Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭଦ୍ରକ ଓ ରାୟଗଡ଼ା ଜିଲ୍ଲା ପରିକ୍ରମା କଲା ‘ଅହିଂସା ରଥ’ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ବିଶେଷ ଖବର

ଭଦ୍ରକ ଓ ରାୟଗଡ଼ା ଜିଲ୍ଲା ପରିକ୍ରମା କଲା ‘ଅହିଂସା ରଥ’ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

September 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭଦ୍ରକ ଓ ରାୟଗଡ଼ା ଜିଲ୍ଲା ପରିକ୍ରମା କଲା ‘ଅହିଂସା ରଥ’ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଭଦ୍ରକ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରୁଛି।

ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସଦର ମହକୁମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଏବଂ ଅନ୍ୟ ଜନପ୍ରତିନିଧିମାନେ ରଥକୁ ସ୍ୱାଗତ କରିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ବ୍ଲକ୍‌ ଅଧ୍ୟକ୍ଷଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସୂତାର, ଏନ୍‌ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, ବ୍ଲକ୍‌ ଉପାଧ୍ୟକ୍ଷା ସରୋଜ ବଳ, ବିଡ଼ିଓ ଜ୍ୟୋତିପ୍ରକାଶ ଦାସ, ଏନ୍‌ଏସି ନିର୍ବାହୀ ଅଧିକାରୀ ଭାଗୀରଥି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ନେଇ ପାଲା ପରିବେଷଣ ସହ ଦେଶାତ୍ମବୋଧକ ସଂସ୍କୃତିକ ଓ ଢ଼ୋଲକ ବାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାନ୍ଦବାଲି ବ୍ଲକର ଶିବଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟ, ପାଞ୍ଚପଡ଼ା, ମହୁଲିଆ ଗ୍ରାମ ପଞ୍ଚାୟତ, ଚନ୍ଦନପୁର, ଭାଟପଡ଼ା, ମତୋ ବଜାର, ନାଲଗୁଣ୍ଠା, ଖେରଙ୍ଗ ଅଞ୍ଚଳ ପରିକ୍ରମା ପରେ ଏହି ରଥ ତିହିଡ଼ି ବ୍ଲକ୍‌ ଗସ୍ତ କରିଥିଲା। ତିହିଡ଼ି ବ୍ଲକ୍‌ ସୀମାନ୍ତ ଗଦି ବଜାରଠାରେ ପୂର୍ବତନ ବିଧାୟକ ରଜେନ୍ଦ୍ର ଦାସ, ବ୍ଲକ୍‌ ଅଧ୍ୟକ୍ଷ ଅବନ୍ତୀ ଦାସ ଓ ବିଡ଼ିଓ ବସନ୍ତ କୁମାର ସାହାଣୀଙ୍କ ସମେତ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରିଥିଲେ।

ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କର ଏକ ବିଶାଳ ଶୋଭଯାତ୍ରା ମଧ୍ୟରେ ରଥର ବ୍ଲକ୍‌ ପରିକ୍ରମା ଆରମ୍ଭ ହୋଇଥିଲା । ସରକାରୀ ଆଶ୍ରମ ବିଦ୍ୟାଳୟ, କାନପୁର, ଗମ୍ଭାରିଆ ସ୍କୁଲ, ତିହିଡ଼ି ମହାବିଦ୍ୟାଳୟ ଆଦି ସ୍ଥାନରେ ଆୟୋଜିତ ସଭାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ସେହିପରି ଦହପାଣିଆସ୍ଥିତ ଏସ୍‌ସିଏସଟି ସେବାଶ୍ରମ ସ୍କୁଲଠାରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦାସ, ବ୍ଲକ୍‌ ଅଧ୍ୟକ୍ଷା ଅବନ୍ତୀ ଦାସ, ଛାତ୍ରଛାତ୍ରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ ।

ଭଦ୍ରକ ବ୍ଲକ୍‌ର କ୍ଷେତ୍ରବାସୀ ହାଇସ୍କୁଲଠାରେ ଅନ୍ୟ ଗୋଟିଏ ରଥକୁ ସ୍ୱାଗତ କରାଯାଇଥିଲା। ରଥ ପରିକ୍ରମା ସମୟରେ ଭଦ୍ରକ ପୌର ଅଞ୍ଚଳରେ ଜିଲ୍ଲା ସ୍କୁଲ, ୱାନ୍‌ ଷ୍ଟପ୍‌ ସେଣ୍ଟର, ଓଜେନ୍‌ ସେଲ୍‌ଟର ହୋମ୍‌ଠାରେ ସଭା ଆୟୋଜିତ ହୋଇଥିଲା । ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷା ଉର୍ମିଳା ନାୟକ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ରଥଟି ଭଣ୍ଡାରୀପୋଖରୀ ବ୍ଲକ୍‌ ପରିକ୍ରମା କରିଥିଲା। କହଁରାପୋଖରୀସ୍ଥିତ କ୍ରାନ୍ତି ମଇଦାନଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା ।

ଦ୍ୱିତୀୟ ଦିନରେ ଅହିଂସା ରଥ ଆଜି ରାୟଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ପରିକ୍ରମା କରିଛି । ଜେକେପୁରରୁ ବାହାରି ଗୋଟିଏ ରଥ କୋଲନରା ବ୍ଲକର ଥେରୁବାଲି, ବିଷମ କଟକ ବ୍ଲକର କୁମ୍ଭର ଧମୁଣି, ଦୁର୍ଗୀ, ହୋଇ ବିଷମ କଟକ ବ୍ଲକରେ ପହଞ୍ଚିଥିଲା । ଅନ୍ୟଟି କୋଲନରା ବ୍ଲକର ମୁକୁନ୍ଦପୁର, ରୋବଡ଼ି, ରାମନଗୁଡା ବ୍ଲକର ରାମନଗୁଡା, ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକଙ୍କ ସାଧନ ପୀଠ କୁଜେନ୍ଦ୍ରୀ ହୋଇ ଗୁଣପୁରରେ ପହଞ୍ଚିଥିଲା।

ଅହିଂସା ରଥ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରକ୍ଷେପକ, ଗ୍ରନ୍ଥାଗାରିକ ଗସ୍ତ କରୁଥିବାବେଳେ କୋଲନରା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, ରାମନଗୁଡା ବ୍ଲକରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ତହସିଲଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ, ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁ ଧର ଶବର, ରାମନଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଅହିଂସା ରଥ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.