ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଏନ୍ ସି ସି ୟୁନିଟ୍ ଉଦ୍ଘାଟନ ସମାରୋହ

Published: Mar 10, 2023, 8:17 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ ସି ସି ଅଫିସର ଭାଵେ ଶିକ୍ଷା ଵିଭାଗର ଅଧ୍ୟାପକ ହିମା°ଶୁ ବାରିକ୍ ନିଯୁକ୍ତ ହୋଇଥିବା ଵେଳେ ଵାଳିକା ଏନ୍ ସି ସି ୟୁନିଟର ଅଫିସର୍ ଭାବେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସଙ୍ଗୀତା ସେଠ୍ ନିଯୁକ୍ତ ହୋଇଛନ୍ତି। ତା ୧୦.୩.୨୩ ରିଖ ଦିନ ନାକ୍ଟିଦେଉଳ ମହାଵିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ସମ୍ବଲପୁର୍ ଏନ୍ ସି ସି ଗୃପ୍ ହେଡକ୍ୟୁଆଟର ର କମାଣ୍ଡିଙ୍ଗ ଅଫିସର୍ ସି .ସି ନାଗ୍ ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ସେ ଫିତା କାଟି ଓ ଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଅବସରରେ କେନ୍ ଡ଼୍ରିଲ୍ ଓ ଏନ୍ ସି ସି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ଵେଳେ ନୂତନ ଏନ୍ ସି ସି କାର୍ଯ୍ୟାଳୟ ,ଫାଏରିଙ୍ଗ ରେଞ ଏରିଆ ଓ ଅବଷ୍ଟେକଲ୍ କୋର୍ସ ଏରିଆ ଉଦଘାଟିତ ହୋଇଥିଲା। ଏହା ସହିତ ନୂତନ କେଡ଼ଟ୍ ସିଲେକ୍ସନ୍ ପାଇଁ ଇଣ୍ଟରଭିଉ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର୍ ସାହୁ ଙ୍କ ସଭାପତିତ୍ଵ ରେ ଏନ୍ ସି ସି ର ମହତ୍ତ୍ଵ ଓ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ଏହି ସମାରୋହରେ ଅଧ୍ୟାପକ ଦେବେଶ ବିଶ୍ବାଳ, ଶେଷଦେବ ବିଶ୍ବାଳ, ଵିନୋଦ ବିହାରୀ ପ୍ରଧାନ୍, ଭଜମୋହନ ପ୍ରଧାନ, ଅଧ୍ୟାପିକା ଆର୍ ପୁଷ୍ପାଞଳୀ, ଲିଟିନା ପ୍ରିୟଦର୍ଶିନୀ, ସୁଦାମ ସାହୁ, ଵିଭୁତି ଭୁଷଣ ସାହୁ ଓ ଧନଞୟ ମହାକୁଡ ପ୍ରମୁଖ ସହଯୋଗ କରିଥିଲେ।

Related posts