Categories
ବିଶେଷ ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀରେ ଶେଷ ହେଲା ‘ଅହିଂସା ରଥ’ର ଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦଜାପନ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି  ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗାନ୍ଧିଜୀଙ୍କର ଅହିଂସା ବାର୍ତ୍ତା ନେଇ ସାରା ରାଜ୍ୟରେ ପରିକ୍ରମା କରିଥିବା ୪ ଟି ଅଂହିସା ରଥର ଉଦ୍ୟାପନୀ କାର‌୍ୟ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏହି ୪ଟି ଯାକ ରଥ(ଏଲଇଡି ଭିଡିଓ ଭ୍ୟାନ ଥାଇ ଯାନ) ଆଜି ଗାନ୍ଧି ଜୟନ୍ତୀ ପାଳନ ଅବସରରେ ଲୋକସଭା ଭବନରେ ପହଁଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରଥକୁ ସ୍ୱାଗତ ଜଣାଇ ଅହିଂସା ରଥକୁରାଜ୍ୟବାସୀ ଯେଭଳି ଭାବରେ ବିପୁଳ ସ୍ୱାଗତ ସମ୍ମାନ ଜଣାଇଲେ,ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଜି ଲୋକ ସେବା ଭବନରୁ ସମସ୍ତ ଅହିଂସା ରଥ ବାହାରିବା ପରେ ସୂଚନା ଓ ଲୋକ ସଂପର୍କ ଭବନରେ ଅହିଂସା ରଥକୁ  ଯାନଗୁଡିକର  ଯାତ୍ରା ଚାଳକ ଦଳ ମୁଖ୍ୟ ସଂଯୋଜକଙ୍କ ସହିତ ସମସ୍ତ ସଦସ୍ୟମାନଙ୍କୁ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଅହିଂସା ରଥ(ଯାନ) ଚାଳନାର ମୁଖ୍ୟ ସଂଯୋଜକ, ରଥ ତତ୍ୱାବଧାରକ(ସୁପରଭାଇଜର),  ଟେକ୍ନିସିଆନ(ଅପରେଟର)  ଏବଂ ଯାନର  ଡ୍ରାଇଭରମାନଙ୍କୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମ୍ୱର୍ଦ୍ଧନା ସଭାରେ ସଂବର୍ଦ୍ଧିତ କରାଯାଇଥିଲା ।

ଅହିଂସା ରଥର ମୁଖ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଏବଂ ସୁଜିତ୍ ପାଢୀ, ସଂଯୋଜକ ଶ୍ରୀ ଗୁରୁଦେବ ବେହେରା, କ୍ଲାଏଣ୍ଟ ସର୍ଭିସିଂ ଡାଇରେକ୍ଟର ଶ୍ରୀ ରାଜେଶ ମିଶ୍ରଙ୍କ ସହିତ  ୪ଗୋଟି ରଥର ସୁପରଭାଇଜର ସତ୍ୟବ୍ରତ ରାଉତ, ତପେଶ୍ୱର ଜଗତ, ଉଦୟ ଛୁରା ଏବଂ  ବିକାଶ ଭୋଇ, ଅପରେଟର ଶ୍ରୀ ସୋନୁ କୁମାର ସିଂ, ଅଜୟ କୁମାର ସିଂ, ବାଲୁ କୁମାର ଯାଦବ ଏବଂ  ଦିପ୍ତୀରଞ୍ଜନ ଗୋଚ୍ଛାୟତ,ଡ୍ରାଇଭର ଶ୍ରୀ ରାଜେଶ କୁମାର ସିଂ, ପିଣ୍ଟୁ କୁମାର ଶର୍ମା, ହରିମୋହନ କୁମାର ଏବଂ  କିଶୋର ଗୋଚ୍ଛାୟତଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ ।କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟର  ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ  ଉପସ୍ଥିତ ଥିଲେ ।

ସଭାରେ ଯୋଗଦେଇ ବିଭାଗରନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ କହିଲେ ଯେ, ସ୍ୱାଧୀନତା ଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର‌୍ୟ୍ୟନ୍ତ ୪୯ ଦିନର ଅହିଂସା ରଥ ଯାତ୍ରା ଅତ୍ୟନ୍ତ ଘଟଣାବହୁଳ ଓ ଆହ୍ୱାନ ଜନକ  ଥିଲା କ୍ଷ ଅହିଂସା ରଥର ପରିଚାଳକ ଶ୍ରୀ ସୁଜିତ ପାଢ଼ୀ ଓ ତାଙ୍କର ଟିମଙ୍କର ଉଦ୍ୟମ ଏହି ଯାତ୍ରାକୁ ସଫଳ କରିଛି କ୍ଷ ଖରା, ବର୍ଷା ଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅହିଂସା ରଥ ସମସ୍ତ ଜିଲ୍ଲା, ବ୍କକ ସମସ୍ତ ମହାନଗର ନିଗମ, ପୌରପାଳିକା ଆଦିରେ ପରିକ୍ରମା   କରିଛି କ୍ଷ ଏହି ୪୯ ଦିନ ମଧ୍ୟରେ ୪ଟି ଅହିଂସା ରଥ ୨୦,୦୦୦ ରୁ ଊର୍ଦ୍ଧ୍ଵ କିଲୋମିଟର ପଥ ଯାତ୍ରା କରି ଜନସାଧାରଣଙ୍କ ମନରେ ଗାନ୍ଧିଜୀଙ୍କର ଅହିଂସାର ବାର୍ତ୍ତାକୁ ମନେ ପକାଇ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ସଚେତନ ଏବଂ ପଥ ପ୍ରଦର୍ଶନ କରାଇଛି।

ପ୍ରତି ରଥ ପାଖାପାଖି ୫୦୦୦ରୁ ଅଧିକ କିଲୋମିଟର ରାସ୍ତା ଅତିକ୍ରମ କରିଛି। ସବୁ ଜାଗାରେ ଜନସାଧାରଣ ବିପୁଳ ଜନ ସମର୍ଥନ କରି ରଥକୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। କାର‌୍ୟ୍ୟକ୍ରମକୁ ସଫଳ କରାଇବାରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ, ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗ, ଜନପ୍ରତିନିଧି, ବିଭିନ୍ନ  ଅନୁଷ୍ଠାନ, ସମସ୍ତ ବରିଷ୍ଠ ଅଧିକାରୀ, ଜିଲ୍ଲା ସ୍ତରରେ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ପଦାଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ବିଡିଓ,ତହସିଲଦାର ଓ କ୍ଷେତ୍ରସ୍ତରରେ ଥିବା ଅଧିକାରୀ ଓ ସର୍ବୋପରି ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର‌୍ୟ୍ୟକ୍ରମକୁ ସଫଳ କରାଇବାରେ ସବୁପ୍ରକାର ସହଯୋଗ କରିଥିବାରୁ ସମସ୍ତଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ  ଧନ୍ୟବାଦ ଅର୍ପଣ କରିଛନ୍ତି ।

