ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଚଳିତ ବର୍ଷ କଲେଜରେ ମଧ୍ୟ କମିଲା ଖରା ଛୁଟି

Published: Apr 18, 2022, 7:10 pm IST

ଭୁବନେଶ୍ୱର: ସ୍କୁଲ ପରେ କଲେଜ ପାଇଁ ମଧ୍ୟ ଖରା ଛୁଟିକୁ ହ୍ରାସ କରାଯାଇଛି। କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଖରା ଛୁଟି ସଂଖ୍ୟା ହ୍ରାସ କରିଛି। ଚଳିତ ବର୍ଷ ଜୁନ୍‌ ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି କରିଛି। ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। କୋଭିଡ୍‌ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟିକୁ ହ୍ରାସ କରାଯାଇଛି। ଯଦି ଆବଶ୍ୟକ ହୁଏ, ତେବେ ଛୁଟି ଦିନ କିମ୍ବା କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ୍‌ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପୂର୍ବରୁ ସ୍କୁଲ ପିଲାଙ୍କର ମଧ୍ୟ ଖରାଛୁଟିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ କମାଇଦେଇଛି। ସ୍କୁଲରେ ଖରା ଛୁଟି ଜୁନ୍‌ ୬ ତାରିଖରୁ ୧୬ ଯାଏଁ ହେବ ବୋଲି ଘୋଷଣା କରାଯାଇଛି।

Related posts