Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’
ଜାତୀୟ ଖବର

ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’

September 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’

ଭୁବନେଶ୍ୱର : ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।

ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଦୁଇଟି ଅହିଂସା ରଥକୁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଚେକ୍‌ଗେଟ୍‌ଠାରେ ସ୍ୱାଗତ କରାଯାଇଥିଲା। ରଥ ଦୁଇଟି ଆଜି ମାଥିଲି ଓ ଖଇରପୁଟ ବ୍ଲକ୍‌ ପରିକ୍ରମା କରିବା ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉଭୟ ଜିଲ୍ଲାର ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି, ଛାତ୍ରଛାତ୍ରୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ରଥ ପରିକ୍ରମା ସମୟରେ ବିିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାରେ ଏହି ରଥ ପରିକ୍ରମା କାର୍ଯ୍ୟ ଜାରି ରହିଛି।
ଆଜି ଗୋଟିଏ ଅହିଂସା ରଥ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍‌ଠାରେ ପହଞ୍ଚିବା ପରେ ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ରଥକୁ ସ୍ୱାଗତ କରିଥିଲେ।

କୁସୁମୀ ବ୍ଲକର ଝାଲଭଙ୍ଗୁରୀ, ବାଦାମ ପାହାଡ ଅଞ୍ଚଳ ପରିକ୍ରମା କରିବା ପରେ ଜାମଦା ବ୍ଲକ୍‌ ସଦର ମହକୁମା, ହୁର୍ଲାବେଡ଼ା, ଜାରକାନୀ, ବଡ଼ଦୁନ୍ଦୁ ଅଞ୍ଚଳ ପରିକ୍ରମା କରିଥିଲା। ଏହାପରେ ଏହି ରଥଟି ବହଳଦା ବ୍ଲକ୍‌ ଅନ୍ତର୍ଗତ ବହଦଳା ବଜାର, ବହଳଦା ହାଇସ୍କୁଲ, ନିମିଡିହି, ଡାଲିମା ଅଞ୍ଚଳରେ ପରିକ୍ରମା କରିଥିଲା। ସେଠାରୁ ରଥ ତିରିଙ୍ଗ ବ୍ଲକ୍‌ର ନିଶ୍ଚିନ୍ତପୁର, ରତନସାହି, ନୂଆଗାଁ, ତିରିଙ୍ଗ ବ୍ଲକ୍‌ ସଦର ମହକୁମାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।

ଶେଷରେ ଏହି ରଥ ରାଇରଙ୍ଗପୁର ବ୍ଲକ୍‌ ଅଞ୍ଚଳ ସହ ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତ ଗସ୍ତ କରିଥିଲା। ସମସ୍ତ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଦ୍ୱିତୀୟ ରଥଟି ଖୁଣ୍ଟା ବ୍ଲକ୍‌ର ବିସିପୁର, ଧାନଘେରା, କହ୍ନେଇବନ୍ଧ ଅଞ୍ଚଳ, ଗୋପବନ୍ଧୁ ନଗର ବ୍ଲକର କୁଶଳଦା, ଜୟପୁର, ପୁରୁଣା ବାରିପଦା, କୁଆମରା ଏବଂ ବଡ଼ସାହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସମସ୍ତ ସ୍ଥାନରେ ସଂପୃକ୍ତ ବ୍ଲକ୍‌ର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଏହି ରଥ ପରିକ୍ରମା ସମୟରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା। ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍‌ ଆଦୃତି ଲାଭ କରିଛି।

ଅହିଂସା ରଥ ମୟୂରଭଞ୍ଜ ମାଲକାନଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.