ଉତ୍କଳପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ଯେଉଁ ଅହିଂସା ବଳରେ  ଜାତିର ପିତା ମହାତ୍ମାଗାନ୍ଧି ଆମକୁ ସ୍ୱାଧୀନତା ଆଣି ଦେଇଥିଲେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶପାଇଁ ଆତ୍ମୋତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀକୁ ମନେ ପକାଇବା ଓ ସମସ୍ତଙ୍କ ମନରେ ଅହିଂସାର ବାର୍ତ୍ତା ପ୍ରଚାର  ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସରୁ ଯେଉଁ  ଅହିଂସା ରଥଯାତ୍ରାର ଶୁଭାରମ୍ଭ କରିଥିଲେ, ତାହା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏବଂ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ସହଯୋଗରେ ଏହା ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ । ଅହିଂସା ରଥରେ ଯାଇଥିବା ସୁପରଭାଇଜରମାନେ ଅହିଂସା ରଥ ପରିକ୍ରମା ସମୟରେ ଜନସାଧାଣଙ୍କର ଏହି ରଥକୁ ସମ୍ମାନ, ସମ୍ବର୍ଦ୍ଧନା ସଂପର୍କରେ ସେମାନଙ୍କର ଅନୁଭୂତି ବଖାଣି ଥିଲେ ।

ମୁଖ୍ୟ ପରିଚାଳକ ଶ୍ରୀ ସୁଜିତ୍ ପାଢୀ କହିଲେ ଯେ, ଓଡିଶାରେ ଏହି ଅଂହିସା ରଥର  ପରିକ୍ରମା  ଅଭୂତପୂର୍ବ ଥିଲା ଓ ଏଥିପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗର ଯେପରି ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ସହିତ  ସମନ୍ୱୟ ରଖି କାର‌୍ୟ୍ୟ କରିଥିଲେ ଏବଂ ସେଥିପାଇଁ ସବୁ ସ୍ଥାନରେ ଯେପରି  ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଏହାକୁ ଅକୁଣ୍ଠ ସମର୍ଥନ ଓ ସମ୍ବର୍ଦ୍ଧନା ଦେଇଛନ୍ତି, ତାହା ବାସ୍ତବିକ୍ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ବିଭାଗର ଅନ୍ୟ ସମସ୍ତ ଉପନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଏବଂ ଉପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ସଂଯୋଜନା  ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା

ଖୋର୍ଦ୍ଧା: ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇ ଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱ।ଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋରଧା ଉପଖଣ୍ତର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଆଜି ଖୋରଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା। ଆଜି ପ୍ରଥମେ ଖୋରଧା ବ୍ଲକର ପୁବୁସାହି ଓ ଏନ୍. ତାପଙ୍ଗ ପଞ୍ଚାୟତରେ ଯୋରଦାର ସ୍ବାଗତ କରାଯାଇଥିଲା। ସେଠାରେ ବିଡିଓ କ୍ଷିରାବ୍ଧୀ ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ପ୍ରିୟଦର୍ଶିନୀ, ଜନ ପ୍ରତିନିଧି, ଆଶା, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲ ।

ଏହି ରଥ ପରେ ଅପରାହ୍ନରେ ଖୋରଧା ପୌରସଂସ୍ଥାର ବକ୍ସି ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଜିବା ପରେ ଯୋରଦାର ସ୍ୱାଗତ କରିଯାଇଥିଲା। ପାଇକ, ଘୋଡାନାଚ, ବାଘନୃତ୍ୟ, ଓଡିଶୀ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯିବା ସହ ଏକ ବିଶାଳ ରାଲି ବାହାରି ସ୍କୁଲ ହତା ମଧ୍ୟକୁ ଉକ୍ତ ରଥକୁ ପାଛୋଟି ନିଆଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ, ପୌର କର୍ମଚାରୀ ପ୍ରମୁଖ ଏହାକୁ ସ୍ବାଗତ କରିଥିଲେ। ପରେ ଏହି ରଥକୁ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଇପସିତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରେଇ, ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ବିଦାୟ ଦେଇଥିଲେ। ଏହି ରଥ ପରେ ମକୁନ୍ଦପ୍ରସାଦ ଦେଇ ଭୁବନେଶ୍ବର ଫେରିଯାଇଥିଲା। ଏଥିସହ ଏହି ରଥ ୪ ଦିନ ଧରି ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା।

ସୂଚନା ଯୋଗ୍ୟ ଜିଲ୍ଲାର ସମସ୍ତ ବ୍ଲକରେ ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ପ୍ରତ୍ୟେକ ହାତରେ ତ୍ରିରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିବା ଦେଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବୋଲଗଡ ଓ ବେଗୁନିଆ ବ୍ଲକ ପରିକ୍ରମା କଲା ଅହିଂସା ରଥ

ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ଚୁଡା ଠାରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥକୁ ବୋଲଗଡସ୍ଥିତ ଖଦି କେନ୍ଦ୍ରକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଚମ୍ପାଇଲଠାରେ ମଧ୍ୟ ଏହି ରଥକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବେଗୁନିଆ ବ୍ଲକର ଚନ୍ଦକା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହଟେକଶ୍ବର ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତି, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ତହସିଲଦାର ପୃଥ୍ବୀରାଜ ମଣ୍ତଳ, ବେଗୁନିଆ କଲେଜ ଅଧ୍ୟକ୍ଷ ଦିଲିପ କୁମାର ମିଶ୍ର, ସିଡିପିଓ ରଞ୍ଜୁବାଳା ସାହୁ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଏହି ରଥ ଖୋରଧା ବ୍ଲକ ଓ ଖୋରଧା ପୌରସଂସ୍ଥା ଗସ୍ତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଓ ଟାଙ୍ଗି ବ୍ଲକରେ ବୁଲିଲା ଅହିଂସା ରଥ

ଖୋର୍ଦ୍ଧା: ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।
ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ମା ମାନଧ୍ୟାତା, ଜିଲ୍ଲା ପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ସିଡିପିଓ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା କାଲି ଏହି ରଥ ବୋଲଗଡ ଓ ବେଗୁନିଆ ଗସ୍ତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁରେ ବୁଲିଲା ଅହିଂସା ରଥ: ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା, ଯୋଡିଲା ସମ୍ପର୍କ

