Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓସିଏସ ପରୀକ୍ଷା-୨୦୨୦: ଚିଲିକାରେ ଚମକିଲେ ଦୁଇ ପ୍ରାର୍ଥୀ, ଉଦାହରଣ ପାଲଟିଲେ ଦୃଷ୍ଟିବାଧିତ
ଆଜିର ଖବର

ଓସିଏସ ପରୀକ୍ଷା-୨୦୨୦: ଚିଲିକାରେ ଚମକିଲେ ଦୁଇ ପ୍ରାର୍ଥୀ, ଉଦାହରଣ ପାଲଟିଲେ ଦୃଷ୍ଟିବାଧିତ

October 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଓସିଏସ ପାଇଲେ ଦୃଷ୍ଟିବାଧିତ। ନିଜ ଅକ୍ଲାନ୍ତ ପରିଶ୍ରମ ଫଳରେ ଉକ୍ତ ସଫଳତାର ହକଦାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା।  ପିତା ପ୍ରକାଶ ଚନ୍ଦ୍ର ପଣ୍ଡା ଏବଂ ମାତା ମିନତୀ ପଣ୍ଡାଙ୍କ ସୁପୁତ୍ର ଅଟନ୍ତି ପ୍ରସନ୍ନ।

ପ୍ରସନ୍ନ ପିଲାଟି ବେଳୁ ଦୃଷ୍ଟିବାଧିତ ଥିବା ବେଳେ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ଫଳରେ ଓସିଏସ-୨୦୨୦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ୨୬୬ ତମ ସ୍ଥାନ ହାସଲ କରିଛନ୍ତି।

ପ୍ରସନ୍ନ ବିଜେବି ସ୍ୱାୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ ବର୍ତ୍ତମାନ ଜେଏନୟୁ ରେ ପିଏଚଡ଼ି କରୁଛନ୍ତି।  ତେବେ ନିକଟରେ ୧୫ ଦିନ ତଳେ ସେ ଏସଏସବି ରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଇଛନ୍ତି।

ଦୁଇ ଭାଇ ଜଣେ ଭଉଣୀଙ୍କୁ ନେଇ ପ୍ରସନ୍ନଙ୍କ ପରିବାର। ପିଲାଟି ଦିନରୁ ବହୁ ପରିଶ୍ରମୀ ଥିଲେ ପ୍ରସନ୍ନ। ଦୃଷ୍ଟିଶକ୍ତି ନଥିଲେ ଯେ, କିଛି କରି ହେବନାହିଁ ଏହାକୁ ଭୁଲ ପ୍ରମାଣିତ କରିପାରିଛନ୍ତି ପ୍ରସନ୍ନ।

ତେବେ ଉକ୍ତ ସଫଳତାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି ପ୍ରସନ୍ନ। ତତସହିତ ସାଧାରଣ ବ୍ୟକ୍ତି କିପରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଲୋକାଭିମୁଖୀ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡିକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ଆଗକୁ କାର୍ଯ୍ୟ କରିବେ ବୋଲି ପ୍ରସନ୍ନ କହିଛନ୍ତି।

ସୂଚନା ଥାଉକି ୨୦୨୦ ଓସିଏସ ପରୀକ୍ଷାରେ ସାରା ଓଡିଶାରୁ ଦୁଇ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ତନ୍ମଧରୁ ବାଣପୁରର ପ୍ରସନ୍ନ ଅନ୍ୟତମ।

ସେହିପରି ଭାବେ ଚିଲିକା ବ୍ଲକ ବଡ଼ ନଇରୀ ଗ୍ରାମର ବିଶ୍ୱଜିତ୍ ଦାସ ମଧ୍ୟ ପ୍ରଥମ ପ୍ରୟାସରେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସାରା ଓଡ଼ିଶାରେ ୧୫୧ ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପିତା ସ୍ବର୍ଗତ ବିଜୟ ଦାସ ପୁର୍ବରୁ ଉକ୍ତ ପଞ୍ଚାୟତର ସରପଞ୍ଚ ରହି ଆସିଥିବା ବେଳେ ଜନସାଧାରଣଙ୍କ ସେବା କରିଆସୁଥିଲେ।

ତେବେ ତାଙ୍କର ଅକାଳ ବିୟୋଗ ଘଟିବାରୁ ଏଥିରେ ଭାଙ୍ଗି ନପଡ଼ି ବିଶ୍ୱଜିତ ଆହୁରି ପରିଶ୍ରମ କରିବା ସହ ସ୍ନାତକ, ସ୍ନାତକୋତର ସାରି ଓସିଏସ ପାଇଁ ଅଣ୍ଟା ଭିଡ଼ିଥିଲେ ଏବଂ ଶେଷରେ ସଫଳ ହୋଇଛନ୍ତି। ଚିଲିକା ନିର୍ବାଚନମଣ୍ଡଳିରେ ଉକ୍ତ ଦୁଇ ଛାତ୍ରଙ୍କ ପାଇଁ ସାରା ରାଜ୍ୟ ଆଜି ଗର୍ବ ଅନୁଭବ କରୁଛି।

ଚିଲିକା ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.