ଅକ୍ଟୋବର 30 ରେ କଂମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ

Published: Oct 17, 2022, 6:38 pm IST

ଭୁବନେଶ୍ବର: ଆସନ୍ତା 30 ଏବଂ 31 ତାରିଖରେ ଓଡିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଓଡିଶା କଂମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା ହେବ। ଏହି ପରୀକ୍ଷା ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ କରାଯିବ। ସେଥିପାଇଁ ସେହି ଦୁଇଦିନ ଏହି ପରୀକ୍ଷା ପରିଚାଳନା ପାଇଁ କଲେଜରେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବନ୍ଦ କରାଯିବ।

ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜକୁ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, 30 ତାରିଖ ରବିବାର ଏବଂ 31 ତାରିଖ ସୋମବାରର ଏହି ପରୀକ୍ଷା କରାଯିବ। ରବିବାରରେ ଏହି ପରୀକ୍ଷା ସକାଳା 9 ଟା 30 ରୁ 4ଟା 30 ପର୍ଯ୍ୟନ୍ତ ଚାଲିବ। ସେହିପରି ସୋମବାରରେ ସକାଳ 9ଟା 30 ରୁ ଦିନ 12 ଟା 30 ପର୍ଯ୍ୟନ୍ତ ଚାଲିବ।

ଏହି ସମୟରେ କଲେଜରେ ହେବାକୁ ଥିବା କ୍ଲାସ, ପ୍ରାଟିକାଲ କ୍ଲାସ କିମ୍ବା ଏକ୍ସଟ୍ରା କ୍ଲାସକୁ ସ୍ଥଗିତ ରଖାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Related posts