ସୀତାରାମ ଅଗ୍ରୱାଲ
ଚିଲିକା: ଚଳିତ ସ୍ୱାଧୀନତା ଦିବସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଆଗମନ କରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଚଳଚିତ୍ର ଏଥିରେ ପ୍ରଦର୍ଶିତ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ ସାଢେ ୮ ଘଟିକା ସମୟରେ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯାଇଥିଲା।

ଚିଲିକା କୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ। ଏକ ବିଶାଳ ରାଲି ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଗୋଟିଏ ରଥକୁ ବାଲୁଗାଁ ହାଇସ୍କୁଲ, ବାଣପୁର ବ୍ଲକର ପଦ୍ମଚରଣ ହାଇସ୍କୁଲ, ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ବଜାର ଓ ପଲଟନ ପଡିଆକୁ ଅଣାଯାଇ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍କଳମଣି ଗୋପବନ୍ଧୁ ଙ୍କ ଉପରେ ଆଧାରିତ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଅନ୍ୟ ରଥଟି ଭୁବନେଶ୍ବର ଉପଖଣ୍ତର ଜଟଣି ପୌରସଂସ୍ଥା ଅଭିମୁଖେ ଯାତ୍ରା କରିଥିଲା। ଏଥିସହ ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ , ଉପାଧ୍ୟକ୍ଷ ଭଗବାନ ପ୍ରଧାନ , ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଲୁଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀ, ଚିଲିକା ବିଡିଓ ଜଗଦୀଶ ଷଢଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରିବା ସହ ବିଶାଳ ପତାକାକୁ ସଙ୍ଗରେ ନେଇ ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ।

ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପରସ୍ପରକୁ ଦେଖି ଖୁସିବ୍ୟକ୍ତ କରିବା ସହ ଭାବର ଆଦାନ ପ୍ରଦାନ କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବନ୍ଦୋବସ୍ତ କରାଯାଇଥିଲା। ଆସନ୍ତା କାଲି ବାଣପୁରରେ ଥିବା ଅହିଂସା ରଥ ଚିଲିକା ଓ ଟାଙ୍ଗୀ ବ୍ଲକ ପରିକ୍ରମଣ କରିବାକୁ ଥିବା ବେଳେ ଜଟଣୀରେ ଥିବା ଅହିଂସା ରଥ ଜଟଣୀ ଓ ବାଲିଅନ୍ତା ବ୍ଲକ ପରିକ୍ରମା କରିବ।

Categories
ଆଞ୍ଚଳିକ

ଅହିଂସା ରଥକୁ ବାଲିପାଟଣାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ପ୍ରସ୍ତୁତି  ବୈଠକ

ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ଅହିଂସାର ବାର୍ତ୍ତା ନେଇ ପରିଭ୍ରମଣ କରୁଥିବା ‘ଅହିଂସା  ରଥ’କୁ ଆସନ୍ତା ୩୦ ତାରିଖରେ ବାଲିପାଟଣାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଏକ ପ୍ରସ୍ତୁତି  ବୈଠକ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଦିକନ୍ଦ ବେହେରା , ତହସିଲଦାର ଶ୍ରୀ  ମୃତ୍ୟଞ୍ଜୟ ତ୍ରିପାଠୀ, ଅତିରିକ୍ତ ବିଡିଓ , ସ୍ଥାନୀୟ ମେଡ଼ିକାଲ ଅଫିସର , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଅଗ୍ନିଶମ ସେବା ବିଭାଗ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର କର୍ମଚାରୀ, ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ବାଲିପାଟଣା କଲେଜର ଅଧକ୍ଷ ପ୍ରମୁଖ  ଉପସ୍ଥିତ ଥିଲେ।

ସଭା କାର୍ଯ୍ୟକୁ ସଂଗ୍ରାମ କେଶରୀ ଦାସ ପରିଚାଳନା କରିଥିଲେ। ଅହିଂସା ରଥକୁ ବାଲିପାଟଣାବଜାରରୁ ସ୍ୱାଗତ କରି ବ୍ଲକ ପର୍ଯ୍ୟନ୍ତ ଅଣାଯିବ। ସେଥିପାଇଁ ସ୍ଥାନୀୟ ଥାନାଧିକାରୀ ଶୃଙ୍ଖଳା ବଜାୟ ରଖିବା,  ବିଦ୍ୟୁତ ବିଭାଗ ସଜାଗ ରହିବା, ଡାକ୍ତରୀ ଦଳ ଏବଂ ଅଗ୍ନିଶମ ବିଭାଗ ସଜାଗ ରହିବା ପାଇଁ  ବୈଠକରେ ନିର୍ଦ୍ଦେଶ  ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପ୍ରଶାସନର ପ୍ରସ୍ତୁତି ବୈଠକ: ଆସନ୍ତା ୨୮ରୁ ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

ଖୋର୍ଦ୍ଧା: ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଏହି ରଥ ଦୁଇଟିକୁ ପ୍ରଥମେ ନାରାୟଣୀ ମନ୍ଦିର ନିକଟରେ ଗଞ୍ଜାମ ପ୍ରଶାସନ ଠାରୁ ଗ୍ରହଣ କରାଯିବା ପରେ ବାଲୁଗାଁକୁ ନିଆଯିବ।

ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ଜିଲ୍ଲାର ଉପଖଣ୍ତ ଓ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଚିଲିକା ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ବିଭିନ୍ନ ୫-ଟି ତଥା ନୋଡ‍ଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପର୍ଣ୍ଣ କରିବା ସହ ଆଇନ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ. ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଇନ୍ଦ୍ରମଣି କାଣ୍ତି, ବିଭିନ୍ନ ବ୍ଲକରେ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ ହୋଇସାରିଛି। ଆସନ୍ତା ୨୮ ତାରିଖରେ ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଅହିଂସା ରଥ ଆସିବାର କାର୍ଯ୍ୟକ୍ରମ ରହିଛି। ଯାହାକି ଉକ୍ତ ରଥ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରେ ଭ୍ରମଣ କରିବ। ଏହି ରଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଦ ଚିହ୍ନ ପଡିଥିବା ବିଭିନ୍ନ ଐତିହସ୍ଥାନଗୁଡ଼ିକ ଭ୍ରମଣ କରିବାକୁ ଥିବାବେଳେ ଉକ୍ତ ରଥକୁ ଭବ୍ୟ ସ୍ୱାଗତ ଜଣାଇବାକୁ ଆଜି ଚିଲିକା ବ୍ଲକ ସଭାଗୃହରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଆସୁଥିବା ଉକ୍ତ ରଥଟି ଗଞ୍ଜାମ-ଖୋର୍ଦ୍ଧା ସୀମା ତଥା ବାଲୁଗାଁରେ ପହଁଚିବା କ୍ଷଣି ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାକୁ ବ୍ଲକ ଅଧିକାରୀ, ଏନଏସି ଅଧ୍ୟକ୍ଷା, କାଉନସିଲର, ସ୍ବେଚ୍ଛାସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ମେଡିକାଲ କର୍ତ୍ତୁପକ୍ଷ, ଆଶା ଓ ଅଙ୍ଗନବାଡି କର୍ମୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ବୈଠକରେ ସ୍ଥିର ହୋଇଥିବାର ଜଣାପଡିଛି।

