ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚିତ୍ରକର ତଥା ପ୍ରକୃତିପ୍ରେମୀ ସୁନାରାମ ସିଂହଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେଇଯାଇଛି।
ଏଥିରେ ଅଜୟ କେତନ ମହାନ୍ତିଙ୍କ ସମ୍ପାଦିତ ତ୍ରୟମାସିକ ସାହିତ୍ୟ ପତ୍ରିକାର ପୂଜାସଂଖ୍ୟା ‘ଦିଗବଳୟ’ ଉନମୋଚିତ ହୋଇଛି। ସେହିପରି ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀଙ୍କ ଦ୍ୱାରା ସ୍ୱରଚିତ କବିତା ପୁସ୍ତକ, ‘ଭଗ୍ନ ଡେଣାର ଉଡାଣ’ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା।
ଏଥିରେ ଏଜି ଆଶୁତୋଷ ଦାସ, ସମାଜସେବୀ ବାବୁଲି ସାହୁ, ବ୍ୟବସାୟୀ ତଥା ସମାଜସେବୀ ପ୍ରଶାନ୍ତ ପାତ୍ର, ଖିରୋଦ ନାଏକ,ପ୍ରମୁଖ ଯୋଗ ଦେଇଥିଲେ। ଜୈବିକ ଚାଷୀ ତଥା ବାତାୟନ ର ସମ୍ପାଦକ ସତ୍ୟବ୍ରତ ଜେନା ଏହି ଅବସରରେ ଯୋଗଦେଇ କବିତା ପାଠ କରିବା ସହିତ ଆଗାମୀ ଦିନରେ ଜୈବିକ ଚାଷର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଶେଷରେ ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।