Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି କଲେଜ ଉପରେ ସଙ୍ଗୀନ ଅଭିଯୋଗ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଅତି ପୁରାତନ ତଥା ସ୍ୱନାମଧନ୍ୟ ମହାବିଦ୍ୟାଳୟ ହିଞ୍ଜିଳି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୌନ କାରବାର ଚାଲିଥିବା ଭଳି ସଙ୍ଗିନ ଅପରାଧ ଅଭିଯୋଗ ପହଞ୍ଚିଛି ଉଚ୍ଚ ଶିକ୍ଷା ବିଭାଗ ନିକଟରେ। ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁରକୁ ତଦନ୍ତ ଆଦେଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ଏହି ଭଳି ଅଭିଯୋଗ, ମିଥ୍ୟା ଓ କପୋଳକଳ୍ପିତ ବୋଲି ଅଧ୍ୟକ୍ଷା, ଅଧ୍ୟାପକ ଓ ସହରର ସମାଜସେବୀ ଏବଂ ପୁର୍ବତନ ସଭାପତି ଓ ସମ୍ପାଦକ ପକ୍ଷରୁ କୁହାଯାଇଛି।

ଏତଦବ୍ୟତୀତ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦେଶକ ବ୍ରହ୍ମପୁରଙ୍କ ପକ୍ଷରୁ ହିଞ୍ଜିଳି ମହାବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଯେଉଁ ଭଳି ତଦନ୍ତ ହେବ ତାହାକୁ ପୁର୍ଣ୍ଣ ସହଯୋଗ କରିବି ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ଓ ଅନୁଷ୍ଠାନ ର ଛାତ୍ର ଓ ପୁର୍ବତନ ଛାତ୍ର ସମାଜ ପକ୍ଷରୁ ଏହି ଭଳି ଅଭିଯୋଗ କୁ ନିନ୍ଦା କରିଛନ୍ତି ଓ ଏହା ଅନୁଷ୍ଠାନ ର ସୁନାମକୁ କଳଙ୍କିତ କରିବା ପାଇଁ କିଛି ଅନାମଧେୟ ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଟା ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ଭଳି ଅଭିଯୋଗର ସଠିକ ତଦନ୍ତ ସ୍ଵରୁପ କଠୋର ଦଣ୍ଡର ଆବଶ୍ୟକତା ରହିଛି ବୋଲି ସର୍ବ ସମ୍ମୁଖରୁ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ଦେଲା ପଦନ୍ନୋତି, ଜାଣନ୍ତୁ ପୁରା ତାଲିକା

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ

ଏମାନେ ଓଇଏସ କ୍ୟାଡର ଯାହାକି ଆସୋସିଏଟ ପ୍ରଫେସରରୁ ପ୍ରଫେସରକୁ ପଦନ୍ନୋତି ହୋଇଛି।

ଏହି ପ୍ରଫେସରମାନେ ପଦନ୍ନୋତି ପରେ ଲେଭୁଲ 14 ଅନୁସାରେ ଦରମା ପାଇବେ।

ତେବେ ଏହି 32 ଜଣଙ୍କ ମଧ୍ୟରୁ 11 ଜଣ ଅବସର ଗ୍ରହଣ କରିସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ଶିକ୍ଷା ବିଭାଗରେ ଯୋଗ ଦେଲେ ନୂଆ ମନ୍ତ୍ରୀ, ନୂଆ ସଚିବ

ଭୁବନେଶ୍ବର: ଆଜି ଉଚ୍ଚ ଶିକ୍ଷା ବିଭାଗରେ ନୂଆ ମନ୍ତ୍ରୀ ଓ ନୂଆ ସଚିବ ଯୋଗ ଦେଇଛନ୍ତି। ସେମାନେ ହେଲେ ନୂଆ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଚିବ ଅରବିନ୍ଦ ଅଗ୍ରୱାଲ।ଅତନୁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ଖାଦ୍ୟ ଓ ଯୋଗାଣ ସହିତ ସମବାୟ ମନ୍ତ୍ରୀ ଅଛନ୍ତି।

ପଢନ୍ତୁ- ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ, ହଟିଲେ ମନ୍ତ୍ରୀ ଓ ସଚିବ

ନିକଟରେ ନବୀନ ହଠାତ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ବହିସ୍କାର କରିଦେଲେ। ଏ ନେଇ ପୂର୍ବରୁ କୌଣସି ସୂଚନା ନ ଥିଲେ ମଧ୍ୟ ତାଙ୍କୁ ବହିସ୍କାର କରିବା ନେଇ ରାଜ୍ୟପାଳଙ୍କୁ ଚିଠି କଲେ। ପରେ ସେହି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ବଦଳି କରିଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଞ୍ଚଳିକ

ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଏନ୍ ସି ସି ୟୁନିଟ୍ ଉଦ୍ଘାଟନ ସମାରୋହ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ ସି ସି ଅଫିସର ଭାଵେ ଶିକ୍ଷା ଵିଭାଗର ଅଧ୍ୟାପକ ହିମା°ଶୁ ବାରିକ୍ ନିଯୁକ୍ତ ହୋଇଥିବା ଵେଳେ ଵାଳିକା ଏନ୍ ସି ସି ୟୁନିଟର ଅଫିସର୍ ଭାବେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସଙ୍ଗୀତା ସେଠ୍ ନିଯୁକ୍ତ ହୋଇଛନ୍ତି। ତା ୧୦.୩.୨୩ ରିଖ ଦିନ ନାକ୍ଟିଦେଉଳ ମହାଵିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ସମ୍ବଲପୁର୍ ଏନ୍ ସି ସି ଗୃପ୍ ହେଡକ୍ୟୁଆଟର ର କମାଣ୍ଡିଙ୍ଗ ଅଫିସର୍ ସି .ସି ନାଗ୍ ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ସେ ଫିତା କାଟି ଓ ଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଅବସରରେ କେନ୍ ଡ଼୍ରିଲ୍ ଓ ଏନ୍ ସି ସି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ଵେଳେ ନୂତନ ଏନ୍ ସି ସି କାର୍ଯ୍ୟାଳୟ ,ଫାଏରିଙ୍ଗ ରେଞ ଏରିଆ ଓ ଅବଷ୍ଟେକଲ୍ କୋର୍ସ ଏରିଆ ଉଦଘାଟିତ ହୋଇଥିଲା। ଏହା ସହିତ ନୂତନ କେଡ଼ଟ୍ ସିଲେକ୍ସନ୍ ପାଇଁ ଇଣ୍ଟରଭିଉ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର୍ ସାହୁ ଙ୍କ ସଭାପତିତ୍ଵ ରେ ଏନ୍ ସି ସି ର ମହତ୍ତ୍ଵ ଓ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ଏହି ସମାରୋହରେ ଅଧ୍ୟାପକ ଦେବେଶ ବିଶ୍ବାଳ, ଶେଷଦେବ ବିଶ୍ବାଳ, ଵିନୋଦ ବିହାରୀ ପ୍ରଧାନ୍, ଭଜମୋହନ ପ୍ରଧାନ, ଅଧ୍ୟାପିକା ଆର୍ ପୁଷ୍ପାଞଳୀ, ଲିଟିନା ପ୍ରିୟଦର୍ଶିନୀ, ସୁଦାମ ସାହୁ, ଵିଭୁତି ଭୁଷଣ ସାହୁ ଓ ଧନଞୟ ମହାକୁଡ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର 30 ରେ କଂମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା 30 ଏବଂ 31 ତାରିଖରେ ଓଡିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଓଡିଶା କଂମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା ହେବ। ଏହି ପରୀକ୍ଷା ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ କରାଯିବ। ସେଥିପାଇଁ ସେହି ଦୁଇଦିନ ଏହି ପରୀକ୍ଷା ପରିଚାଳନା ପାଇଁ କଲେଜରେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବନ୍ଦ କରାଯିବ।

ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜକୁ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, 30 ତାରିଖ ରବିବାର ଏବଂ 31 ତାରିଖ ସୋମବାରର ଏହି ପରୀକ୍ଷା କରାଯିବ। ରବିବାରରେ ଏହି ପରୀକ୍ଷା ସକାଳା 9 ଟା 30 ରୁ 4ଟା 30 ପର୍ଯ୍ୟନ୍ତ ଚାଲିବ। ସେହିପରି ସୋମବାରରେ ସକାଳ 9ଟା 30 ରୁ ଦିନ 12 ଟା 30 ପର୍ଯ୍ୟନ୍ତ ଚାଲିବ।

ଏହି ସମୟରେ କଲେଜରେ ହେବାକୁ ଥିବା କ୍ଲାସ, ପ୍ରାଟିକାଲ କ୍ଲାସ କିମ୍ବା ଏକ୍ସଟ୍ରା କ୍ଲାସକୁ ସ୍ଥଗିତ ରଖାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଚଳିତ ବର୍ଷ କଲେଜରେ ମଧ୍ୟ କମିଲା ଖରା ଛୁଟି

