Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର-ବାଲୁଗାଁରେ ବୁଲିଲା ଅହିଂସା ରଥ: ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା, ଯୋଡିଲା ସମ୍ପର୍କ
ଆଜିର ଖବର

ବାଣପୁର-ବାଲୁଗାଁରେ ବୁଲିଲା ଅହିଂସା ରଥ: ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା, ଯୋଡିଲା ସମ୍ପର୍କ

September 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଚଳିତ ସ୍ୱାଧୀନତା ଦିବସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଆଗମନ କରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଚଳଚିତ୍ର ଏଥିରେ ପ୍ରଦର୍ଶିତ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ ସାଢେ ୮ ଘଟିକା ସମୟରେ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯାଇଥିଲା।

ଚିଲିକା କୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ। ଏକ ବିଶାଳ ରାଲି ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଗୋଟିଏ ରଥକୁ ବାଲୁଗାଁ ହାଇସ୍କୁଲ, ବାଣପୁର ବ୍ଲକର ପଦ୍ମଚରଣ ହାଇସ୍କୁଲ, ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ବଜାର ଓ ପଲଟନ ପଡିଆକୁ ଅଣାଯାଇ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍କଳମଣି ଗୋପବନ୍ଧୁ ଙ୍କ ଉପରେ ଆଧାରିତ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଅନ୍ୟ ରଥଟି ଭୁବନେଶ୍ବର ଉପଖଣ୍ତର ଜଟଣି ପୌରସଂସ୍ଥା ଅଭିମୁଖେ ଯାତ୍ରା କରିଥିଲା। ଏଥିସହ ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ , ଉପାଧ୍ୟକ୍ଷ ଭଗବାନ ପ୍ରଧାନ , ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଲୁଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀ, ଚିଲିକା ବିଡିଓ ଜଗଦୀଶ ଷଢଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରିବା ସହ ବିଶାଳ ପତାକାକୁ ସଙ୍ଗରେ ନେଇ ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ।

ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପରସ୍ପରକୁ ଦେଖି ଖୁସିବ୍ୟକ୍ତ କରିବା ସହ ଭାବର ଆଦାନ ପ୍ରଦାନ କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବନ୍ଦୋବସ୍ତ କରାଯାଇଥିଲା। ଆସନ୍ତା କାଲି ବାଣପୁରରେ ଥିବା ଅହିଂସା ରଥ ଚିଲିକା ଓ ଟାଙ୍ଗୀ ବ୍ଲକ ପରିକ୍ରମଣ କରିବାକୁ ଥିବା ବେଳେ ଜଟଣୀରେ ଥିବା ଅହିଂସା ରଥ ଜଟଣୀ ଓ ବାଲିଅନ୍ତା ବ୍ଲକ ପରିକ୍ରମା କରିବ।

ଅହିଂସା ରଥ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026
Latest News

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.