ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିର ଗସ୍ତ କରି ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୋଦୀ ଯୋଡ ହସ୍ତରେ ଦେବୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଗର୍ଭଗୃହରେ ଥିବା ମୋଧେଶ୍ୱରୀ ମାତାଙ୍କ ପ୍ରତିମା ଆଗରେ ମୁଣ୍ଡ ନୁଆଁଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ମଧ୍ୟ ଉପସ୍ଥିତ ଥିଲେ।
ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଭାରତର ପ୍ରଥମ ୨୪ଘଣ୍ଟିଆ ସୌରଶକ୍ତି ଚାଳିତ ଗ୍ରାମ ବୋଲି ଘୋଷଣା କରିଥିଲେ।