେତ ଅନ୍ୟ ସମସ୍ତ ସହଯୋଗୀ ସଂସ୍ଥାମାନଙ୍କର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ  ପର୍ଯ୍ୟଟନର ବିକାଶ ଘଟୁଛି। ସେଥିପାଇଁ ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ସରକାର ବ୍ୟୟ ବରାଦ ବୃଦ୍ଧି କରିଛନ୍ତି।

କାର୍ଯ୍ୟକ୍ରମରେ ଅତିଥି ଭାବେ ଆଂଚଳିକ ପାସପୋର୍ଟ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କହିଲେ ଯେ, ପର୍ଯ୍ୟଟନ ଦେଶକୁ ବୈଦେଶିକ ମୁଦ୍ରା ଆସିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପର୍ଯ୍ୟଟନ ଶିଳ୍ପରେ ଥିବା  କେତେକ ଅସୁବିଧାର ଦୂରୀକରଣ ଓ ପର୍ଯ୍ୟଟନ ଶିଳ୍ପର ଉଜ୍ଜ୍ୱଳ ଭବିଷ୍ୟତ  ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ଘଟିଲେ  ଏହି ଶିଳ୍ପର ବହୁ  ଉନ୍ନତି ଘଟିବ ବୋଲି ସେ ମତ ରଖିଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ ଯୋଗଦେଇ କହିଲେ ଯେ, ବିମାନ ଚଳାଚଳ ଓ ପର୍ଯ୍ୟଟନ ଶିଳ୍ପ ଅଙ୍ଗାଙ୍ଗୀ ଭାବେ ଜଡିତ।

ଅନ୍ତର୍ଜାତୀୟ ବିମାନ ଚଳାଚଳର ବିକାଶ ପରିପ୍ରେକ୍ଷୀରେ ସେ କହିଲେ ଯେ, ଏବେ  ଏହି ବିମାନ ବନ୍ଦରରେ ବର୍ଷକୁ  ପ୍ରାୟ ତିନି ନିୟୁତ ଯାତ୍ରୀ ପରିବହନର ପରିଚାଳନା କରାଯାଉଛି। ଆଗମୀ 5 ମାସ ମଧ୍ୟରେ ନୂଆ ଟର୍ମିନାଲର ଆଧୁନିକୀକରଣ କରାଯିବ। 2025 ସୁଦ୍ଧା ଟର୍ମିନାଲ -3 ନିର୍ମାଣ କରାଯିବ। ଏହି ଟର୍ମିନାଲରେ ଓଡ଼ିଶାର ସଂସ୍କୃତିର ଛାପ ରହିବ। ଏଥିରେ ବାର୍ଷିକ 8.8 ନିୟୁତ ଯାତ୍ରୀ ପରିବହନର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ‘ପର୍ଯ୍ୟଟନ ଅନୁଚିନ୍ତା’ ସଂପର୍କିତ ଏକ ସମବେତ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୃଞ୍ଜୟ ରଥ ମଂଚ ସଂଯୋଜନା କରିଥିଲେ।ଶେଷରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ସୁଶୀଲ କୁମାର ରଥଙ୍କ ରଚନାଏବଂ ଶ୍ରୀ ଅନନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ନାଟକ ‘ମଣିଷ ଗଛର ଛାଇ’ ପରିବେଷଣ କରାଯାଇଥିଲା। ଏହାକୁ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଉପଭୋଗ କରିଥିଲେ।

ବିଶ୍ୱ ପର୍ଯ୍ୟଟନ ଦିବସ ରାଜ୍ୟ ପର୍ଯ୍ୟଟନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.