ଅନୁଷ୍ଠିତ ବୈଠକରେ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ସିଡିପିଓ ଅନୁସୁୟା ମିଶ୍ର ଆଦି ଯୋଗଦେଇଥିଲେ। ବୈଠକ ସରିବା ପରେ ସମସ୍ତ ଅଧିକାରି ମାନେ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ରଥ ନିମନ୍ତେ ସମ୍ବର୍ଦ୍ଧନା ସ୍ଥଳ ନିରୂପଣ କରିଥିଲେ। ଏହି ସମୟରେ ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟ କୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭଦ୍ରକ ଓ ରାୟଗଡ଼ା ଜିଲ୍ଲା ପରିକ୍ରମା କଲା ‘ଅହିଂସା ରଥ’ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଭଦ୍ରକ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରୁଛି।

ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସଦର ମହକୁମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଏବଂ ଅନ୍ୟ ଜନପ୍ରତିନିଧିମାନେ ରଥକୁ ସ୍ୱାଗତ କରିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ବ୍ଲକ୍‌ ଅଧ୍ୟକ୍ଷଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସୂତାର, ଏନ୍‌ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, ବ୍ଲକ୍‌ ଉପାଧ୍ୟକ୍ଷା ସରୋଜ ବଳ, ବିଡ଼ିଓ ଜ୍ୟୋତିପ୍ରକାଶ ଦାସ, ଏନ୍‌ଏସି ନିର୍ବାହୀ ଅଧିକାରୀ ଭାଗୀରଥି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ନେଇ ପାଲା ପରିବେଷଣ ସହ ଦେଶାତ୍ମବୋଧକ ସଂସ୍କୃତିକ ଓ ଢ଼ୋଲକ ବାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାନ୍ଦବାଲି ବ୍ଲକର ଶିବଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟ, ପାଞ୍ଚପଡ଼ା, ମହୁଲିଆ ଗ୍ରାମ ପଞ୍ଚାୟତ, ଚନ୍ଦନପୁର, ଭାଟପଡ଼ା, ମତୋ ବଜାର, ନାଲଗୁଣ୍ଠା, ଖେରଙ୍ଗ ଅଞ୍ଚଳ ପରିକ୍ରମା ପରେ ଏହି ରଥ ତିହିଡ଼ି ବ୍ଲକ୍‌ ଗସ୍ତ କରିଥିଲା। ତିହିଡ଼ି ବ୍ଲକ୍‌ ସୀମାନ୍ତ ଗଦି ବଜାରଠାରେ ପୂର୍ବତନ ବିଧାୟକ ରଜେନ୍ଦ୍ର ଦାସ, ବ୍ଲକ୍‌ ଅଧ୍ୟକ୍ଷ ଅବନ୍ତୀ ଦାସ ଓ ବିଡ଼ିଓ ବସନ୍ତ କୁମାର ସାହାଣୀଙ୍କ ସମେତ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରିଥିଲେ।

ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କର ଏକ ବିଶାଳ ଶୋଭଯାତ୍ରା ମଧ୍ୟରେ ରଥର ବ୍ଲକ୍‌ ପରିକ୍ରମା ଆରମ୍ଭ ହୋଇଥିଲା । ସରକାରୀ ଆଶ୍ରମ ବିଦ୍ୟାଳୟ, କାନପୁର, ଗମ୍ଭାରିଆ ସ୍କୁଲ, ତିହିଡ଼ି ମହାବିଦ୍ୟାଳୟ ଆଦି ସ୍ଥାନରେ ଆୟୋଜିତ ସଭାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ସେହିପରି ଦହପାଣିଆସ୍ଥିତ ଏସ୍‌ସିଏସଟି ସେବାଶ୍ରମ ସ୍କୁଲଠାରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦାସ, ବ୍ଲକ୍‌ ଅଧ୍ୟକ୍ଷା ଅବନ୍ତୀ ଦାସ, ଛାତ୍ରଛାତ୍ରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ ।

ଭଦ୍ରକ ବ୍ଲକ୍‌ର କ୍ଷେତ୍ରବାସୀ ହାଇସ୍କୁଲଠାରେ ଅନ୍ୟ ଗୋଟିଏ ରଥକୁ ସ୍ୱାଗତ କରାଯାଇଥିଲା। ରଥ ପରିକ୍ରମା ସମୟରେ ଭଦ୍ରକ ପୌର ଅଞ୍ଚଳରେ ଜିଲ୍ଲା ସ୍କୁଲ, ୱାନ୍‌ ଷ୍ଟପ୍‌ ସେଣ୍ଟର, ଓଜେନ୍‌ ସେଲ୍‌ଟର ହୋମ୍‌ଠାରେ ସଭା ଆୟୋଜିତ ହୋଇଥିଲା । ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷା ଉର୍ମିଳା ନାୟକ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ରଥଟି ଭଣ୍ଡାରୀପୋଖରୀ ବ୍ଲକ୍‌ ପରିକ୍ରମା କରିଥିଲା। କହଁରାପୋଖରୀସ୍ଥିତ କ୍ରାନ୍ତି ମଇଦାନଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା ।

ଦ୍ୱିତୀୟ ଦିନରେ ଅହିଂସା ରଥ ଆଜି ରାୟଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ପରିକ୍ରମା କରିଛି । ଜେକେପୁରରୁ ବାହାରି ଗୋଟିଏ ରଥ କୋଲନରା ବ୍ଲକର ଥେରୁବାଲି, ବିଷମ କଟକ ବ୍ଲକର କୁମ୍ଭର ଧମୁଣି, ଦୁର୍ଗୀ, ହୋଇ ବିଷମ କଟକ ବ୍ଲକରେ ପହଞ୍ଚିଥିଲା । ଅନ୍ୟଟି କୋଲନରା ବ୍ଲକର ମୁକୁନ୍ଦପୁର, ରୋବଡ଼ି, ରାମନଗୁଡା ବ୍ଲକର ରାମନଗୁଡା, ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକଙ୍କ ସାଧନ ପୀଠ କୁଜେନ୍ଦ୍ରୀ ହୋଇ ଗୁଣପୁରରେ ପହଞ୍ଚିଥିଲା।

