ହେଲମେଟ ପିନ୍ଧିବା ପରେ ମଧ୍ୟ କଟିବ ଚାଲାଣ, ଏହା ଉପରେ ନିଶ୍ଚିତ ଦିଅନ୍ତୁ ଧ୍ୟାନ

Published: Oct 3, 2022, 4:37 pm IST

ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମର ନିୟମ ଅନୁଯାୟୀ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଅଧିକାଂଶ ଲୋକ ମଧ୍ୟ ଏହି ନିୟମ ଅନୁସରଣ କରନ୍ତି। କିନ୍ତୁ ଅନେକ ଥର ଲୋକମାନେ ହେଲମେଟ ପିନ୍ଧିବା ପରେ ମଧ୍ୟ ଜରିମାନା ଗଣନ୍ତି ଏବଂ ସେମାନଙ୍କର ଭୁଲ୍ କଣ ସେମାନେ ବୁଝିପାରନ୍ତି ନାହିଁ। ଏହାର କାରଣ କଣ?, ତାହା ଜାଣିବା ଜରୁରୀ।

ନିୟମ କ’ଣ?:

ମୋଟର ଯାନ ଅଧିନିୟମର ଏହି ନିୟମକୁ ସମସ୍ତେ ଜାଣନ୍ତି ଯେ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ ଏବଂ ଏହି ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦେବାକୁ ପଡିବ। କିନ୍ତୁ ଅଧିକାଂଶ ଲୋକ ଏହି ନିୟମ ଜାଣନ୍ତି ନାହିଁ ଯେ ହେଲମେଟ ପିନ୍ଧିବା ପରେ ମଧ୍ୟ ଯଦି ଏହାର ଷ୍ଟ୍ରିପ୍ ଲକ୍ ହୋଇନଥାଏ, ତେବେ ସେମାନଙ୍କ ଚାଲାଣ କଟାଯାଇପାରିବ। ଯଦି ଆପଣ ମଧ୍ୟ ହେଲମେଟ ପିନ୍ଧନ୍ତି କିନ୍ତୁ ଏହାର ଷ୍ଟ୍ରିପ୍ ବାନ୍ଧନ୍ତି ନାହିଁ, ତେବେ ଟ୍ରାଫିକ୍ ପୋଲିସ୍ ଦ୍ଵାରା ଆପଣଙ୍କର ୨୦୦୦ ଟଙ୍କାର ଚାଲାଣ କଟାଯାଇପାରିବ।

ଏହି ନିୟମ କାହିଁକି ଆବଶ୍ୟକ?:

ଏହି ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବା। ମୋଟର ଯାନ ଅଧିନିୟମ ୧୯୪ଡି ଅନୁଯାୟୀ, ବାଇକ୍ ଚଲାଇବା ସମୟରେ ହେଲମେଟ ନ ପିନ୍ଧିବା ପାଇଁ ୧୦୦୦ ଟଙ୍କାର ଏକ ଚାଲାଣ କଟାଯାଇପାରିବ ଏବଂ ବିଆଇଏସ ମାର୍କ ବିନା ହେଲମେଟ ବ୍ୟବହାର କରିବା ପାଇଁ ୧୦୦୦ ଟଙ୍କାର ଚାଲାଣ ମଧ୍ୟ କଟାଯାଇପାରିବ। ବିନା ଷ୍ଟ୍ରିପ୍ ଲକିଂ ଯୋଗୁଁ ମଧ୍ୟ ୨୦୦୦ ଟଙ୍କା ଚାଲାଣ କଟାଯାଇପାରିବ।

ମୋଟର ଯାନ ଅଧିନିୟମ ୧୯୮୮ ର ଧାରା ୧୯୯ଏ ଅନୁଯାୟୀ, ଯଦି ନାବାଳକ ରାସ୍ତାରେ ଗାଡି ଚଳାଇବା ସମୟରେ ଟ୍ରାଫିକ ପୋଲିସ ଦ୍ୱାରା ଧରାପଡିଯାଏ, ତେବେ ତାଙ୍କ ପିତାମାତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇପାରେ।

Related posts