ବୋଲଗଡ ଓ ବେଗୁନିଆ ବ୍ଲକ ପରିକ୍ରମା କଲା ଅହିଂସା ରଥ

Published: Sep 30, 2022, 11:23 pm IST

ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ଚୁଡା ଠାରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥକୁ ବୋଲଗଡସ୍ଥିତ ଖଦି କେନ୍ଦ୍ରକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଚମ୍ପାଇଲଠାରେ ମଧ୍ୟ ଏହି ରଥକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବେଗୁନିଆ ବ୍ଲକର ଚନ୍ଦକା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହଟେକଶ୍ବର ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତି, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ତହସିଲଦାର ପୃଥ୍ବୀରାଜ ମଣ୍ତଳ, ବେଗୁନିଆ କଲେଜ ଅଧ୍ୟକ୍ଷ ଦିଲିପ କୁମାର ମିଶ୍ର, ସିଡିପିଓ ରଞ୍ଜୁବାଳା ସାହୁ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଏହି ରଥ ଖୋରଧା ବ୍ଲକ ଓ ଖୋରଧା ପୌରସଂସ୍ଥା ଗସ୍ତ କରିବ।

Related posts