Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ପ୍ରଶାସନର ପ୍ରସ୍ତୁତି ବୈଠକ: ଆସନ୍ତା ୨୮ରୁ ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ
ଆଜିର ଖବର

ଖୋର୍ଦ୍ଧାରେ ପ୍ରଶାସନର ପ୍ରସ୍ତୁତି ବୈଠକ: ଆସନ୍ତା ୨୮ରୁ ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

September 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଏହି ରଥ ଦୁଇଟିକୁ ପ୍ରଥମେ ନାରାୟଣୀ ମନ୍ଦିର ନିକଟରେ ଗଞ୍ଜାମ ପ୍ରଶାସନ ଠାରୁ ଗ୍ରହଣ କରାଯିବା ପରେ ବାଲୁଗାଁକୁ ନିଆଯିବ।

ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ଜିଲ୍ଲାର ଉପଖଣ୍ତ ଓ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଚିଲିକା ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ବିଭିନ୍ନ ୫-ଟି ତଥା ନୋଡ‍ଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପର୍ଣ୍ଣ କରିବା ସହ ଆଇନ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ. ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଇନ୍ଦ୍ରମଣି କାଣ୍ତି, ବିଭିନ୍ନ ବ୍ଲକରେ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

ଅଗଷ୍ଟ ୧୫ ତାରିଖ ଅହିଂସା ରଥ ଆଜାଦୀ କା ଅମୃତ ମହୋତ୍ସବ ଖୋର୍ଦ୍ଧା ଗଞ୍ଜାମ ପ୍ରଶାସନ ନାରାୟଣୀ ମନ୍ଦିର ବାଲୁଗାଁ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026
Latest News

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.