Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ

September 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩୦.୯.୨୦୨୨ ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ।

ଯେତେବେଳେ ସେ ଗାନ୍ଧୀନଗର ଷ୍ଟେସନରେ ପହଁଞ୍ଚିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ୨.୦ର ଟ୍ରେନ ଡବା ଗୁଡିକୁ ନିରୀକ୍ଷଣ କରିବା ସହ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ମୋଦୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଇଞ୍ଜିନ ନିୟନ୍ତ୍ରଣ କକ୍ଷ ନିରୀକ୍ଷଣ କରିଥିଲେ।
ପରେ ପରେ ପ୍ରଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଏହା ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ କାଳୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ରେଳ ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ ଯୁବତୀଙ୍କ ସହ ମତବିନିମୟ ମଧ୍ୟ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଫଳତା ପାଇଁ କାର୍ଯ୍ୟ କରିଥିବା ଶ୍ରମିକ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମଧ୍ୟ ଶ୍ରୀ ମୋଦୀ ମତ ବିନିମୟ କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରିବା ଦ୍ୱାରା ଭାରତର ଦୁଇ ବ୍ୟାବସାୟିକ କେନ୍ଦ୍ର ମଧ୍ୟରେ ସଂଯୋଗ ଆଶାତୀତ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଗୁଜରାଟରୁ ମୁମ୍ବାଇ ଓ ମୁମ୍ବାଇରୁ ଗୁଜରାଟ ଯାତ୍ରା କରିବା ସହ ବ୍ୟୟବହୁଳ ବିମାନଯାତ୍ରାରୁ ମଧ୍ୟ ରକ୍ଷା ପାଇବେ। ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ଗାନ୍ଧୀନଗରରୁ ମୁମ୍ବାଇ ପହଞ୍ଚିବା ନିମନ୍ତେ ପ୍ରାୟ ଛଅରୁ ସାତ ଘଣ୍ଟା ଲାଗିବ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଉଚ୍ଚମାନଯୁକ୍ତ ବିମାନ ଭଳି ଯାତ୍ରା ଅଭିଜ୍ଞତା ଦେବ। ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ସ୍ୱଦେଶରେ ବିକଶିତ ସଂଘର୍ଷ ନିରୋଧୀ ପଦ୍ଧତି କବଚ ମଧ୍ୟ ରହିଛି।

ବନ୍ଦେ ଭାରତ ୨.୦ ଅଧିକ ଉନ୍ନତ ବ୍ୟବସ୍ଥା ଯେପରିକି ୫୨ ସେକେଣ୍ଡ ମଧ୍ୟରେ ଶୂନରୁ ୧୦୦ କିଲୋମିଟର ଦୂରତ୍ୱ ଅତିକ୍ରମ କରିବା ସହ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିବ। ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସର ଓଜନ ୩୯୨ ଟନ ହୋଇଥିବା ବେଳେ ଏହାର ପୂର୍ବ ତିଆରି ଟ୍ରେନ ଓଜନ ୪୩୦ ଟନ ଥିଲା। ଆବଶ୍ୟକତା ଅନୁଯାୟୀ ଏଥିରେ ୱାଇଫାଇ ସୁବିଧା ମଧ୍ୟ ମିଳିପାରିବ। ପ୍ରତ୍ୟେକ ଡବାରେ ୩୨ ଇଞ୍ଚର ପରଦା ଜରିଆରେ ତଥ୍ୟ ଓ ମନୋରଞ୍ଜନ ପରିବେଷଣ କରାଯିବ। ପୂର୍ବ ଟ୍ରେନରେ ୨୧” ପରଦା ରହିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପରିବେଶ ଅନୁକୂଳ ଓ ଶତକଡା ୧୫ ଭାଗ ଅଧିକ ଶକ୍ତି ସାମର୍ଥ୍ୟପୂର୍ଣ୍ଣ। ଧୂଳି ବିହୀନ ସ୍ୱଚ୍ଛ ବାୟୁ ପ୍ରବାହ ଦୃଷ୍ଟିରୁ ଏହା ଯାତ୍ରାକୁ ବେଶ ଆରାମଦାୟକ କରିପାରିବ। ଆଗରୁ ଆରାମରେ ଆଉଜି ବସିବା ଚୌକୀ କେବଳ ଏକଜ୍ୟୁଟିଭ ଶ୍ରେଣୀ ଯାତ୍ରୀଙ୍କୁ ମିଳୁଥିବା ବେଳେ ଏବେ ତାହା ସମସ୍ତ ଶ୍ରେଣୀର ଯାତ୍ରୀପାଇଁ ଉପଲବ୍ଧ ହେବ।

ଏକଜ୍ୟୁଟିଭ ଡବାରେ ୧୮୦ ଡିଗ୍ରୀ ବୁଲିପାରିବା ଭଳି ବସିବା ବ୍ୟବସ୍ଥା ରହିଛି। ନବନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସରେ ଫଟୋ କାଟାଲିଟିକ ଅଲଟ୍ରାଭାଓଲେଟ ବାୟୁ ବିଶୋଧିକରଣ ପଦ୍ଧତି ଛାତ ଉପରେ ଖଞ୍ଜା ଯାଇଛି। କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ (ସିଏସଆଇଓ) ଚଣ୍ଡିଗଡର ସୁପାରିଶ ଅନୁସାରେ ଏହା ଖଞ୍ଜା ଯାଇଥିବାରୁ ଏହା ଜୀବାଣୁ, ବୀଜାଣୁ, ଭୂତାଣୁ ଇତ୍ୟାଦି ବାୟୁଠାରୁ ମୁକ୍ତ ରଖି କେବଳ ତାଜା ବାୟୁ ପ୍ରବାହରେ ସହାୟକ ହେବ।

ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.