Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ପର୍ଯ୍ୟାୟ ଏଫଏମ ରେଡିଓ ନୀତି ମାର୍ଗଦର୍ଶିକାରେ ସଂଶୋଧନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
ଆଜିର ଖବର

ତୃତୀୟ ପର୍ଯ୍ୟାୟ ଏଫଏମ ରେଡିଓ ନୀତି ମାର୍ଗଦର୍ଶିକାରେ ସଂଶୋଧନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

October 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ଜରିଆରେ ଏଫଏମ ରେଡିଓ ପ୍ରସାରଣ ସେବାର ସମ୍ପ୍ରସାରଣ (ତୃତୀୟ ପର୍ଯ୍ୟାୟ) ଉପରେ ଆଧାରିତ ନୀତିଗତ ମାର୍ଗଦର୍ଶିକାରେ ଥିବା କେତେକ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହାକୁ ଘରୋଇ ଏଫଏମ ପର୍ଯ୍ୟାୟ- III ନୀତିଗତ ମାର୍ଗଦର୍ଶିକା ଭାବେ ମାନ୍ୟତା ଦିଆଯାଇଛି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏ ଦିଗରେ, ୧୫ ବର୍ଷର ଅବଧି ପାଇଁ ଲାଇସେନ୍ସ ପାଇଥିବା ଗୋଟିଏ ପରିଚାଳନା ସଂସ୍ଥା ମଧ୍ୟରେ ଏଫଏମ ରେଡିଓ ଷ୍ଟେସନ ପୁନଃନିର୍ମାଣ ଅନୁମତି ପାଇବା ଲାଗି ୩ ବର୍ଷର ୱିଣ୍ଡୋ ଅବଧିକୁ ଉଚ୍ଛେଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଚାନେଲ ହୋଲ୍ଡିଂ ଉପରେ ୧୫% ନେସନାଲ କ୍ୟାପ୍‌ ଉଚ୍ଛେଦ ପାଇଁ ରେଡିଓ ଉଦ୍ୟୋଗ ପକ୍ଷରୁ କରାଯାଇ ଆସୁଥିବା ଦୀର୍ଘ ଦିନର ଦାବିକୁ ମଧ୍ୟ ସରକାର ଗ୍ରହଣ କରି ନେଇଛନ୍ତି । ଆହୁରି ଏଫଏମ ରେଡିଓ ନୀତିରେ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀକୁ ସରଳ କରାଯାଇଛି । ଫଳରେ ଏଣିକି ମାତ୍ର ୧ କୋଟି ଟଙ୍କାର ମୋଟ୍‌ କାରବାର କ୍ଷମତା ଥିବା କମ୍ପାନୀ ‘ସି’ ଏବଂ ‘ଡି’ ବର୍ଗର ସହର ପାଇଁ ନିଲାମୀ ବା ବିଡିଂରେ ଅଂଶଗ୍ରହଣ କରିପାରିବେ । ପୂର୍ବରୁ ଏହି ଆର୍ଥିକ କ୍ଷମତା ଦେଢ଼ କୋଟି ଟଙ୍କା ଥିଲା।

ଏହି ତିନୋଟି ସଂଶୋଧନ ଘରୋଇ ଏଫଏମ ରେଡିଓ ଉଦ୍ୟୋଗକୁ ସମ୍ପୂର୍ଣ୍ଣ ଆର୍ଥିକ ବିକାଶର ଲାଭ ପ୍ରଦାନ କରିବା ସହିତ ଦେଶର ଟିୟର- III ସହରରେ ଏଫଏମ ରେଡିଓ ଏବଂ ମନୋରଞ୍ଜନ ଷ୍ଟେସନର ଅଧିକ ସମ୍ପ୍ରସାରଣ ପାଇଁ ମାର୍ଗ ପ୍ରଶସ୍ତ କରିବ । ସରକାରଙ୍କ ଏହି ନିଷ୍ପତ୍ତି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଫ୍ରି ଟୁ ଏୟାର (ଏଫଟିଏ) ରେଡିଓ ମିଡିଆ ସ୍ଥାନରେ ସଙ୍ଗୀତ ଓ ମନୋରଞ୍ଜନ ସେବାକୁ ଦେଶର ଉପାନ୍ତ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ପହଞ୍ଚାଇବାରେ ସହାୟକ ହେବ।

ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନର ନିୟମକୁ ଅଧିକ ସରଳ ଏବଂ ଯୁକ୍ତିସଙ୍ଗତ କରୁଛନ୍ତି। ଏହାଦ୍ବାରା ପ୍ରଶାସନ ଅଧିକ ଦକ୍ଷ ଓ ପ୍ରଭାବୀ ହେବା ସହ ସାଧାରଣ ଲୋକଙ୍କୁ ଲାଭ ମିଳିପାରୁଛି।

କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026
Latest News

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.