ଅହିଂସା ରଥ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରକ୍ଷେପକ, ଗ୍ରନ୍ଥାଗାରିକ ଗସ୍ତ କରୁଥିବାବେଳେ କୋଲନରା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, ରାମନଗୁଡା ବ୍ଲକରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ତହସିଲଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ, ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁ ଧର ଶବର, ରାମନଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଅତିପ୍ରିୟ ଆୟୁଧ। ସେହି ଅମୋଘ ଆୟୁଧର ଉପଯୋଗ କରି ଶକ୍ତିଶାଳୀ ବି୍ରଟିଶ ଶକ୍ତିକୁ ସେ ପରାଜିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମାଲକାନଗିରି ଏବଂ ମୟୂରଭଞ୍ଜ ପରିକ୍ରମା କରି ଦେଶପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉନ୍ମାଦନା ସୃଷ୍ଟି କରିବା ସହ ସ୍ୱାଧୀନତା ସଂଗ୍ରାମ ତଥା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି।

ଆଜି ମାଲକାନଗିରି ଜିଲ୍ଲାରେ ଗୋଟିଏ ଅହିଂସା ରଥ କୋରୁକୋଣ୍ଡା ବ୍ଲକ ଏବଂ ଅନ୍ୟ ଅହିଂସା ରଥଟି ପଡିଆ ବ୍ଲକ ଏବଂ କାଲିମେଳା ବ୍ଲକ ପରିକ୍ରମା କରିଛି। ମାଲକାନଗିରି ସଦର ମହକୁମାରୁ ରଥ ପଡ଼ିଆ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ, ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତୀ୍ର, ତହସିଲ ଅଫିସର କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ମିଶନ ଶକ୍ତି ସଦସ୍ୟା, ଆଶାକର୍ମୀ, ଗଣମାଧ୍ୟମର ପ୍ରତିନିଧି, ଯନ୍ତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ଜନତା ଏହି ଯାତ୍ରାରେ ସାମିଲ ହୋଇଥିଲେ। ରଥ କାଲିମେଳାର ମୁଗିପଏଣ୍ଟ ଓ ଅନ୍ୟାନ୍ୟ ଅଂଚଳ ପରିକ୍ରମା ପରେ ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାକୁ ଫେରିଥିଲା।

ସେହିପରି କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା ସମୟରେ ଅହିଂସା ରଥକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ, ପଂଚାୟତ ଅଫିସ ଏବଂ ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା। ଉଭୟ ରଥ ପରିକ୍ରମା ସମୟରେ ମାଲକାନଗିରିର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ, କେସିଗୋଲେଇ, ଶରତଚନ୍ଦ୍ର ବିଦ୍ୟାପୀଠ, ଜଗନ୍ନାଥ ମନ୍ଦିର ରଥଦାଣ୍ଡ, ସେପି କଲେଜ, ବେଲଗଡ଼ିଆ ଅଗ୍ନିଶମ ସେବା କେନ୍ଦ୍ର, ବାରିପଦା ପୌରାଞ୍ଚଳ କାର୍ଯ୍ୟାଳୟ ପରିସର, ବିଜୁ ପଟ୍ଟନାୟକ ଗୋଲେଇ, ପାଣ୍ଡେ ନୋଡାଲ ପ୍ରାଥମିକ ବିଦ୍ୟାଳୟ, ଦାରଘାଡାହି ଅଞ୍ଚଳରେ ଅହିଂସା ରଥ ପରିକ୍ରମା କରିଛି। ସେହିପରି ବାରିପଦା ବ୍ଲକ୍‌ ଅଞ୍ଚଳର ରାଜାବସା ଗ୍ରାମପଞ୍ଚାୟତ, ଲକ୍ଷ୍ମୀପୋଷି ଗ୍ରାମପଞ୍ଚାୟତ, ପିଆର୍‌ସେ ମେଡିକାଲ କଲେଜ, ବାରିପଦା ବ୍ଲକ୍‌ କାର୍ଯ୍ୟାଳୟ ପରିସର, କାଠପାଳ ଓ କେସିପୁର ଅଞ୍ଚଳ ପରିକ୍ରମା କରିଥିଲା।

ପରେ ଅହିଂସା ରଥ ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁ, ତାରାକୁଟୀ, ବେତନଟୀ ବଜାର, ବେତନଟୀ ଏମ୍‌ପିସି ହାଇସ୍କୁଲ, ଆଗାରିଆ, ବୈଶିଙ୍ଗା ଅଞ୍ଚଳ ପରିକ୍ରମା କରିଛି। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଅନ୍ୟ ଗୋଟିଏ ଅହିଂସା ରଥ କୁଳିଅଣା ବ୍ଲକ୍‌ର ପୁରୁଣାପାଣି, ନୁଧୁନା ଗ୍ରାମପଞ୍ଚାୟତ, ଚାନ୍ଦୁଆ ବ୍ଲକ୍‌ ସଦର କାର୍ଯ୍ୟାଳୟ, ଧଡ଼ିପଡ଼ା ଅଞ୍ଚଳ ପରିକ୍ରମା କରିଥିଲା। ପରେ ରଥଟି ଶୁଳିଆପଦା ବ୍ଲକ୍‌ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତ, ବଡ଼ଦେଉଳୀ ଛକ, ଗୁହାଳଡ଼ିହା, ବାଘଡ଼ାଛକ, ସାଇବଣୀ, ଝାଟିକିଆ ଦେଇ ମୋରଡ଼ା ବ୍ଲକ୍‌ ଯାଇଥିଲା। ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ଶୋଳ, ଚିକିଟାମାଟିଆ, ନୁଆଗାଁ, ମୋରଡ଼ା ବ୍ଲକ୍‌ ଛକ ଓ ଝିଙ୍କିରିଆ ଅଞ୍ଚଳ ପରିକ୍ରମା ପରେ ରଥଟି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳରେ ପ୍ରବେଶ କରିଥିଲା।

ରଥଟି ରାସଗୋବିନ୍ଦପୁର ବ୍ଲକର ଦେବଶୋଳ, ରାସଗୋବିନ୍ଦପୁର ବ୍ଲକ୍‌ ସଦର ମହକୁମା, ତହସିଲ୍‌ ଛକ, ବିବି ହାଇସ୍କୁଲ ଓ ବିବି ମହାବିଦ୍ୟାଳୟ ଅଞ୍ଚଳ ପରିକ୍ରମା କରିଥିଲା। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ।

ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’