ଭୁବନେଶ୍ୱର: ସ୍କୁଲ ପରେ କଲେଜ ପାଇଁ ମଧ୍ୟ ଖରା ଛୁଟିକୁ ହ୍ରାସ କରାଯାଇଛି। କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଖରା ଛୁଟି ସଂଖ୍ୟା ହ୍ରାସ କରିଛି। ଚଳିତ ବର୍ଷ ଜୁନ୍‌ ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି କରିଛି। ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। କୋଭିଡ୍‌ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟିକୁ ହ୍ରାସ କରାଯାଇଛି। ଯଦି ଆବଶ୍ୟକ ହୁଏ, ତେବେ ଛୁଟି ଦିନ କିମ୍ବା କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ୍‌ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପୂର୍ବରୁ ସ୍କୁଲ ପିଲାଙ୍କର ମଧ୍ୟ ଖରାଛୁଟିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ କମାଇଦେଇଛି। ସ୍କୁଲରେ ଖରା ଛୁଟି ଜୁନ୍‌ ୬ ତାରିଖରୁ ୧୬ ଯାଏଁ ହେବ ବୋଲି ଘୋଷଣା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟର ବଡ ନିଷ୍ପତି, ଏଣିକି ସ୍କୁଲ କଲେଜକୁ ଦିଆଯାଉଥିବା ଜମି ସରକାରଙ୍କ ନାମରେ ରହିବ

ଭୁବନେଶ୍ବର: ଏଣିକି ରାଜ୍ୟ ସରକାର ସ୍କୁଲ କଲେଜକୁ ଦେଉଥିବା ମାଗଣା ଜମି ତାଙ୍କ ଅନୁଷ୍ଠାନ ନାମରେ ରହିବ ନାହିଁ। ତାହା ସ୍କୁଲର ହୋଇଥିଲେ ଗଣଶିକ୍ଷା ବିଭାଗ, କଲେଜ ହୋଇଥିଲେ ଉଚ୍ଚ ଶିକ୍ଷା ବିଭାଗ ନାମରେ ରହିବ। ଏହିପରି ଏକ ବଡ ନିଷ୍ପତି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି।

୧୯୭୭ ମସିହାର ନିଷ୍ପତ୍ତି ଅନୁସାରେ କଲେଜ ସ୍ଥାପନ ପାଇଁ ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ଯୋଗାଇ ଦିଆଯିବ। ସେହିପରି ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପରବର୍ତ୍ତି ସମୟରେ ସରକାର ଏହି ନିଷ୍ପତ୍ତିକୁ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ ଯାହା ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜର ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ। ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ଏକାଠି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ ଏକର ଓ ସହରାଞ୍ଚଳରେ ୩ ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ। ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ। ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ଶିକ୍ଷା ବିଭାଗର ଘୋଷଣା, ଏହି ତାରିଖରୁ ଖୋଲିବ ଓଡିଶାର ସମସ୍ତ କଲେଜ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର, ଆସନ୍ତା ଅଗଷ୍ଟ ୧୬ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ କ୍ଲାସ ରୁମରେ ପାଠପଢା ହେବ। ଏଥିସହିତ ହଷ୍ଟେଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମହାମାରୀ କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ କ୍ଲାସ୍ ରୁମ୍‌ରେ ପୁଣି ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଓ ସ୍ନାତକୋତ୍ତରର ପରୀକ୍ଷା ଏବଂ ଫଳାଫଳ ତାରିଖ ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୯ ତାରିଖ ସୁଦ୍ଧା  ସମସ୍ତ ମହାବିଦ୍ୟାଳୟରେ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଶେଷ ହେବ। ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷାର ଫଳାଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ସେହିଭଳି ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖା ପାଇଁ ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ। ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ଚାଲିବ।

ସ୍ନାତକୋତ୍ତର ଶେଷ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବା ନେଇ ପ୍ରୟାସ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୧ ରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ଅନଲାଇନ କ୍ଳାସ

ଭୁବନେଶ୍ବର: ଜୁନ ୧ ତାରିଖରୁ ଉଚ୍ଚ ଶିକ୍ଷା ଅନଲାଇନ କ୍ଳାସ ଆରମ୍ଭ ହେବ। ଜୁନ ୧ ତାରିଖରୁ କଲେଜ, ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଳାସ ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନଲାଇନ କ୍ଳାସ ଆରମ୍ଭ ହେବ। କରୋନା ଯୋଗୁଁ ଏବେ ପିଲାମାନେ ଏକାଠି ବସି ଶ୍ରେଣୀ ଗୃହରେ ପାଠ ପଢିପାରିବେ ନାହିଁ। ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଲେଜ ହଷ୍ଟେଲ ବନ୍ଦ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ୟୁଜିସି ସୂଚନା ଦେବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ।