Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶିତ : ପାଶ୍‌ ହାର ୭୦.୭୮
ଆଜିର ଖବର

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶିତ : ପାଶ୍‌ ହାର ୭୦.୭୮

May 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
bse
BSE Extend form fill up period for Annual HSC Examinations

ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ସକାଳ କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀ ନିମନ୍ତେ ପାଶ୍‌ ହାର ୭୦.୭୮ ପ୍ରତିଶତ ରହିଛି। ରେଗୁଲାରରେ ପାଶ୍‌ ହାର ୭୨.୩୫  ରହିଥିବା ବେଳେ ଏକ୍ସ ରେଗୁଲାରରେ ୩୭.୪୩ ପ୍ରତିଶତ ରହିଛି। ଚଳିତ ଥର ୫ ଲକ୍ଷ ୮୭ ହଜାର ୭୮୦ ପରୀକ୍ଷାର୍ଥୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ରେଗୁଲାର ଶ୍ରେଣୀରେ ଏ-୧ ରେ୧୧୮୦ , ଏ-୨ରେ ୯୯୩୮, ବି-୧ ରେ ୨୪୯୯୧ , ବି-୨ରେ ୪୬୩୧୯, ସି ରେ ୭୬  ହଜାର ୧୩୯  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଶ୍‌ ହାର ଗତବର୍ଷ ତୁଳନାରେ ୫.୨୮  ପ୍ରତିଶତ ହ୍ରାସ ପାଇଛି। ଝାରସୁଗୁଡାରେ ପାଶ ହାର ସର୍ବାଧିକ ରହିଥିବା ବେଳେ କୋରାପୁଟରେ ଏହି ହାର ସର୍ବନିମ୍ନ ରହିଛି। ଝାରସୁଗୁଡାରେ ପାଶ ହାର ୮୫.୪୮ ରହିଥିବା ବେଳେ କୋରାପୁଟରେ ୫୦.୬୧  ପ୍ରତିଶତର ପାଶ୍‌ ହାର ରହିଛି। ୨୮୯  ଟି ସ୍କୁଲ୍‌ରେ ଶତ ପ୍ରତିଶତ ପାଶ୍‌ ହାର ରହିଛି। ୮୨ଟି ସ୍କୁଲର ଜଣେବି ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇନଥିବା ବେଳେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟର ଶିକ୍ଷକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ପ୍ରକାଶ କରିଛନ୍ତି। ମୂଲ୍ୟାୟନର ପୁନଃ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆସନ୍ତା ୧୦  ଦିନ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରାଯିବ ବୋଲି ଜଣା ପଡିଛି । ମଧ୍ୟମାରେ ପାଶ୍‌ ହାର ୮୪.୬୨  ରହିଛି। ସେହିପରି ମଧ୍ୟମାରେ ୩୫୬୩  ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୧୫  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମାର ଛାତ୍ର ଛାତ୍ରୀ ମାନେ ମୂଲ୍ୟାୟନ ଯାଞ୍ଚ ନିମନ୍ତେ ଆସନ୍ତା ୨୪  ତାରିଖରୁ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ।

ମାଟ୍ରିକ୍‌ ରେଜଲ୍ଟ ପାଇଁ ଉପଲବ୍ଧ ଓ୍ବେବସାଇଟ୍‌ : www.bseodisha.ac.in, www.bseodisha.nic.in

ମାଟ୍ରିକ୍‌ ରେଜଲ୍ଟ ପାଇଁ SMS ନମ୍ବର : ୫ ୬୭ ୬୭ ୫୦

(OR 10 ସ୍ପେସ୍‌ ଦେଇ ନିଜର ରୋଲନମ୍ବର ଲେଖି ଉପରୋକ୍ତ ନମ୍ବରକୁ ମେସେଜ୍‌ ପଠାଇ ପରୀକ୍ଷା ଫଳ ଜାଣିପାରିବେ।)

exam matric Odisha release result thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026
Latest News

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.