ଭୁବନେଶ୍ୱର : ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।

ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଦୁଇଟି ଅହିଂସା ରଥକୁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଚେକ୍‌ଗେଟ୍‌ଠାରେ ସ୍ୱାଗତ କରାଯାଇଥିଲା। ରଥ ଦୁଇଟି ଆଜି ମାଥିଲି ଓ ଖଇରପୁଟ ବ୍ଲକ୍‌ ପରିକ୍ରମା କରିବା ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉଭୟ ଜିଲ୍ଲାର ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି, ଛାତ୍ରଛାତ୍ରୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ରଥ ପରିକ୍ରମା ସମୟରେ ବିିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାରେ ଏହି ରଥ ପରିକ୍ରମା କାର୍ଯ୍ୟ ଜାରି ରହିଛି।
ଆଜି ଗୋଟିଏ ଅହିଂସା ରଥ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍‌ଠାରେ ପହଞ୍ଚିବା ପରେ ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ରଥକୁ ସ୍ୱାଗତ କରିଥିଲେ।

କୁସୁମୀ ବ୍ଲକର ଝାଲଭଙ୍ଗୁରୀ, ବାଦାମ ପାହାଡ ଅଞ୍ଚଳ ପରିକ୍ରମା କରିବା ପରେ ଜାମଦା ବ୍ଲକ୍‌ ସଦର ମହକୁମା, ହୁର୍ଲାବେଡ଼ା, ଜାରକାନୀ, ବଡ଼ଦୁନ୍ଦୁ ଅଞ୍ଚଳ ପରିକ୍ରମା କରିଥିଲା। ଏହାପରେ ଏହି ରଥଟି ବହଳଦା ବ୍ଲକ୍‌ ଅନ୍ତର୍ଗତ ବହଦଳା ବଜାର, ବହଳଦା ହାଇସ୍କୁଲ, ନିମିଡିହି, ଡାଲିମା ଅଞ୍ଚଳରେ ପରିକ୍ରମା କରିଥିଲା। ସେଠାରୁ ରଥ ତିରିଙ୍ଗ ବ୍ଲକ୍‌ର ନିଶ୍ଚିନ୍ତପୁର, ରତନସାହି, ନୂଆଗାଁ, ତିରିଙ୍ଗ ବ୍ଲକ୍‌ ସଦର ମହକୁମାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।

ଶେଷରେ ଏହି ରଥ ରାଇରଙ୍ଗପୁର ବ୍ଲକ୍‌ ଅଞ୍ଚଳ ସହ ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତ ଗସ୍ତ କରିଥିଲା। ସମସ୍ତ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଦ୍ୱିତୀୟ ରଥଟି ଖୁଣ୍ଟା ବ୍ଲକ୍‌ର ବିସିପୁର, ଧାନଘେରା, କହ୍ନେଇବନ୍ଧ ଅଞ୍ଚଳ, ଗୋପବନ୍ଧୁ ନଗର ବ୍ଲକର କୁଶଳଦା, ଜୟପୁର, ପୁରୁଣା ବାରିପଦା, କୁଆମରା ଏବଂ ବଡ଼ସାହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସମସ୍ତ ସ୍ଥାନରେ ସଂପୃକ୍ତ ବ୍ଲକ୍‌ର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଏହି ରଥ ପରିକ୍ରମା ସମୟରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା। ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍‌ ଆଦୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୮ରୁ ଅକ୍ଟୋବର୍ ପହିଲା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ

ଖୋର୍ଦ୍ଧା:  ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ଚିଲିକା ବ୍ଲକ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ନୋଡ଼ାଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ଆଜିର ବୈଠକରେ ୨୦୨୧ ମସିହାରେ ବିଭିନ୍ନ ବ୍ଲକରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ନିମନ୍ତେ ଆବେଦନ କରିଥିବା କଳାକାର ମାନଙ୍କ ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ତଥ୍ୟ ବିଡିଓ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଶ୍ରୀ ପାଢୀ ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ ପୂର୍ବରୁ ସମସ୍ତ ବିଡିଓ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଅହିଂସା ରଥକୁ ଭୁବନେଶ୍ୱରରେ ଦିଆଗଲା ବିପୁଳ ସମ୍ବର୍ଦ୍ଧନା, ଏବେ ପୁରୀ ଗସ୍ତ

ଭୁବନେଶ୍ବର: ରାଜଧାନୀ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ଟି ଅଂହିସା ରଥକୁ ଉଦଘାଟନ କରିବା ପରେ ପରେ ଭୁବନେଶ୍ୱର ମହାନଗରର ବିଭିନ୍ନ ସ୍ଥାନକୁ ଏହି ରଥ ପରିକ୍ରମା କରିଥିଲା । ଓଡିଶାରେ ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ବାଜି ରାଉତ, ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂପର୍କିତ ପ୍ରାମାଣିକ ଚଳଚିତ୍ର ଆଦି ଦୃଶ୍ୟ ଶ୍ରାବ୍ୟ ସ୍ୱତନ୍ତ୍ର ଯାନରେ ପ୍ରଦର୍ଶିନ କରାଯାଉଥିବା ବେଳେ ଗତ କାଲି ରାଜଧାନୀର ୧୨ ଟି ସ୍ଥାନକୁ ଅହିଂସା ରଥ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ଅହିଂସା ସଚେତନତା ବାର୍ତ୍ତା ଜାଗରଣ ସୃଷ୍ଟି କରିଥିଲା ।

ପ୍ରଦର୍ଶନୀ ପଡିଆରୁ ବାହାରି ଲୋକସଂପର୍କ ଭବନ ଆସିବା ପରେ ରଥ ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବ୍ରହ୍ଣେଶ୍ୱର ମନ୍ଦିର ନିକଟସ୍ଥ ଗତିକୃଷ୍ଣ ଭିଲ୍ଲା ଗସ୍ତ କରିଥିଲା । ସ୍ଥାନୀୟ ୱେଲଫେୟାର ଆସୋସିଏସନ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଅହିଂସା ରଥ ସାମିଲ ହୋଇ ସେଠାରେ ପହଂଚିବା ପରେ ଅନୁଷ୍ଠାନ ତରଫରୁ ରଥକୁ ସ୍ୱାଗତ କରାଯାଇଥିଲା ଏଠାରେ ଗାନ୍ଧିଜୀଙ୍କ ସମ୍ପର୍କିତ ପ୍ରାମାଣିତ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲାଏଠାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ ଓ ବକ୍ତୃତା ପ୍ରଦାନ କରାଯାଇଥିଲା ।

ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଏହି ରଥ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଦେବେନ୍ଦ୍ର ମିଶ୍ର ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଅଜିତ ମିଶ୍ର, ସହକାରୀ ସମ୍ପାଦକ ଦେବବ୍ରତ ଆଚାର‌୍ୟ୍ୟ,କୋଷାଧ୍ୟକ୍ଷ ସୁବାସଚନ୍ଦ୍ର ଦ୍ୱିବେଦୀ, ଅର୍ଥ ପରାମର୍ଶ ଦାତା ମଧୁସ୍ମିତା ମହାନ୍ତି,, ପରିଚାଳନା କମିଟିର ଅନ୍ୟ ସଦସ୍ୟ ସଦସ୍ୟା ପ୍ରିୟଦର୍ଶୀ ପାଲ, ସ୍ୱାତୀ ଦାସ, ରଶ୍ମିତା ମହାନ୍ତି, ପ୍ରତିଭା ଧୀର, ସୀମାଂଚଳ ପଟ୍ଟନାୟକ, ଏଲ୍ .ଏନ୍ ମହାରଣା, ବଳରାମ ଦାସ, ଶିବ କୁମାର ମହାପାତ୍ର, ଆଶିଷ ପଟ୍ଟନାୟକ, ରଂଜନ କୁମାର ଦାଶଙ୍କ ସମେତ କଲୋନୀର ଶତାଧିକ ଜନସାଧାରଣ ଉପସ୍ଥିତ ରହି ଅଂହିସା ରଥକୁ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ।

ସେହିପରି ସମହସ୍ପିଟାଲ ଠାରେ ଅଂହିସା ରଥକୁ ଡାକ୍ତର, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ସ୍ୱାଗତ କରିବା ସହ ଶହୀଦ୍ ବାଜି ରାଉତଙ୍କ ଉପରେ ପର‌୍ୟ୍ୟବସିତ କାହାଣୀ ଦୃଶ୍ୟଶ୍ରାବ୍ୟ ରଥରେପ୍ରଦର୍ଶିତ ଦୃଶ୍ୟ ଶ୍ରାବ୍ୟ ଦେଖିଥିଲେ। ଚନ୍ଦ୍ରଶେଖରପୁର ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂହିସା ରଥକୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ରହି ଓଡିଶାରେ ଗାନ୍ଧିଜୀ ଓ ସ୍ୱାଧୀନତା ସଂଗ୍ରାମରେ ଓଡିଶାରେ ଅବଦାନ ଶୀର୍ଷକ ଭିଡିଓ ଦେଖିଥିଲେ।

ୟୁନିଟ୍ ୮ କଲ୍ୟାଣ ମଣ୍ଡପଠାରେ ଅଂହିସା ରଥ ପହଁଚିବା ପରେ ସେଠାରେ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ। ରଥକୁ ପୂଜାର୍ଚ୍ଚନା କରି ଶୁଭ ମନାସିଥିଲେ। ଆଦିବାସୀ ମହିଳାମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ। ବଡଗଡ କଲ୍ୟାଣମଣ୍ଡପ ଠାରେ ମଧ୍ୟ ଅଂହିସା ରଥକୁ ସ୍ୱାଗତ ସମୟରେ ବହୁ ଜନ ଗହଳି ପରିଲକ୍ଷିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଝୋଟି ଅଙ୍କନ କରିଥିଲେ।

ସେହିପରି ସୁନ୍ଦରପଦା ସ୍ଥିତ ଆଦିତ୍ୟ ନଗର ଉନ୍ନୟନ ତରଫରୁ ଅଂହିସା ରଥକୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ କୁମାର ବେହେରା, ସଂପାଦକ ସୁମନ୍ତ ମହାନ୍ତି, ସଭ୍ୟ ଅମ୍ବିକା ପ୍ରସାଦ ଷଡଙ୍ଗୀ, ବୈରାଗୀ ମହାନ୍ତି, ଗଦାଧର ସାହୁ, ସତ୍ୟନାରାୟଣ ନାହାକ, ଆଲୋକ ରଂଜନ ଦଳେଇ, ପ୍ରସନ୍ନ ସେନାପତି, ବାଲାଜି ସୁବୁଦ୍ଧି, ମନୋଜ ରାଉତ, ଶୁଶାନ୍ତ ବେହେରା, ଆଲୋକ ପଟ୍ଟନାୟକ, ସୁରେନ୍ଦ୍ର ଗୌଡ, ସର୍ବେଶ୍ୱର ପତି, ସନାତନ ବେହେରା , ଦୀନେଶ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ବନ୍ଦେ ମାତରଂ, ଭାରତ ମାତାକି ଜୟ ଧ୍ୱନି ଦେଇ ଅଂହିସା ରଥକୁ ସ୍ୱାଗତ କରିଥିଲେ।

ସେହିପରି ଶହୀଦ ନଗର ଦୁର୍ଗାମଣ୍ଡପ, ଝାରପଡା ଦୁର୍ଗା ମଣ୍ଡପ, ଲିଙ୍ଗରାଜ ମନ୍ଦିର, ଡୁମୁଡୁମା ଅଟୋ ଷ୍ଟାଣ୍ଡ, ସୋଆ ବିଶ୍ୱ ବିଦ୍ୟାଳୟଠାରେ ଅହିଂସା ରଥ ପହଁଚି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା। ସ୍ଥାନୀୟ କର୍ପୋରେଟର ଓ ଜନସାଧାରଣଙ୍କ ବିପୁଳ ଜନ ସମର୍ଥନ ରହିଥିଲା। ସେହିପରି ସୈନିକ ସ୍କୁଲରେ ପହଁଚି ଅହିଂସା ରଥ ଛାତ୍ର ଛାତ୍ରୀମାନଙ୍କୁ ଅହିଂସା ବାର୍ତ୍ତା ପ୍ରେରଣ କରିଥିଲେ। ସେଠାରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭାରତମାତାକି ଜୟ, ବନ୍ଦେ ମାତରଂ ସ୍ଲୋଗାନ ଦେଇ ରଥକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଛାତ୍ରଛାତ୍ରୀମାନେ ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ ଓ ଶହୀଦ ବାଜି ରାଉତଙ୍କ ପ୍ରାମାଣିକ ଚଳଚିତ୍ର ଦେଖି ଉଦବୁଦ୍ଧ ହୋଇଥିଲେ।  ଭି.ଏସ୍. ଏସ୍ ନଗର ଠାରେ ଅହିଂସା ରଥକୁ ସ୍ଥାନୀୟ ୧୧ ନଂ ଓ୍ୱାର୍ଡର କର୍ପୋରେଟର ଓ ଭି.ଏସ୍.ଏସ୍ ନଗର ସାଂସ୍କତିକ ପରିଷଦର ସଭାପତି ଶ୍ରୀ ଦିଲ୍ଲୀପ ଦାଶ ଶର୍ମାଙ୍କ ସମେତ ନଗରର ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ରଥକୁ ସମ୍ମାନ ପ୍ରଦର୍ଶନ ସହ ଦେଶାତ୍ମବୋଧକ ଭିଡିଓ ଦେଖିଥିଲେ ଓ ଭିଡିଓର ତାଳେ ତାଳେ ରଘୁପତି ରାଘବ ରାଜାରାମ ଗାନ କରିଥିଲେ। ସବୁଠି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା ଓ ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଆଜି ୨ଟି ଅହିଂସା ରଥ ଭୁବନେଶ୍ୱରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି। ପ୍ରଥମେ ପିପିଲି ନିକଟସ୍ଥ ଗୁଡିଆ ପୋଖରୀଠାରେ ଅହିଂସା ରଥ ପହଁଚିବା ପରେ ପୁରୀ ଜିଲ୍ଲାପ୍ରଶାସନ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା। ପୁରୀ ଜିଲ୍ଲାରେ ଆୟୋଜିତ ବିଭିନ୍ନ ସ୍ଥାନରେ ଏହି ରଥ ପହଁଚି ଏହି ପ୍ରାମାଣିକ ଚଳଚିତ୍ର ପରିବେଷଣ କରିବ। ସେହିପରି ଆଉ ୨ଟି ରଥ ଆଜି ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଛି।

ଢେଙ୍କାନାଳର ଶଙ୍କରପୁରଠାରେ ଏହି ରଥକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକନୃତ୍ୟ ଓ ବାଦ୍ୟରେ ତାଳେ ତାଳେ ସ୍ୱାଗତ କରାଯାଇ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା ଓ ଢେଙ୍କାନାଳରେ ବିଭିନ୍ନ ସ୍ଥାନରେ ରହି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା। ଏହି ଅହିଂସା ରଥ ଆଗାମୀ ଅକ୍ଟୋବର ୨ ତାରିଖ ପର‌୍ୟ୍ୟନ୍ତ ସମଗ୍ର ଓଡିଶା ପରିଭ୍ରମଣ କରିବ। ସମସ୍ତ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳତା ନେଇ ରାଜ୍ୟ ସୂଚନା ଲୋକ ସଂପର୍କ ବିଭାଗ ତରଫରୁ କାମନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପରିସରରେ ପ୍ରଦର୍ଶିତ ହେଲା ଅହିଂସା ରଥ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଓ ଭିଡିଓ ରଥ ‘ଅହିଂସା ରଥ’ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ରଥଟି ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ମଧ୍ୟ ପହଂଚିଥିଲା। ଛାତ୍ରଛାତ୍ରୀ, ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍‌ର କର୍ମକର୍ତାଙ୍କ ସମେତ ଏଠାକୁ ଆସିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଭିଡିଓକୁ ଦେଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଅହିଂସା ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପରିକ୍ରମା ପାଇଁ ହେଲା ତାରିଖ ଘୋଷଣା

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି। ମଣିଷ ନିଜର ବୁଦ୍ଧିମତା ବଳରେବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ।’ ଏହି ଅହିଂସା ରଥଗୁଡ଼ିକରେ ସ୍ଥାନିତ ହୋଇଛି।

ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ‘ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା। ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ, ସେ ପର୍ଯ୍ୟନ୍ତ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ। ଦାରଦ୍ର୍ୟ ଦୂରୀକରଣ ଯେକୌଣସି ସରକାର ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଅହିଂସା ବିନା ଏହା ହାସଲ କରାଯାଇ ପାରିବ ନାହିଁ । ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ। ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରକୃତ ପ୍ରଗତି ହାସଲ କରାଯାଇପାରିବ।’ ମଧ୍ୟ ୪ଟି ଯାକ ଅହିଂସା ରଥରେ ସ୍ଥାନିତ ହୋଇଛି।

ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ‘ଅହିଂସା ରଥ’ ମାଧ୍ୟମରେ ପ୍ରଚାରିତ ହେବ। ଏହା ଛଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ସ୍ୱାଧୀନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଜୀବନାଦର୍ଶ ସଂପର୍କିତ ପ୍ରମାଣିକ ଚଳଚ୍ଚିତ୍ର ଏହି ଚାରୋଟି ଅହିଂସା ରଥର ଭିଡ଼ିଓ ୱାଲ୍‌ରେ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ରାଜ୍ୟବାସୀ ସ୍ୱାଧୀନତା ସଂଗ୍ରାମରେ ଏହି ବରପୁତ୍ରମାନଙ୍କ ବହୁମୂଲ୍ୟ ଅବଦାନ ସଂପର୍କରେ ଅବଗତ ହୋଇପାରିବେ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଛି। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରିବ। ଏହି ଅବସରରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ସ୍ଥାନୀୟ ଲୋକପ୍ରତିନିଧି, ସାଧାରଣ ଜନତା ଯୋଗଦେବେ। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଅକେଫାବର ୨ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ।

ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ଅବଦାନ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ରଥଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱରଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିବ। ପରେ ଅଗଷ୍ଟ ୧୬ରେ ପୁରୀରେ ପହଞ୍ଚି ସେଠାରେ ଏହି ରଥଗୁଡ଼ିକ ୪ ଦିନ ପର୍ଯ୍ୟନ୍ତ ପୁରୀ ସଦର ମହକୁମା ଏବଂ ଜିଲ୍ଲା ଅଧୀନସ୍ଥ ବିଭିନ୍ନ ବ୍ଲକ୍‌ ପରିକ୍ରମା କରିବ।

ସେହିପରି ଅଗଷ୍ଟ ୨୦ରୁ ୨ ଦିନ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ଏବଂ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଲବାଣୀ ଜିଲ୍ଲା ଓ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୫ରୁ ୨ ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା, ୨୭ ଅଗଷ୍ଟରୁ ୩ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା, ସେପେଫମ୍ବର ୧ ତାରିଖରୁ ୨ ଦିନ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା, ସେପ୍ଟେମ୍ବର ୩ ତାରିଖରୁ ୪ ଦିନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା, ସେପେଫମ୍ବର ୭ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ପରିକ୍ରମା କରିବ।

ସେହିପରି ସେପ୍ଟେମ୍ବର ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା, ସେପ୍ଟେମ୍ବର ୧୩ ତାରିଖରୁ ୪ ଦିନ ପାଇଁ କୋରାପୁଟ ଜିଲ୍ଲା, ସେପ୍ଟେମ୍ବର ୧୭ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା, ସେପ୍ଟେମ୍ବର ୨୧ ତାରିଖରୁ ୨ ଦିନ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା, ସେପ୍ଟେମ୍ବର ୨୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା, ସେପ୍ଟେମ୍ବର ୨୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଏବଂ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରିବ।

ଅକ୍ଟୋବର ୨ ତାରିଖ ଦିନ ଏହି ରଥ ଭୁବନେଶ୍ୱର ଫେରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିକ୍ରମା କରିବ।